ଖୋର୍ଦ୍ଧାରେ ଜିଲ୍ଲା ସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ପାଳିତ

ଖୋର୍ଦ୍ଧା: ୧୫/୮(ପ୍ରବାହ ନିଉଜ୍) ୭୬ତମ ସ୍ବାଧୀନତା ଦିବସ ଅବସରରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ହାଇସ୍କୁଲ ଖେଳ ପଡ଼ିଆରେ ଆଜି ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ଏବଂ କୋଭିଡ ନିୟମକୁ ଦୃଷ୍ଟି ରେ ରଖି ନିରାଡମ୍ବରର ସହ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ରାଜ୍ୟ ସରକାରଙ୍କ  ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା, ସ୍ଵରାଷ୍ଟ୍ର(ରାଷ୍ଟ୍ର ମନ୍ତ୍ରୀ) ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ
ଓ ପରିଶେଷରେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ପତାକା ଉତ୍ତୋଳନ ଉତ୍ସବରେ  ଖୋର୍ଦ୍ଧା ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ଜ୍ୟୋତିରିନ୍ଦ୍ର ନାଥ ମିତ୍ର,  ଜିଲ୍ଲାପାଳ ଶ୍ରୀଯୁକ୍ତ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ପରିଷଦ ଅଧିକାରୀ ଦିଗନ୍ତ ରାଉତରାୟ, ଖୋର୍ଦ୍ଧା ଉପଜିଲ୍ଲାପାଳ ଗୌରବ ଶିବାଜୀ ଇସାଲବାର୍, ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ପୂର୍ଣ୍ଣିମା ପାଣ୍ଡିୟାନ ପ୍ରମୁଖଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଓ ଖୋର୍ଦ୍ଧାର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *