ଅମୃତ ଯୋଜନାରେ ବାରିପଦା ଷ୍ଟେସନର କାୟାକଳ୍ପ ବଦଳିଲା, ହେଲେ ବନ୍ଦ ପଡ଼ିଛି ଟ୍ରେନ୍ ସୂଚନା ଘର!

0
3e834250-7a56-4879-835c-9a1cc5e34ce9

ବାରିପଦା,୨୩/୦୭(ପ୍ରବାହ ନ୍ୟୁଜ) :- ମୟୂରଭଞ୍ଜ ଜିଲ୍ଲାର ଅଧିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଜିଲ୍ଲା ବାସି ବହୁତ୍ ସରଳ ତଥା ନମ୍ର ସରକାର ଙ୍କୁ ସବୁ କ୍ଷେତ୍ରରେ ପ୍ରଥମ ସୋପାନରେ ମୟୂରଭଞ୍ଜ ଜିଲ୍ଲା ବାସି ଆଗ ଧାଡ଼ିରେ ରହିଥିବା ଦେଖିବାକୁ ମିଳିବେ। ପ୍ରଶ୍ନ ଉଠୁଛି ସରକାର ଯୋଜନା କାହା ପାଇଁ? ଆମେ ଦୁଃଖର ସହିତ କହିବାକୁ ପଡ଼ୁଚି, ଜିଲ୍ଲା ବାସି ଙ୍କୁ ଏଠାକାର ସରକାରୀ ଅଧିକାରୀଙ୍କ ଜୁଲମ ଦିନକୁ ବଢିବାରେ ଲାଗିଚି। ସୂଚନା ଅନୁଯାୟୀ ବାରିପଦା ରେଳ ଷ୍ଟେସନରେ କାର୍ଯ୍ୟରତ ଟିକେଟ କାଉଣ୍ଟର କର୍ମଚାରୀ ଏବଂ incharge ଦାୟୀତ୍ୱରେ ଥିବା ଅଧିକାରୀ ବ୍ୟବହାରରେ ସଧାରଣ ଲୋକ ବହୁତ୍ ଆଘାତ ପାଇବା ସହିତ ଏମାନେ ସାଧାରଣ ଲୋକ ମାନଙ୍କ ଚରିତ୍ରକୁ ସର୍ବ ସମ୍ମୁଖରେ ସଂହାର କରୁଛନ୍ତି। କିଛି ଦିନ ପୂର୍ବରୁ ୧୭ ତାରିଖ ରେ କେନ୍ଦ୍ର ସରକାର ଅମୃତ ଯୋଜନାରେ ବାରିପଦା ରେଳ ଷ୍ଟେସନ ଅନ୍ତରଭୁକ୍ତ ହୋଇଥିବା ବେଳେ ଜିଲ୍ଲା ବାସିଙ୍କ ନିମନ୍ତେ କିଛି ସେଭଳି ସୁ ବ୍ୟବସ୍ଥା ତଥା ରେଳ ଷ୍ଟେସନ ପରିଚାଳିତରେ ସାଧାରଣରେ ତ୍ରୁଟି ପରିଲକ୍ଷିତ ହେଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ବାରିପଦା ରେଳ ବିଭାଗରେ ଷ୍ଟେସନ ଦାୟିତ୍ୱରେ ଥିବା ଟିକେଟ କଲେକ୍ଟ ଅଧିକାରୀ ସଧାରଣ ଲୋକ ଙ୍କ ସହ ଦବଂ ଗିରି ଦେଖିବାକୁ ମିଳିଛି। ଜିଲ୍ଲା ବାସୀ ଟ୍ରେନ ଷ୍ଟେସନ ରେ ଦୂର ଦୁରନ୍ତକୁ ଯାତ୍ରା କରିବା ନିମନ୍ତେ କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ପାଇଁ ବହୁତ ବହୁତ ଗୁଡ଼ିଏ ଯୋଜନା ହାତକୁ ନେଇଛନ୍ତି। ପୂର୍ବ ରେଳ ବିଭାର ଚିତ୍ର ବଦଳିବା ସହିତ ଏବେକାର ଅମୃତ ଯୋଜନାରେ ବାରିପଦା ଷ୍ଟେସନ କାର୍ଯ୍ୟକାରୀ ହେବା ପରେ ଜିଲ୍ଲା ବାସୀ ବହୁତ୍ ଉପକୃତ ହେବେ ଏନେଇ ନିଶ୍ଚିତ ରୂପରେ ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଷ୍ଟେସନ ର ଚିତ୍ର ବଦଳିଲା କିନ୍ତୁ ରେଳ ବିଭାଗର କିଛି ନୂତନ ଅଧିକାରୀଙ୍କ ସ୍ଥାନୀୟ ଲୋକଙ୍କ ଉପରେ ବ୍ୟବହାରରେ ଅଭିଯୋଗ ହୋଇଛି ।

ସ୍ଥାନୀୟ ଲୋକ ମାନେ ସଂରକ୍ଷଣ ଟିକେଟ ପାଇଁ ଲାଇନ୍ ଥିବା ସମୟରେ ବିଭାଗୀୟ ପୋଲିସ କର୍ମଚାରୀ ମୋବାଇଲ ରେ ଫଟୋ ଉତ୍ତୋଳନ କରୁଥିବ ଦେଖିବାକୁ ମିଳିଛି। ଷ୍ଟେସନ ରେ ସୂଚନା ପ୍ରଦାନ କାରୀ ଝରକା ବ୍ୟବସ୍ଥା ନଥିବା ହେତୁ ଲୋକ ଟ୍ରେନ ସମ୍ବର୍ଦ୍ଧିୟ ବିବରଣୀ ତଥା ଟିକେଟ ସମଧୀୟ ଜରୁରୀ ସୂଚନା ପାଇନଥିବା ଦୂର ଦୁରନ୍ତର ଯାତ୍ରା ପାଇଁ ଅସୁବିଧା ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ଏହା ସହ ଉକ୍ତ ଷ୍ଟେସନ ରେ ଟିକେଟ କାଉଣ୍ଟରରେ ଥିବା ନୂତନ କର୍ମଚାରୀ ସଧାରଣ ଲୋକ ଙ୍କ ସହିତ ବହୁତ୍ ଉତ୍କ୍ଷିପ୍ତ ହୋଇ ବ୍ୟବହାର କରିଥିବା ଗଣ ମାଧ୍ୟମରେ ଖବର କୁ ଆସିଛି। ଏହା ସହିତ କିଛି ଟ୍ରେନ ସମାଧୀୟ ବିବରଣୀ କିଛି ପଚାରିଲେ । ଷ୍ଟେସନର ସିଆଇ ତିୱାରୀ ନାମକ ଜଣେ ଅଧିକାରୀ ଗଣ ମାଧ୍ୟମ ସମ୍ମୁଖରେ ବହୁତ୍ ଉତ୍କ୍ଷିତ ହୋଇ ସଠିକ୍ ଭାବରେ ସୂଚନା ପ୍ରଦାନ ନ କରି ନିଜର ଦବଙ୍ଗ ଗିରି ଦେଖାଇ ସେଷ୍ଟନ କୁ ଯାଉଥିବା ସ୍ଥାନୀୟ ଲୋକ ଭୟର ବାତାବରଣ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *