ଓଳିଆ ଗଦାରେ ଲକ୍ଷ ଲକ୍ଷ ଟଙ୍କାର ଔଷଧ ଉଠିଲା ବ୍ୟବସ୍ଥାପକ ଓ ବର୍ଜ୍ୟ ନିଷ୍ପତ୍ତିକୁ ନେଇ ପ୍ରଶ୍ନ

0
Untitled

ବାରିପଦା,୨୬/୦୮(ପ୍ରବାହ ନ୍ୟୁଜ):- ରାଜ୍ୟ ସରକାର ଗରିବ ଲୋକ ଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଉନ୍ନତ ମାନର କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟ ସରକାର ମାଗଣା ଔଷଧ ଯୋଜନାର ସାଧାରଣ ଲୋକ ବିଭିନ୍ନ ସମୟରେ ଏହି ମାଗଣା ଔଷଧ ସଠିକ୍ ସମୟରେ ପାଇ ପାରନ୍ତି ନାହିଁ । କାରଣ ଆଜି ଏହାର ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ । ମାଗଣା ଔଷଧ ପାଇଁ ଗରିବ ରୋଗୀ ଓ ସେମାନଙ୍କ ପରିବାର ହନ୍ତସନ୍ତ ହେଉଥିବା ବେଳେ, ଅନ୍ୟପଟେ ସରକାରୀ ଅର୍ଥରେ କିଣାଯାଇଥିବା ଲକ୍ଷ ଲକ୍ଷ ଟଙ୍କାର 

ଔଷଧ ଓ ଚିକିତ୍ସା ସାମଗ୍ରୀ ନଷ୍ଟ ହୋଇ ହସ୍ପିଟାଲ୍ କଡ଼ ଓଳିଆ ଗଦାରେ ଫିଙ୍ଗାଯାଇଥିବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାଟି ବାରିପଦା ଜିଲ୍ଲା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ ନାଁରେ ଅଭିଯୋଗ ଆସିଛି। ଖବର ଅନୁଯାୟୀ ସରକାରୀ ଡାକ୍ତରଖାନାରେ ସୂଚନା ଅନୁଯାୟୀ, କରୋନା ମହାମାରୀ ସମୟରେ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରି ଔଷଧ, ଚିକିତ୍ସା ସାମଗ୍ରୀ ଓ ବିଭିନ୍ନ ଯନ୍ତ୍ରପାତି କିଣାଯାଇଥିଲା। ତେବେ ଏହାର ଏକ ଅଂଶ ରୋଗୀଙ୍କ ବ୍ୟବହାରରେ ନଆସି ଦୀର୍ଘଦିନ ଧରି ଗୋଦାମରେ ପଡ଼ି ରହିଥିଲା ବୋଲି ହସ୍ପିଟାଲ ଷ୍ଟୋର ଅଧିକାରୀ ରାଜେନ୍ଦ୍ର ନାଥ ସିଂଙ୍କ କହିଚନ୍ତି । ଫଳରେ ଅନେକ ସାମଗ୍ରୀର ବ୍ୟବହାର ଅବଧି ଶେଷ ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଉପରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଙ୍କ ପ୍ରତିକ୍ରିୟା ରେ ଏହା କହିଚନ୍ତି ଯେ , ଏହି ଅଭିଯୋଗ ଉପରେ ଆମେ ସତ୍ୟାସତ୍ୟ ଜାଣିବା ପାଇଁ ହସ୍ପିଟାଲ କତୃପକ୍ଷ କ ଙ୍କୁ ନିର୍ଦେଶ ଦିଆଯାଇଛି । ଏହା ସହିତ ମେଡିସିନ ର ସଠିକ ଯାଞ୍ଚ , ମାନ ଅବଧି ଏକ୍ସପାରୀ ହୋଇଥିଲେ ତେବେ ପୂର୍ବରୁ ଏହା କଣ ପାଇଁ ଷ୍ଟକ୍ ରେ ରହିଥିଲେ ଏନେଇ ଆମେ ଏହାର ତଦନ୍ତ କରିବୁ ଏବଂ ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି ଶ୍ରୀ ମଲ୍ଲିକ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

ଅଭିଯୋଗ ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକ୍ଷକ ଶ୍ରୀ ଶଶୀକାନ୍ତ ସେଠୀ ଙ୍କୁ ଫୋନ ଯୋଗାଯୋଗ କରିଥିଲୁ । ସେ କହିଚନ୍ତି ଏହି ଅଭିଯୋଗରେ ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ କରାଯିବ ଏବଂ ନଷ୍ଟ ହୋଇଥିବା ଔଷଧ ଓ ସାମଗ୍ରୀର ପ୍ରକୃତ ମୂଲ୍ୟ, ଷ୍ଟକ୍ ରେକର୍ଡ, ଏକ୍ସପାରି ଶେଷ ତାରିଖ ସଠିକ୍ ରହିଛି ଏନେଇ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ ହେବା ନେଇ ଶ୍ରୀ ସେଠୀ କହିଛନ୍ତି ।  

Leave a Reply

Your email address will not be published. Required fields are marked *