ବରିଷ୍ଠ ପ୍ରଶାସନିକ ଅଧିକାରୀ ଅଲେଖ ଚନ୍ଦ୍ର ପହି ହେଲେ ଖୋର୍ଦ୍ଧାର ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ

ଖୋର୍ଦ୍ଧା : ୦୪/୦୨(ପ୍ରବାହ ନିଉଜ୍) ଖୋର୍ଦ୍ଧାର ପୂର୍ବତନ ଏସପି ରାଜକିଶୋର ଦୋରା ଗତ ଜାନୁୟାରୀ ମାସ ୩୧ତାରିଖରେ ନିଜ କାର୍ଯ୍ୟରୁ  ଅବସର ଗ୍ରହଣ କରିବା ପରେ ଶୁକ୍ରବାର ଜିଲ୍ଲାର ନୂତନ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗ ଦେଇଛନ୍ତି ବରିଷ୍ଠ ଓପିଏସ ଅଧିକାରୀ ଅଲେଖ ଚନ୍ଦ୍ର ପହି । ସେ ସକାଳ ୧୦ଟା ସମୟରେ ନିଜ କାର୍ଯ୍ୟାଳୟ ରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଜିଲ୍ଲା ପୋଲିସ ପ୍ରଶାସନ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଶ୍ରୀ ପହିଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । 

ନିକଟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଦୃଷ୍ଟିରେ ରଖି ଜିଲ୍ଲାରେ ଆଇନ ଶୃଙ୍ଖଳାର ସୁପରିଚାଳନା ନିମନ୍ତେ ନିର୍ବାଚନ କମିଶନରଙ୍କ ଅନୁମତି କ୍ରମେ ରାଜ୍ୟ ସରକାର ଶ୍ରୀ ପହିଙ୍କୁ ଖୋର୍ଦ୍ଧା ଜିଲ୍ଲାର ନୂତନ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଭାବେ ଅବସ୍ଥାପିତ କରିଥିବା ବେଳେ ଜିଲ୍ଲାରେ ନିର୍ବାଚନ କିପରି ସୁରୁଖୁରୁରେ ଅନୁଷ୍ଠିତ ହେବ ତାହା ପ୍ରଥମ ପ୍ରାଥମିକତା ରହିବ ବୋଲି ଭାରପ୍ରାପ୍ତ ଏସପି ଶ୍ରୀ ପହି କହିଛନ୍ତି । ଏହା ସହିତ ଜିଲ୍ଲାରେ ବଢୁଥିବା ଅପରାଧିକ ମାମଲା ଯେପରି ଗୋରୁ ଚାଲାଣ, ଖଣି ମାଫିଆ ଏବଂ ବ୍ରାଉନସୁଗାର ବେପାର ଆଦିକୁ ରୋକ ଲଗାଇବା ଦିଗରେ କାର୍ଯ୍ୟ କରିବେ ବୋଲି ଶ୍ରୀ ପହି କହିଛନ୍ତି। ଏହା ପୂର୍ବରୁ ଶ୍ରୀ ପହି କଟକ ଜିଲ୍ଲାରେ ଅତିରିକ୍ତ ଏସପି ଭାବେ କାର୍ଯ୍ୟରତ ଥିଲେ ।

Leave a Reply

Your email address will not be published. Required fields are marked *