ଖୋର୍ଦ୍ଧାକୁ ସ୍ମାର୍ଟ ସହରରେ ପରିଣତ କରିବାକୁ ଜିଲ୍ଲା ବିଜେପି ଜାରି କଲା ନିଜର ସଂକଳ୍ପ ପତ୍ର

ଖୋର୍ଦ୍ଧା ପୌର ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ତରଫରୁ ଚାଲିଛି ଜୋରଦାର ପ୍ରଚାର । ଚଳିତ ଥର ପୌରାଧ୍ୟକ୍ଷ ପାଇଁ ସିଧାସଳଖ ଭୋଟ ଦେଇ ଚୟନ ପ୍ରକ୍ରିୟା ରହିଥିବା ବେଳେ ଏହାକୁ ପ୍ରତ୍ୟେକ ପ୍ରାର୍ଥୀ ନିଜ ନିଜର ପ୍ରଚାରକୁ ଜୋରଦାର କରିଥିବା ବେଳେ ସୋମବାର ଦିନ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ୧୫ଦଫା ସଂକଳ୍ପ ପତ୍ର ଜାରି କରାଯାଇଛି । ନିର୍ବାଚନରେ ବିଜେପିର ପ୍ରାର୍ଥୀନୀ ବିଜୟ ଲାଭ କଲେ ଖୋର୍ଦ୍ଧା ସହରକୁ ସ୍ମାର୍ଟ ସହର ରୂପେ ପରିଣତ କରିବା ସହିତ ସହରର ସମସ୍ତ ୱାର୍ଡରେ ଫ୍ରି ୱାଇଫାଇର ସୁବିଧା ସହିତ ଇ-ପାଠାଗାର ଏବଂ ୱାର୍ଡରେ ଓପନ ଜିମର ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ ।

ସେହିପରି ପ୍ରତିଟି ୱାର୍ଡର ମହିଳା ଓ ବୟସ୍କ ବ୍ୟକ୍ତି ମାନଙ୍କୁ ସରକାରୀ ହସ୍ପିଟାଲକୁ ନେବା ଆଣିବା ପାଇଁ ଇ-ରିକ୍ସା ର ସୁବିଧା ସହିତ ସହରରେ କୁଟୀରଶିଳ୍ପର ବିକାଶ ଏବଂ ମହିଳା ଏସ.ଏସ.ଜି. ଗ୍ରୁପ ମାନଙ୍କର ଆୟବୃଦ୍ଧି ନିମନ୍ତେ “ମେଡ଼ ଇନ ଖୋର୍ଦ୍ଧା ଯୋଜନା ପ୍ରଣୟନ କରିବାକୁ ଲକ୍ଷ ରଖିଥିବା ବେଳେ ଶିଳ୍ପାଞ୍ଚଳରେ ବେକାରି ଯୁବକ ଯୁବତୀ ମାନଙ୍କର ନିଯୁକ୍ତି ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେବା ସହ ସହରର ପ୍ରତିଟି ଗଳିକନ୍ଦିରେ ସିକ୍ୟୁରିଟି କ୍ୟାମେରା ଓ ନାଇଟ ୱାଚର ନିଯୁକ୍ତିର ବ୍ୟବସ୍ଥା ସହିତ ସମସ୍ତ ସହରବାସୀଙ୍କ ପାଇଁ ୨୪ ଘଣ୍ଟିଆ ଟୋଲ ଫ୍ରି ନମ୍ବର ସୁବିଧା ପରି ପ୍ରତିଶୁତିକୁ ସଂକଳ୍ପ ପତ୍ର ମାଧ୍ୟମରେ ଜଣାଇଛନ୍ତି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *