ଛଅଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୨ଗିରଫ
ଖୋର୍ଦ୍ଧା:୪/୮(ପ୍ରବାହ ନିଉଜ) ୧୬ନଂ ଜାତୀୟ ରାଜପଥ ର ଛତ୍ରମା ଛକରେ ଚଢ଼ାଉ କରି ଗଞ୍ଜେଇ ଭର୍ତି ପିକଅପ ଭ୍ୟାନ ସମେତ ୨ଜଣଙ୍କୁ ଗିରଫ କରିଛି । ଖୋର୍ଦ୍ଧା ଅବକାରୀ ବିଭାଗ।ଗିରଫ ହୋଇଥିବା ଅଭିଯୁକ୍ତ ଦ୍ଵୟ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଆଙ୍କୋଇ ଗ୍ରାମର ଶ୍ରୀଧର ପାତ୍ର(୬୬) ଏବଂ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବୁଡୁଣୀ ଗ୍ରାମର ସୁଜୟ ମଲିକ(୨୯) ।
ସୂଚନା ଅନୁସାରେ ଗଜପତି ଜିଲ୍ଲାରୁ ଭୁବନେଶ୍ବର ଅଭିମୁଖେ OD25-G-4536 ନମ୍ବର ବିଶିଷ୍ଟ ଏକ ବୋଲେରୋ ଗାଡିରେ ବିପୁଳ ପରିମାଣର ଗଞ୍ଜେଇ ବୋଝେଇ ହୋଇ ଆସୁଥିବା ନେଇ ବିଶେଷ ସୂତ୍ରରୁ ଅବକାରୀ ବିଭାଗ ପାଇ ଅବକାରୀ ବିଭାଗ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଅବକାରୀ ଅଧିକାରୀ ଭୈରବ କୁମାର ସାହୁ ଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ ୧୬ନମ୍ବର ଜାତୀୟ ରାଜପଥ ଛତ୍ରମା ଛକ ନିକଟରେ ଛପି ରହିଥିଲେ । ଦ୍ରୁତ ଗତିରେ ଆସୁଥିବା ଉକ୍ତ ବୋଲେରୋ ଗାଡିକୁ ଦେଖିବା ମାତ୍ରେ ଅଟକାଇବାକୁ ଚେଷ୍ଟା କରିବା ସମୟରେ ଉକ୍ତ ଗାଡି ଡ୍ରାଇଭର ଅବକାରୀ ଟିମକୁ ଦେଖି ବାଟ ଭାଙ୍ଗି ଛତ୍ରମା ଗାଁ ଆଡକୁ ଦ୍ରୁତ ଗତିରେ ପଳାଇବାକୁ ଚେଷ୍ଟା କରିବା ବେଳେ ଅବକାରୀ ବିଭାଗ ଗଞ୍ଜେଇ ଜବତ ଗାଡିକୁ କାବୁ କରି ଉକ୍ତ ଗାଡିରୁ ଏକ କୁଇଣ୍ଟାଲ ଛବିଶି କେଜି ଗଞ୍ଜେଇ ସମେତ ନଗଦ ଛପନ ହଜାର ପାଞ୍ଚଶହ ଟଙ୍କା ଜବତ କରିଥିଲା। ଜବତ ହୋଇଥିବା ଗଞ୍ଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ ଛଅ ଲକ୍ଷ ଚବିଶି ହଜାର ଟଙ୍କା ହୋଇଥିବା ବେଳେ ସହିତ ଘଟଣାରେ ସଂପୃକ୍ତ ଡ୍ରାଇଭର ସମେତ ଜଣଙ୍କୁ ଗିରଫ କରି ଅଟକ ରଖିଛି।
ଏତେ ପରିମାଣର ଗଞ୍ଜେଇ କିପରି ଗଜପତି ଜିଲ୍ଲାରୁ ଖୋର୍ଦ୍ଧା ଜିଲ୍ଲାରେ ଆସି ପହଞ୍ଚିଲା, ସେ ନେଇ ତଦନ୍ତ ଚାଲିଥିବା ସହିତ ଗିରଫ ଅଭିଯୁକ୍ତ ମାନଙ୍କୁ ଏନ.ଡି.ପି.ଏସ୍ ଆକ୍ଟ ୧୯୮୫ ଅନୁସାରେ କେସ ନମ୍ବର ୪୬/୨୦୨୨-୨ ୩ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ସମ୍ପର୍କରେ ବିଭାଗୀୟ ଅଧିକାରୀ ଭୈରବ କୁମାର ସାହୁ ପ୍ରକାଶ କରିଛନ୍ତି ।