ସେରେଣ୍ଡାରେ ତୁଳସୀ ଅପ୍ପାଙ୍କୁ ସାକ୍ଷାତ କଲେ ସାଂସଦ ଅନନ୍ତ ନାୟକ
ବଡ଼ବିଲ:- କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଓ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଚାଲିଥିବା ବିଶେଷ ଜନସମ୍ପର୍କ ଅଭିଯାନ ଅନ୍ତର୍ଗତ କେନ୍ଦୁଝର ଲୋକସଭା କ୍ଷେତ୍ରର ସାଂସଦ ଅନନ୍ତ ନାୟକ ଯୋଡ଼ା ବ୍ଲକ ଅନ୍ତର୍ଗତ ସେରେଣ୍ଡା ସ୍ଥିତ ତୁଳସୀ ମୁଣ୍ଡା ଙ୍କ ଆଶ୍ରମ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ପଦ୍ମଶ୍ରୀ ସମ୍ମାନିତ ସମାଜସେବୀ ତୁଳସୀ ମୁଣ୍ଡାଙ୍କୁ ସାକ୍ଷାତ କରି ତାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।
ସାକ୍ଷାତକାର ସମୟରେ ସାଂସଦ ଶ୍ରୀ ନାୟକ କେନ୍ଦ୍ରର ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନା, ଗରିବ କଲ୍ୟାଣ କାର୍ଯ୍ୟକ୍ରମ, ମହିଳା ସଶକ୍ତିକରଣ ଏବଂ ଗ୍ରାମାଞ୍ଚଳ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ଦେଶର ସାମଗ୍ରିକ ବିକାଶ ଓ ଆତ୍ମନିର୍ଭର ଭାରତ ଗଠନ ଦିଗରେ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ମଧ୍ୟ ସେ ଅବଗତ କରାଇଥିଲେ।ସେହିପରି ମୋଦି ସରକାରଙ୍କ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ବିଷୟରେ ଆଲୋକପାତ କରିଥିଲେ ,ରାଜ୍ୟ ର ସମସ୍ତ ଘରୋଇ ବିଦୂତ ଉପବଗତ ଙ୍କୁ ସୋଲାର ମଦ୍ୟମରେ ଅତି କମ ରେ ତିନି ଶହ ୟୁନିଟ ବିଦୂତ ମାଗଣା ଦେବା ସମ୍ବନ୍ଧରେ ଯୋଜନା ବିଷୟରେ ସୂଚନା ଦେଇଥିଲେ ,
ତୁଳସୀ ଆପ୍ପା ମଧ୍ୟ ସମାଜର ଦୁର୍ବଳ ଓ ପଛୁଆ ବର୍ଗର ଲୋକଙ୍କ ଉନ୍ନତି ପାଇଁ ଶିକ୍ଷା ଏବଂ ସାମାଜିକ ସଚେତନତାର ଆବଶ୍ୟକତା ଉପରେ ମତ ରଖିଥିଲେ। ଉଭୟଙ୍କ ମଧ୍ୟରେ ଅଞ୍ଚଳର ବିକାଶ ଏବଂ ଜନକଲ୍ୟାଣ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
ଏହି ବିଶେଷ ଜନସମ୍ପର୍କ ଅଭିଯାନ ମାଧ୍ୟମରେ ସରକାରଙ୍କ ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ଲୋକଙ୍କ ମତାମତ ସଂଗ୍ରହ କରାଯାଉଥିବା ସାଂସଦ ପ୍ରକାଶ କରିଥିଲେ। ଏହି ଅବସରରେ ସ୍ଥାନୀୟ ଜନପ୍ରତିନିଧି,ଦଳୀୟ କାର୍ଯ୍ୟକର୍ତ୍ତା ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
