ଗୋଦାବରୀଶ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ

ବାଣପୁର : ୨୭/୭(ପ୍ରବାହ ନିୟୁଜ୍) ଓଡ଼ିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ୬୬ତମ ଶ୍ରାଦ୍ଧବାର୍ଷିକୀ ତଥା ଗୋଦାବରୀଶ ମହାବିଦ୍ୟାଳୟ ର ୬୦ ତମ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀମତୀ ବିଜୟା ବନ୍ଦନା ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରାକ୍ତନ ମନ୍ତ୍ରୀ ତଥା ପ୍ରାକ୍ତନ ସାଂସଦ ଡଃ ପ୍ରସନ୍ନକୁମାର ପାଟ୍ଟଶାଣୀ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ନିଜର କଲେଜ ବେଳର ସ୍ମୃତି ସମ୍ପର୍କରେ ସ୍ମରଣ କରାଇଥିଲେ । ବରିଷ୍ଠ ଅତିଥି ପୂର୍ବତନ ମନ୍ତ୍ରୀ ଓ ମୁଖ୍ୟ ସଚେତକ ଡ଼ଃ ଦେବେନ୍ଦ୍ର ନାଥ ମନସିଂହ ମୁଖ୍ୟ ବକ୍ତା ଡ଼ଃ ଅଭିରାମ ବିଶ୍ୱାଳ ଗୋଦାବରୀଶ ଙ୍କ ସାହିତ୍ୟ କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ବାଣପୁର ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ଜିଲ୍ଲା ପରିଷଦର ଉପ ସଭାପତି ଗୋପୀନାଥ ମହାରଣା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ନିଜ ମହାବିଦ୍ୟାଳୟ ମନେକରି ସମସ୍ତେ ଏହାର ଉନ୍ନତି ପାଇଁ ମନ୍ତବ୍ୟ ଦେଇଥିଲେ । ମହାବିଦ୍ୟାଳୟର ଅଧକ୍ଷ ବନମାଳୀ ବେହେରା ବାର୍ଷିକୀ ବିବରଣୀ ପାଠ ମାଧ୍ଯମରେ ମହାବିଦ୍ୟାଳୟର ବିଭିନ୍ନ ସୁବିଧା ଓ ଅସୁବିଧାକୁ ବାଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦଙ୍କୁ ଜଣାଇଥିଲେ । ପରିଶେଷରେ ପଦାର୍ଥ ବିଜ୍ଞାନ ବିଭାଗ ର ମୁଖ୍ୟ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *