ବୋଲଗଡ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସାକାଣ୍ଡ, ଭୋଟଦାନରୁ ବଞ୍ଚିତ ଭୋଟର ଓ ପୋଲିସ ମୁହାଁମୁହିଁ

ଖୋର୍ଦ୍ଧା : ୧୬/୦୨(ପ୍ରବାହ ନିଉଜ୍) ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯାୟ ଭୋଟ ଗ୍ରହଣ ବେଳେ ବୋଲଗଡ ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋଲଗଡ ବ୍ଲକ ଅଧିନ ବୋଲଗଡ ପଞ୍ଚାୟତର ବାମନ ଉଚ୍ଚବିଦ୍ୟାଳୟ ପରିସରରେ ହୋଇଥିବା ମତଦାନ କେନ୍ଦ୍ରରେ ନିର୍ବାଚନୀ ହିଂସାକାଣ୍ଡର ଦୃଶ୍ୟ ଦେଖିବାକୁ ମିଳିଥିଲା । ଭୋଟ ଗ୍ରହଣ ସରିବାପରେ ମତଦାନ କେନ୍ଦ୍ର ଭିତରେ ଜଣେ ଯୁବକଙ୍କ ଉପସ୍ଥିତିକୁ ନେଇ ବିଜେଡି କର୍ମୀମାନେ ସ୍ଥାନୀୟ ତହସିଲଦାର ଙ୍କ ସହ ଯୁକ୍ତିତର୍କ କରିବା ସହିତ ସଂପୃକ୍ତ ଯୁବକଙ୍କୁ ମାଡ଼ ମାରିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ବୋଲଗଡ ଥାନା ଅଧିକାରୀ ପହଞ୍ଚି ଗଣ୍ଡଗୋଳକାରୀ ସେଠାରୁ ଘଉଡାଇବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା ।

ସେହିପରି ଡାଵରଧୁଆ ପଞ୍ଚାୟତର ଘୋରଡ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ମତଦାନ କେନ୍ଦ୍ରରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା । ବିଗତ ନିର୍ବାଚନରେ ମତଦାନ କରିଥିବା ପ୍ରାୟ ଦେଢ଼ ଶହରୁ ଉର୍ଦ୍ଧ ଭୋଟରଙ୍କ ନାମ ଏହି ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟର ତାଲିକାରୁ ନା କଟିବାକୁ ନେଇ ପ୍ରଶାସନକୁ ଦାୟୀ କରିଥିବା ବେଳେ ଏହାକୁ ନେଇ ମତଦାନରୁ ବଞ୍ଚିତ ହୋଇଥିବା ଭୋଟର ଓ ତହସିଲଦାରଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିବାର ଦେଖିବାକୁ ମିଳିଥିଲା।

ପରିସ୍ଥିତି ଅଣାୟତ ହେବାରୁ ମତଦାନ ପ୍ରକ୍ରିୟା ସରିବା ପରେ ସମସ୍ତ ବାଲଟ ବାକ୍ସ ଗୁଡିକୁ ପୋଲିସ ଉପସ୍ଥିତିରେ ସ୍ଥାନୀୟ ପରମାନନ୍ଦ ମହାବିଦ୍ୟାଳୟ ପରିସର ରେ ହୋଇଥିବା ଷ୍ଟ୍ରଙ୍ଗରୁମ କୁ ପଠା ଯାଇଥିଲା ।

Leave a Reply

Your email address will not be published. Required fields are marked *