ବେଦାନ୍ତ ଦଶନ୍ଧି ଧରି ରାଜକୋଷକୁ ପ୍ରାୟ ୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛି

0
6ac8c49a-ded4-4dcb-9bb3-e63fb35244a4

ଭୁବନେଶ୍ୱର, ଜୁନ ୨୬ ୨୦୨୬: ଭାରତର ଅଗ୍ରଣୀ ବିବିଧ ପ୍ରାକୃତିକ ସମ୍ପଦ କମ୍ପାନୀ ବେଦାନ୍ତ ଲିମିଟେଡ୍ (ବିଏସଇ: ୫୦୦୨୯୫ଏବଂ ଏନ୍‌ଏସଇ: ଭିଇଡିଏଲ), କମ୍ପାନୀର ୧୧ତମ ଟିକସ ସ୍ୱଚ୍ଛତା ରିପୋର୍ଟ ଅନୁଯାୟୀ, ଆର୍ôଥକ ବର୍ଷ ୨୬ ରେ ରାଜକୋଷକୁ ୬୨,୭୨୨ କୋଟି ଟଙ୍କା ପ୍ରଦାନ କରିଛି । ଏହି ରିପୋର୍ଟ ରାଷ୍ଟ୍ର ନିର୍ମାଣ ଏବଂ ସ୍ୱଚ୍ଛ ଶାସନ ପ୍ରତି ବେଦାନ୍ତର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଇଛି । ଏହି ଅବଦାନ ଭାରତର ଅର୍ଥନୈତିକ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି କମ୍ପାନୀର କାର୍ଯ୍ୟରୁ ସମନ୍ୱିତ ରାଜସ୍ୱର ୩୬% ପ୍ରତିନିଧିତ୍ୱ କରେ । ଏହା ପୂର୍ବ ବର୍ଷ ତୁଳନାରେ ୧୩.୩% ବୃଦ୍ଧି ଦର୍ଶାଇଛି, ଯାହା ଫଳରେ ଗତ ଦଶ ବର୍ଷ ମଧ୍ୟରେ ବେଦାନ୍ତର ରାଜକୋଷରେ ସଂଗୃହୀତ ଅବଦାନ ୪,୮୩,୦୩୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି । କମ୍ପାନୀ ଆର୍ôଥକ ଶୃଙ୍ଖଳା, ରାଷ୍ଟ୍ର ନିର୍ମାଣ ଏବଂ ବୀକଶିତ ଭାରତ ମିଶନକୁ ସମର୍ଥନ ଉପରେ ଅଟଳ ଧ୍ୟାନ ପ୍ରଦର୍ଶନ କରିଛି । ଗୋଷ୍ଠୀ ଜାତୀୟ ରାଜକୋଷରେ ଭାରତର ଶୀର୍ଷ ୩ ଘରୋଇ କ୍ଷେତ୍ରର ଅବଦାନକାରୀଙ୍କ ମଧ୍ୟରେ ସ୍ଥାନ ପାଇଛି ।
ଆର୍ôଥକ ବର୍ଷ ୨୬ରେ ବେଦାନ୍ତର ଐତିହାସିକ ସର୍ବୋତମ ଆର୍ôଥକ ପ୍ରଦର୍ଶନ ପଛରେ ରାଜକୋଷରେ ଏହି ଅବଦାନ ଥିଲା । ରାଜସ୍ୱ ୧୫% ବୃଦ୍ଧି ପାଇ ୧,୭୪,୦୭୫ କୋଟି ଟଙ୍କା ହୋଇଛି – ଯାହା କମ୍ପାନୀର ଇତିହାସରେ ସର୍ବାଧିକ – ଯେତେବେଳେ ଇବିଆଇଟିଡିଏ ୨୯% ବୃଦ୍ଧି ପାଇ ୫୫,୯୭୬ କୋଟି ଟଙ୍କା ଏବଂ ଟିକସ ପରବର୍ତୀ ଲାଭ (ପାଟ) ୨୨% ବୃଦ୍ଧି ପାଇ ୨୫,୦୯୬ କୋଟି ଟଙ୍କା ହୋଇଛି । ବାଲାନ୍ସ ସିଟ୍ ଉଲ୍ଲେଖନୀୟ ଭାବରେ ମଜବୁତ ହୋଇଛି, ଇବିଆଇଟିଡିଏ ପ୍ରତି ନେଟ୍ ଋଣ ୧.୨୨ ଗୁଣରୁ ୦.୯୫ ଗୁଣକୁ ଉନ୍ନତ ହୋଇଛି – ଯାହା ୧୪ ତ୍ରୈମାସିକରେ ଏହାର ସର୍ବୋତମ ସ୍ତର ।


ବେଦାନ୍ତର ଜିଙ୍କ-ସୀସା-ରୂପା, ଆଲୁମିନିୟମ, ତମ୍ବା, ଲୁହା ଖଣିଜ, ଇସ୍ପାତ, ଶକ୍ତି, ନିକେଲ, କ୍ରୋମ ଏବଂ ତୈଳ ଏବଂ ଗ୍ୟାସରେ ବିସ୍ତୃତ ପୋର୍ଟଫୋଲିଓରେ ଦୃଢ଼ କାର୍ଯ୍ୟକ୍ଷମ ପ୍ରଦର୍ଶନ ଦ୍ୱାରା ଏହି ଦୃଢ଼ ଆର୍ôଥକ ପ୍ରଦର୍ଶନ ଚାଳିତ ହୋଇଥିଲା । ଜିଙ୍କ ସର୍ବାଧିକ ଅବଦାନକାରୀ ୧୯,୦୫୩ କୋଟି ଟଙ୍କା ରହିଛି, ଏହା ପରେ ଆଲୁମିନିୟମ (ବର୍ତମାନ ବେଦାନ୍ତ ଆଲୁମିନିୟମ ଭାବରେ ତାଲିକାଭୁକ୍ତ) ୧୫,୭୮୮ କୋଟି ଟଙ୍କା ଏବଂ ତୈଳ ଏବଂ ଗ୍ୟାସ (ବର୍ତମାନ ବେଦାନ୍ତ ତୈଳ ଏବଂ ଗ୍ୟାସ ଭାବରେ ତାଲିକାଭୁକ୍ତ) ୧୧,୬୯୭ କୋଟି ଟଙ୍କା ରହିଛି – ଏହା ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଶକ୍ତି କ୍ଷେତ୍ରରେ ବେଦାନ୍ତର ପୋର୍ଟଫୋଲିଓର ବ୍ୟାପକତା ଏବଂ ବିବିଧତାର ପ୍ରତିଫଳନ ଅଟେ ।


ବେଦାନ୍ତ ଲିମିଟେଡ୍ ଟିକସ ସ୍ୱଚ୍ଛତା ରିପୋର୍ଟର ପ୍ରମୁଖ ମୁଖ୍ୟାଂଶ:


ରିପୋର୍ଟର ୧୧ତମ ସଂସ୍କରଣରେ ୨୦୨୫-୨୬ ଆର୍ôଥକ ବର୍ଷ ପାଇଁ ବେଦାନ୍ତର ଟିକସ ଅବଦାନର ଏକ ବ୍ୟାପକ ବିବରଣୀ ପ୍ରଦାନ କରାଯାଇଛି:
ସରକାରୀ ରୟାଲ୍ଟି ଏବଂ ଲାଭ ପେଟ୍ରୋଲିୟମ୍ (୧୪,୮୪୦ କୋଟି ଟଙ୍କା): ରାଜସ୍ଥାନ, ଓଡ଼ିଶା, ଗୁଜରାଟ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଗୋଆ, କର୍ଣ୍ଣାଟକ ଏବଂ ଆସାମ ରାଜ୍ୟ ସରକାରଙ୍କୁ ବକ୍ସାଇଟ୍‌, ସୀସା-ଜିଙ୍କ, ରୂପା, ଲୁହୌ ଖଣିଜ, ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ ପାଇଁ ପ୍ରଦାନ କରାଯାଇଥିବା ରୟାଲ୍ଟି ଅନ୍ତର୍ଭୁକ୍ତ, ଏବଂ ଉତ୍ପାଦନ ଅଂଶୀଦାର ଚୁକ୍ତିନାମା ଅଧୀନରେ ଭାରତ ସରକାରଙ୍କୁ ପ୍ରଦାନ କରାଯାଇଥିବା ଲାଭ ପେଟ୍ରୋଲିୟମ୍ ଅନ୍ତର୍ଭୁକ୍ତ । ଆୟ ଏବଂ ପୁଞ୍ଜି ଉପରେ ଟିକସ (୮,୨୯୦ କୋଟି ଟଙ୍କା): ସମସ୍ତ କ୍ଷେତ୍ରାଧିକାରରେ ସାମ୍ବିଧାନିକ ରିଟର୍ଣ୍ଣରେ ଦାଖଲ କରାଯାଇଥିବା କର୍ପୋରେଟ୍ ଆୟକର ଅନ୍ତର୍ଭୁକ୍ତ । ଅନ୍ୟ କର ବହନ (୧୧,୮୯୭ କୋଟି ଟଙ୍କା): ୫,୯୮୦ କୋଟି ଟଙ୍କାର ରପ୍ତାନି ଏବଂ ଆମଦାନୀ ଉପରେ ଶୁଳ୍କ, ୫,୯୮୦ କୋଟି ଟଙ୍କାର ତୈଳ ସେସ୍‌/ଏନସିସିଡି ଅନ୍ତର୍ଭୁକ୍ତ । ୨,୫୦୩ କୋଟି ଟଙ୍କା, ବିଦ୍ୟୁତ ଶୁଳ୍କ ୧,୨୫୨ କୋଟି ଟଙ୍କା ଏବଂ ଅଯୋଗ୍ୟ ଜିଏସଟି ୧,୬୬୩ କୋଟି ଟଙ୍କା ପରୋକ୍ଷ କର (୨୧,୭୭୭ କୋଟି ଟଙ୍କା): ସମସ୍ତ ବ୍ୟବସାୟିକ ୟୁନିଟ ଗୁଡ଼ିକରେ ସାମଗ୍ରୀ ଏବଂ ସେବା ବିକ୍ରୟରୁ ସିଜିଏସଟି, ଏସଜିଏସଟି ଏବଂ ଆଇଜିଏସଟି ଅନ୍ତର୍ଭୁକ୍ତ ।


ପ୍ରତିରୋଧ କର (୩,୧୮୮ କୋଟି ଟଙ୍କା): ପେରୋଲ୍ କର ଏବଂ ବିକ୍ରେତା ଏବଂ ଠିକାଦାରଙ୍କ ଦେୟ ଉପରେ ଉତ୍ସରୁ କଟାଯାଇଥିବା କର ଅନ୍ତର୍ଭୁକ୍ତ ।
ଭାରତ ସରକାରଙ୍କୁ କର୍ପୋରେଟ୍ ଲାଭାଂଶ (୧,୧୮୦ କୋଟି ଟଙ୍କା): ହିନ୍ଦୁସ୍ତାନ ଜିଙ୍କ୍ ଲିମିଟେଡେର ଭାରତ ସରକାରଙ୍କ ୨୭.୯୨% ଅଂଶଧନ ମାଧ୍ୟମରେ ପରିଶୋଧ ।
କର ସ୍ୱଚ୍ଛତା ବେଦାନ୍ତର ବ୍ୟାପକ ପରିବେଶଗତ, ସାମାଜିକ ଏବଂ ଶାସନ (ଇଏସଜି) ଏଜେଣ୍ଡାର ଏକ ମୁଖ୍ୟ ଉପାଦାନ । ଏହାର ସ୍ୱେଚ୍ଛାକୃତ ଏବଂ ସକ୍ରିୟ ପ୍ରକାଶ ମାଧ୍ୟମରେ – ଲଗାତାର ଏଗାର ବର୍ଷ ଧରି ବଜାୟ – କମ୍ପାନୀ ଅଂଶୀଦାରଙ୍କ ବିଶ୍ୱାସ ବୃଦ୍ଧି କରିବା ଏବଂ କର୍ପୋରେଟ୍ ଶାସନର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବା ଲକ୍ଷ୍ୟ ରଖିଛି । ବେଦାନ୍ତର ଟିକସ ନୀତିଗୁଡ଼ିକ ବି-ଟିମ୍ ଦାୟିତ୍ୱପୂର୍ଣ୍ଣ ଟିକସ ନୀତି ଏବଂ ଏକ୍ସଟ୍ରାକ୍ଟିଭ୍ ଇଣ୍ଡଷ୍ଟ୍ରିଜ୍ ଟ୍ରାନ୍ସପରେନ୍ସି ଇନିସିଏଟିଭ୍ ସହିତ ଘନିଷ୍ଠ ଭାବରେ ସମନ୍ୱିତ, ଯାହା ଦାୟିତ୍ୱପୂର୍ଣ୍ଣ କର୍ପୋରେଟ୍ ନାଗରିକତା ପ୍ରତି ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି ।

Leave a Reply

Your email address will not be published. Required fields are marked *