ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ହେବା ଖୁସିରେ ବିଜେପି ପାଳୁଛି ବିଜୟ ଉତ୍ସବ
ଖୋର୍ଦ୍ଧା : ୨୨/୭(ପ୍ରବାହ ନିଉଜ୍) ଇତିହାସ ରଚିଛନ୍ତି ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ। ସମଗ୍ର ବିଶ୍ବରେ ଭାରତର ପ୍ରଥମ ନାଗରିକ ଓଡ଼ିଶାର ଟେକ ରଖିଛନ୍ତି । ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ସାରା ଓଡିଶା ବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଥିବା ବେଳେ ଆସନ୍ତା ୨୫ ତାରିଖରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ଶପଥ ଗ୍ରହଣ କରିବେ।
ଏହାପରେ ସେ ପ୍ରଥମ ଓଡ଼ିଆ ମହିଳା ଭାବେ ଦେଶର ରାଷ୍ଟ୍ରପତି ହେବାର ରେକର୍ଡ ସୃଷ୍ଟି କରିବେ। ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର କୀର୍ତ୍ତି ବହନ କରିବାରେ ତାଙ୍କ ନାମ ଯୋଡ଼ି ହୋଇଯିବ। ଶ୍ରୀମତୀ ମୁର୍ମୁ ନିଜ ରାଜନୈତିକ ଜୀବନର ଦୀର୍ଘତମ ରାସ୍ତାକୁ ପାର କରି ଦେଶର ସର୍ବୋଚ୍ଚ ସ୍ଥାନରେ ବସିବାର ସୌଭାଗ୍ୟ ପ୍ରାପ୍ତିକୁ ସାରା ଓଡିଶା ଏବେ ଉତ୍ସବ ମୁଖରିତ।
ମାଟିର ଝିଅ ପାଇଁ ଆଜି ଓଡିଶା ବାସୀ ଗର୍ବ ଅନୁଭବ କରି ଜାରି ରଖିଛନ୍ତି ବିଜୟ ଉତ୍ସବ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ମଳିପଡ଼ା ଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଜେପି ବିଧାୟକ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ସଂଯୋଜନାରେ ବିଜୟ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।
ଶତାଧିକ ମହିଳା ଓ ପୁରୁଷ ବିଜେପି କର୍ମୀଙ୍କ ମେଳରେ ବାଜା ବଜାଇ, ବାଣ ଫୁଟାଇ ନାଚଗୀତ ମଧ୍ୟରେ ବିଜେପି ନେତୃମଣ୍ଡଳୀ ଏହି ବିଜୟ ଉତ୍ସବ ପାଳନ କରିଥିଲେ । ଏହି ଅବସରରେ ସମସ୍ତେ ପରସ୍ପରକୁ ଲଡ଼ୁ ଖୁଆଇଥିବା ବେଳେ ଭାରତୀୟ ଜନତା ପାର୍ଟିର ଏହି ଅଭୂତପୂର୍ବ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l