ଏମ୍‌ବିଏରେ ନାମଲେଖା ପାଇଁ ସ୍ନାପ ୨୦୨୬ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି

0
Untitled

ଭୁବନେଶ୍ୱର, ୨୫ ଅଗଷ୍ଟ, ୨୦୨୬: ସିମ୍ବାୟୋସିସ ଇଂଟରନ୍ୟାସନାଲ (ଡିମଡ ୟୁନିଭର୍ସିଟି) ପକ୍ଷରୁ ଏମ୍‌.ବି.ଏ. ଆଶାୟୀଙ୍କ ପାଇଁ ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷା ସିମ୍ବାୟୋସିସ ନ୍ୟାସନାଲ ଆପ୍ଟିଟ୍ୟୁଡ୍ ଟେଷ୍ଟ (ସ୍ନାପ ୨୦୨୬) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ପାଂଚ ଦଶନ୍ଧିରୁ ଅଧିକ ସମୟର ଶିକ୍ଷାଗତ ଉତ୍କର୍ଷତା ସହ ସିମ୍ବାୟୋସିସ ବିଶ୍ୱସ୍ତରୀୟ, ଶିଳ୍ପ-ଅନୁକୂଳ ଏବଂ ଗୁଣାତ୍ମକ ପରିଚାଳନା ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପସନ୍ଦର ଅନୁଷ୍ଠାନ ଭାବେ ରହିଆସିଛି ।

ସ୍ନାପ ୨୦୨୬ ପାଇଁ ପଞ୍ଜୀକରଣ ଓ ଫି’ ପୈଠ ପ୍ରକ୍ରିୟା ୨୧ ଅଗଷ୍ଟ ୨୦୨୬ (ଶୁକ୍ରବାର)ଞ୍ଚଞ୍ଚରୁ ଆରମ୍ଭ ହୋଇ ୨୫ ନଭେମ୍ବର ୨୦୨୬ରେ ଶେଷ ହେବ । କମ୍ପ୍ୟୁଟର-ଆଧାରିତ ପରୀକ୍ଷା (ସିବିଟି) ତିନୋଟି ତାରିଖରେ ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ସର୍ବାଧିକ ତିନିଥର ପରୀକ୍ଷା ଦେଇପାରିବେ ଏବଂ ନାମଲେଖା ପ୍ରକ୍ରିୟାରେ ସର୍ବୋତ୍ତମ ସ୍କୋରକୁ ବିଚାର କରାଯିବ ।

ପରୀକ୍ଷା ତାରିଖ: ସ୍ନାପ ପରିକ୍ଷା ନିମ୍ନ ତାରିଖ ଗୁଡିକରେ ୧୩ ଡିସେମ୍ବର ୨୦୨୬ (ରବିବାର), ୧୯ ଡିସେମ୍ବର ୨୦୨୬ (ଶନିବାର. ୨୬ ଡିସେମ୍ବର ୨୦୨୬ (ଶନିବାର) ଅନୁଷ୍ଠିତ ହୋଇ ୧୨ ଜାନୁଆରୀ ୨୦୨୭ (ମଙ୍ଗଳବାର) ଫଳାଫଳ ପ୍ରକାଶ ପାଇବ ।

ସ୍ନାପ ୨୦୨୬ ଦେଶର ୭୯ଟି ସହରରେ ଅନୁଷ୍ଠିତ ହେବ । ପରୀକ୍ଷାରେ ଅବଜେକ୍ଟିଭ୍ ପ୍ରକାରର ପ୍ରଶ୍ନ ରହିବ ଏବଂ ପ୍ରତ୍ୟେକ ପ୍ରଶ୍ନର ଚାରିଟି ଉତ୍ତର ବିକଳ୍ପ ରହିବ । ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ୨୫% ନେଗେଟିଭ୍ ମାର୍କିଂ ରହିବ । ପ୍ରତିଥର ସ୍ନାପ ପରୀକ୍ଷା ପାଇଁ ପଞ୍ଜୀକରଣ ଫି’ ୨୫୫୦ ଟଙ୍କା ଥିବାବେଳେ ପ୍ରତ୍ୟେକ ପ୍ରୋଗ୍ରାମ୍ ପାଇଁ ଅତିରିକ୍ତ ୧୦୦୦ ଟଙ୍କା ଦେବାକୁ ପଡ଼ିବ ।

ଚୂଡ଼ାନ୍ତ ଚୟନ ବା ମେରିଟ୍ ତାଲିକା ଏକ ସମନ୍ୱିତ ସ୍କୋର ଆଧାରରେ ପ୍ରସ୍ତୁତ ହେବ । ସ୍ନାପ ସ୍କୋର – ୫୦ ମାର୍କ, ଗ୍ରୁପ୍ ଏକ୍ସରସାଇଜ୍ – ୧୦ ମାର୍କ, ପର୍ସନାଲ୍ ଇଂଟରାକ୍ସନ୍ – ୪୦ ମାର୍କ ଏବଂ ମୋଟ – ୧୦୦ ମାର୍କ ରହିବ ।

ଆବେଦନ ପାଇଁ ପ୍ରାର୍ଥୀଙ୍କ ପାଖରେ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ/ଜାତୀୟ ଗୁରୁତ୍ୱର ଅନୁଷ୍ଠାନରୁ ସର୍ବନିମ୍ନ ୫୦% ମାର୍କ ସହ ସ୍ନାତକ ଡିଗ୍ରୀ ଥିବା ଆବଶ୍ୟକ । ଏସି/ଏଟି ପ୍ରାର୍ଥୀଙ୍କ ପାଇଁ ଏହି ଯୋଗ୍ୟତା ୪୫% । ବିଦେଶୀ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ଆଶୋସିଏସନ ଅପ ଇଣ୍‌ତିଆନ ୟୁନିଭରସିଟିଜ (ଏଆଇୟୁ) ପକ୍ଷରୁ ସମକକ୍ଷତା ପ୍ରମାଣପତ୍ର ହାସଲ କରିବାକୁ ପଡ଼ିବ । ଆବେଦନ ପୂର୍ବରୁ ପ୍ରାର୍ଥୀମାନେ ସମ୍ପୃକ୍ତ ପ୍ରୋଗ୍ରାମର ନିର୍ଦ୍ଦିଷ୍ଟ ଯୋଗ୍ୟତା ଅଫିସିଆଲ୍ ୱେବସାଇଟରେ ଯାଂଚ କରିବାକୁ କୁହାଯାଇଛି ।

ସିମ୍ବାୟୋସିସ ଇଂଟରନ୍ୟାସନାଲ (ଡିମଡ ୟୁନିଭର୍ସିଟି)ର ଭାଇସ୍ ଚାନ୍େସଲର ଡ. ରାମକୃଷ୍ଣନ ରମଣ କହିଛନ୍ତି, “ସ୍ନାପ ସିମ୍ବାୟୋସିସର ପ୍ରତିଷ୍ଠିତ ଏମ୍‌.ବି.ଏ. ପ୍ରୋଗ୍ରାମଗୁଡ଼ିକର ପ୍ରବେଶଦ୍ୱାର ଭାବେ ନିଜର ଗୁରୁତ୍ୱ ବଜାୟ ରଖିଛି । ୨୦୨୬ ଚକ୍ର ପାଇଁ ଆବେଦନ ଆରମ୍ଭ କରି ଆମେ ଆନନ୍ଦିତ । ସମସ୍ତ ଆଶାୟୀଙ୍କୁ ଶୀଘ୍ର ପ୍ରସ୍ତୁତି ଆରମ୍ଭ କରି ବିଶ୍ୱସ୍ତରରେ ପ୍ରତିଷ୍ଠିତ ଆମ ଅନୁଷ୍ଠାନଗୁଡ଼ିକର ଅଂଶ ହେବା ଦିଗରେ ପରବର୍ତୀ ପଦକ୍ଷେପ ନେବାକୁ ଆମେ ଉତ୍ସାହିତ କରୁଛୁ ।”

ସ୍ନାପ ପରୀକ୍ଷା ମାଧ୍ୟମରେ ଏସଆଇବିଏମ ପୁନେ, ଏସଆଇସିଏସଆର,ଏସସିଏମଏଚଆରଡି,ଏସଆଇଆଇବି, ଏସଆଇଡିଟିଏମ, ଏସଆଇଏମଏସ, ଏସଆଇଏମସି, ଏସଆଇଓଏମ, ଏସିଆଇଟି, ଏସଆଇଏଚଏସ, ଏସଆଇବିଏମ ବେଙ୍ଗାଳୁରୁ, ଏସଏସବିଏଫ,ଏସଆଇବିଏମ ହାଇଦ୍ରାବାଦ, ଏସଏସଏସଏସ, ଏସଆଇବିଏମ ନାଗପୁର, ଏସଆଇବିଏମ ନୋଇଡା ଏବଂ ଏସଏସସିଏଏନର ବିଭିନ୍ନ ଏମ୍‌.ବି.ଏ. ପ୍ରୋଗ୍ରାମରେ ନାମଲେଖାର ସୁଯୋଗ ମିଳିବ । ଏହି ପ୍ରୋଗ୍ରାମଗୁଡ଼ିକରେ କୃତ୍ରିମ ବୁଦ୍ଧିମତା (ଏଆଇ), ଆନାଲିଟିକ୍ସ, ହେଲ୍ଥକେୟାର ମ୍ୟାନେଜମେଂଟ, ବ୍ୟାଙ୍କିଂ ଓ ଫାଇନାନ୍ସ, ହସ୍ପିଟାଲିଟି ମ୍ୟାନେଜମେଂଟ, ଅପରେସନ୍ସ, ଡାଟା ସାଇନ୍ସ ଏବଂ ଆଇଟି ମ୍ୟାନେଜମେଂଟ ଭଳି ବିଭିନ୍ନ ବିଶେଷାଙ୍ଗ ରହିଛି ।

ଆଡମିଟ୍ କାର୍ଡ ଉପଲବ୍ଧତା- ସ୍ନାପ ୦୧: ୭ ଡିସେମ୍ବର ୨୦୨୬ (ସୋମବାର), ସ୍ନାପ ୦୨-୧୧ ଡିସେମ୍ବର ୨୦୨୬ (ଶୁକ୍ରବାର) ଏବଂ ସ୍ନାପ ୦୩- ୧୫ ଡିସେମ୍ବର ୨୦୨୬ (ଶୁକ୍ରବାର) । ସମସ୍ତ ଯୋଗାଯୋଗ ସଦ୍ଭଲକ୍ଟଅଗ୍ଦଦ୍ଭବକ୍ଟ୍ରଗ୍ଧରଗ୍ଦଗ୍ଧ.କ୍ଟକ୍ସଶ ଏବଂ ଦ୍ଭକ୍ଟ-କ୍ସରକ୍ଟ୍ରକ୍ଷଚ୍ଚଅଗ୍ଦଦ୍ଭବକ୍ଟ୍ରଗ୍ଧରଗ୍ଦଗ୍ଧ.କ୍ଟକ୍ସଶ ମାଧ୍ୟମରେ କରାଯିବ ।

Leave a Reply

Your email address will not be published. Required fields are marked *