କମାଗୁରୁ ଗ୍ରାମ ପଞ୍ଚାୟତର ଦୁର୍ନୀତି ସମ୍ପର୍କରେ ପ୍ରେସମିଟ କରି ଜଣାଇଲେ ବିଜେପି ମଣ୍ଡଳ ସଭାପତି

Anchor : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍‌ କମାଗୁରୁ ଗ୍ରାମ ପଞ୍ଚାୟତକୁ ବିଭିନ୍ନ ଯୋଜନାରେ ଆସିଥିବା ପ୍ରାୟ ୭୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସରକାରୀ ଅନୁଦାନ କିପରି ହରିଲୁଟ ହୋଇଛି, ଏପରି କିଛି ଦୁର୍ନୀତି ସମ୍ପର୍କରେ ପ୍ରେସମିଟ କରି ଜଣାଇଲେ ବିଜେପିର ବଦପୋଖରିଆ ମଣ୍ଡଳ ସଭାପତି ବିପିନ ପାଲଟାସିଂହ ।

ଆଜି ମଳିପଡ଼ାସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡେଇତରାୟ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ଉପସଭାପତି ଶ୍ରୀରଂଜନ ମଙ୍ଗରାଜଙ୍କ ଉପସ୍ଥିତିରେ ଶ୍ରୀ ପାଲଟାସିଂହଙ୍କ ସମେତ ବଡ଼ପୋଖରୀଆ ମଣ୍ଡଳର ଯୁବ ମୋର୍ଚ୍ଚାର ସଭାପତି ଗଙ୍ଗାଧର ଚମ୍ପତି ପ୍ରମୁଖ ଯୋଗଦେଇ ବିଗତ ଦିନ ମାନଙ୍କରେ ପଞ୍ଚାୟତରେ ହୋଇଥିବା କଲ୍ୟାଣ ମଣ୍ଡପ, ଆଲୋକୀକରଣ, କାଜୁ ଓ ନଡ଼ିଆ ଚାରା ସହିତ ଆବାସ ଯୋଜନା ଏବଂ ସ୍ଵଛ ଭାରତ ଯୋଜନା ପରି ପ୍ରମୁଖ ୭ଗୋଟି ଘଟଣାରେ ହୋଇଥିବା ମହା ଦୁର୍ନୀତି ଏବଂ ସରକାରୀ ଅର୍ଥ ହେରଫେର ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହି ଦୁର୍ନୀତି ସମ୍ପର୍କରେ ବିଜେପି ପକ୍ଷରୁ ଖୋରଧା ଜିଲ୍ଲାପାଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଟାଙ୍ଗୀ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ନିକଟରେ ସୂଚନା ଅଧିକାର ଆଇନ ଅନୁଯାୟୀ ସମସ୍ତ ତଥ୍ୟର ଉପସ୍ଥାପନ କରିବା ସହିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସୁଫଳ ନମିଳିଥିବାରୁ ବାଧ୍ୟତାମୂଳକ ପ୍ରେସମିଟ ଜରିଆରେ ଗଣମାଧ୍ୟମ ପ୍ରତିନିଧି ଙ୍କ ମାଧ୍ୟମରେ କମାଗୁରୁ ପଞ୍ଚାୟତ ରେ ହୋଇଥିବା ମହା ଦୁର୍ନୀତି ର ପର୍ଦାଫାଶ କରିବା ପାଇଁ ଶ୍ରୀ ପାଲଟା ସିଂହ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *