ବେଦାନ୍ତ ଆଲୁମିନିୟମ୍ କର୍ମକ୍ଷେତ୍ରରେ ମାନସିକ ସୁସ୍ଥତାକୁ ପ୍ରାଥମିକତା ଦେଉଛି

0
Untitled

ପରାମର୍ଶ ସେବା, ସଚେତନତା କାର୍ଯ୍ୟକ୍ରମ ଓ କର୍ମଚାରୀଙ୍କ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ସହଜରେ ଉପଲବ୍ଧ କରାଉଛି ଭାବଗତ ସହାୟତା

ମାନସିକ ସୁସ୍ଥତା ଜଣେ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନଶୈଳୀ, ସମ୍ପର୍କ ଗଠନ ଏବଂ ବିଭିନ୍ନ ଆହ୍ୱାନର ମୁକାବିଲା କରିବାର କ୍ଷମତାକୁ ପ୍ରଭାବିତ କରିଥାଏ । ତେବେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିବା ସବୁବେଳେ ସହଜ ହୋଇନଥାଏ । ବିଶେଷକରି କର୍ମକ୍ଷେତ୍ରରେ ଅନେକ ବ୍ୟକ୍ତିଗତ ସମସ୍ୟା ଅକୁହା ରହିଯାଏ । କେବଳ ପରାମର୍ଶ ଓ ବୃତିଗତ ମାର୍ଗଦର୍ଶନର ସୁବିଧା ଯୋଗାଇଦେବା ନୁହେଁ, ବରଂ କର୍ମଚାରୀମାନେ ଯେପରି ନିଜ କଥା ଖୋଲାଖୋଲି କହିପାରିବେ, ସମ୍ମାନ ପାଇବେ ଏବଂ ଆବଶ୍ୟକ ସମୟରେ ସହାୟତା ଲୋଡ଼ିବାକୁ ସହଜ ମନେ କରିବେ, ସେଥିପାଇଁ ଏକ ସୁସ୍ଥ କର୍ମପରିବେଶ ସୃଷ୍ଟି କରିବା ଜରୁରୀ ।

ଚଳିତ ବର୍ଷ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଜାତିସଂଘ ପକ୍ଷରୁ ରଖାଯାଇଥିବା ‘ଅନୁଭୂତିର ସ୍ୱରକୁ ଶୁଣିବା: ବାସ୍ତବ ସ୍ୱର, ବାସ୍ତବ ପରିବର୍ତନ’ ବିଷୟବସ୍ତୁ ବ୍ୟକ୍ତିଗତ ଅନୁଭୂତିକୁ ଗୁରୁତ୍ୱ ଦେବା ଏବଂ ଅନ୍ୟମାନଙ୍କ କଥାକୁ ବୁଝିବାର ଆବଶ୍ୟକତା ଉପରେ ଆଲୋକପାତ କରୁଛି । କର୍ମକ୍ଷେତ୍ରରେ ପରିବର୍ତନ ସହିତ ନିଯୁକ୍ତିଦାତା ସଂସ୍ଥାଗୁଡ଼ିକ ମଧ୍ୟ ଏବେ ସ୍ୱୀକାର କରୁଛନ୍ତି ଯେ କର୍ମଚାରୀଙ୍କ ସୁସ୍ଥତା କେବଳ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟରେ ସୀମିତ ନୁହେଁ । ସେମାନେ ପାଉଥିବା ସହାୟତା, ଗଢ଼ିଉଠୁଥିବା ସମ୍ପର୍କ ଏବଂ ସମସ୍ୟା ସମୟରେ ଅନ୍ୟମାନଙ୍କ ନିକଟରେ ପହଂଚିବାର ଆତ୍ମବିଶ୍ୱାସ ମଧ୍ୟ ଏହାକୁ ପ୍ରଭାବିତ କରେ ।

ଭାରତର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ଏହି ଦୃଷ୍ଟିକୋଣକୁ ଆଧାର କରି ନିଜର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟ ସମ୍ବଳକୁ ଅଧିକ ସୁଲଭ କରିବା ପାଇଁ ଅନେକ ପଦକ୍ଷେପ ନେଉଛି । ଖଣି, ବିଶୋଧନାଗାର, ଆଲୁମିନିୟମ୍ ଉତ୍ପାଦନ କେନ୍ଦ୍ର ଓ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କୁ ନେଇ ଗଠିତ ଏହି ବୃହତ୍ କାର୍ଯ୍ୟବଳର ପ୍ରତ୍ୟେକ ସଦସ୍ୟଙ୍କ ଅନୁଭୂତି ଯେ ଭିନ୍ନ, ତାହାକୁ କମ୍ପାନୀ ଗୁରୁତ୍ୱ ଦେଉଛି । ପରାମର୍ଶ ସେବା, ସଚେତନତା କାର୍ଯ୍ୟକ୍ରମ ଓ କର୍ମଚାରୀଙ୍କ ଅଂଶଗ୍ରହଣଭିତିକ ପଦକ୍ଷେପ ମାଧ୍ୟମରେ ଭାବଗତ ସୁସ୍ଥତାକୁ ଦୈନନ୍ଦିନ କର୍ମଚାରୀ ଯତ୍ନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ କମ୍ପାନୀ ଉଦ୍ୟମ କରୁଛି ।

ଆବଶ୍ୟକ ସମୟରେ ବୃତିଗତ ପରାମର୍ଶ ଉପଲବ୍ଧ କରାଇବା ଏହି ପଦକ୍ଷେପର ଏକ ପ୍ରମୁଖ ଦିଗ । ଓଡ଼ିଶାର ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଆଲୁମିନିୟମ୍ର କାର୍ଯ୍ୟକ୍ଷେତ୍ରରେ ଏକ ଡିଜିଟାଲ୍ ସୁସ୍ଥତା କାର୍ଯ୍ୟକ୍ରମ ମାଧ୍ୟମରେ ୨,୯୦୦ରୁ ଅଧିକ କର୍ମଚାରୀ ଉପକୃତ ହେଉଛନ୍ତି । ଏହା ସହିତ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଏହି ସେବାର ପରିସରଭୁକ୍ତ କରାଯାଇଛି । ଦିନରାତି ୨୪ ଘଂଟା ଉପଲବ୍ଧ ପରାମର୍ଶ ହେଲ୍ପଲାଇନ୍‌, ବ୍ୟକ୍ତିଗତ ଆବଶ୍ୟକତା ଅନୁଯାୟୀ ସୁସ୍ଥତା କାର୍ଯ୍ୟପଥ ଏବଂ ବୃତିଗତ ମାର୍ଗଦର୍ଶନ ମାଧ୍ୟମରେ କର୍ମଚାରୀମାନେ ନିଜ ସୁବିଧା ଅନୁଯାୟୀ ସହାୟତା ନେଇପାରୁଛନ୍ତି । ବିଭିନ୍ନ ପାଳିରେ ଓ ଭିନ୍ନ ଭିନ୍ନ ସମୟସୂଚୀ ଅନୁଯାୟୀ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଏହି ସୁବିଧା ବିଶେଷ ଗୁରୁତ୍ୱ ବହନ କରୁଛି ।

କମ୍ପାନୀର ଅନ୍ୟାନ୍ୟ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଏଭଳି ସହଜଲଭ୍ୟ ସହାୟତା ଉପରେ ଗୁରୁତ୍ୱ ଦିଆଯାଉଛି । ଛତିଶଗଡ଼ର ବାଲ୍କୋଠାରେ କର୍ମଚାରୀମାନେ ଡିଜିଟାଲ୍ ଏବଂ ସାକ୍ଷାତଭିତିକ ପରାମର୍ଶ ସେବା ପାଇପାରୁଛନ୍ତି । ଏହାଦ୍ୱାରା ଗୋପନୀୟତା ରକ୍ଷା କରି ପରାମର୍ଶ ନେବା ପାଇଁ ଏକାଧିକ ବିକଳ୍ପ ଉପଲବ୍ଧ ହୋଇଛି । ୨୦୨୬ ମସିହାରେ ଏହି କାର୍ଯ୍ୟକ୍ରମ ଅଧୀନରେ ୧,୧୮୯ଟି କର୍ମଚାରୀ ଅଂଶଗ୍ରହଣ ଏବଂ ୧୬୯ଟି ନୂତନ ପଞ୍ଜୀକରଣ ହୋଇଛି । ଏଥିସହିତ ୨୦୨୫ ମାର୍ଚ୍ଚରୁ ଏଯାବତ୍ ୧୫୫ରୁ ଅଧିକ ପରାମର୍ଶ ଅଧିବେଶନ ଆୟୋଜିତ ହୋଇଛି ।

ଏହା ସହିତ ବାଲ୍କୋ ମେଡିକାଲ୍ ସେଂଟର୍ (ବିଏମ୍ସି) ମାଧ୍ୟମରେ ମଧ୍ୟ ସହାୟତା ଯୋଗାଇ ଦିଆଯାଉଛି । ଏହି ଅନୁଷ୍ଠାନଟି ଅଂଚଳର ଅନ୍ୟତମ ପ୍ରମୁଖ କର୍କଟ ଚିକିତ୍ସା କେନ୍ଦ୍ର ଭାବେ ପରିଚିତ । ଗୁରୁତର ରୋଗର ଚିକିତ୍ସା ସମୟରେ ରୋଗୀ ଓ ସେମାନଙ୍କ ଯତ୍ନ ନେଉଥିବା ପରିବାର ସଦସ୍ୟମାନେ ଯେଉଁ ମାନସିକ ଚାପ ଓ ଭାବଗତ ଆହ୍ୱାନର ସମ୍ମୁଖୀନ ହୁଅନ୍ତି, ସେଥିରେ ସହାୟତା ପାଇଁ ଏଠାରେ ପରାମର୍ଶ ଓ ମନସ୍ତାତ୍ୱିକ ସମର୍ଥନ ସେବା ଉପଲବ୍ଧ ରହିଛି । ବିଭିନ୍ନ ପରିସ୍ଥିତିରେ ଏକାଧିକ ମାଧ୍ୟମରେ ବୃତିଗତ ସହାୟତା ଯୋଗାଇଦେଇ ବ୍ୟକ୍ତିଙ୍କ ଆବଶ୍ୟକତା ଅନୁଯାୟୀ ସମର୍ଥନ ଗ୍ରହଣ କରିବାକୁ ଏହି ପଦକ୍ଷେପଗୁଡ଼ିକ ଉତ୍ସାହିତ କରୁଛି ।

ବୃତିଗତ ସହାୟତା ଉପଲବ୍ଧ କରାଇବା ସହିତ ମାନସିକ ସୁସ୍ଥତା ସମ୍ପର୍କରେ ଖୋଲା ଆଲୋଚନାକୁ ପ୍ରୋତ୍ସାହିତ କରୁଥିବା ପରିବେଶ ସୃଷ୍ଟି କରିବା ମଧ୍ୟ ସମାନ ଭାବେ ଜରୁରୀ । କମ୍ପାନୀର ଆଲୁମିନା ବିଶୋଧନାଗାର ଥିବା ବେଦାନ୍ତ ଲାଞ୍ଜିଗଡ଼ରେ ଆତ୍ମଯତ୍ନ, ଭାବଗତ ସ୍ଥିରତା ଓ ବ୍ୟକ୍ତିଗତ ସୁସ୍ଥତା ଭଳି ବିଷୟ ଉପରେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ କର୍ମଚାରୀଙ୍କୁ ଯୋଡ଼ାଯାଉଛି । ୨୦୨୪ ଅଗଷ୍ଟରୁ ୨୦୨୫ ମାର୍ଚ୍ଚ ମଧ୍ୟରେ କମ୍ପାନୀର ଡିଜିଟାଲ୍ ସୁସ୍ଥତା ସହଯୋଗୀଙ୍କ ମାଧ୍ୟମରେ ୪୮୮ ଜଣ ବ୍ୟକ୍ତି ୭୪୯ଟି ଅଧିବେଶନରେ ଅଂଶଗ୍ରହଣ କରିଥିଲେ । ଏଥିରେ ୧୫୧ଟି ପରାମର୍ଶ ଅଧିବେଶନ ମଧ୍ୟ ସାମିଲ ଥିଲା ।

ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ୨୦୦ରୁ ଅଧିକ କର୍ମଚାରୀଙ୍କ ଅଂଶଗ୍ରହଣରେ ଆୟୋଜିତ ‘ହାପିନେସ୍ ବୁଟ୍କ୍ୟାମ୍ପ’ ଅନ୍ୟତମ । ଏଥିରେ ଆତ୍ମସଚେତନତା ଏବଂ ଦୈନନ୍ଦିନ ଜୀବନର ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ବ୍ୟବହାରିକ ଉପାୟ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହାବ୍ୟତୀତ ଭାବଗତ ବୁଦ୍ଧିମତା ଓ ବ୍ୟକ୍ତିଗତ ସମ୍ପର୍କ ସମ୍ପର୍କିତ ଅଧିବେଶନ ମାଧ୍ୟମରେ ଆତ୍ମସମୀକ୍ଷା ଓ ମତ ବିନିମୟ ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା । ପରାମର୍ଶ ଅଧିବେଶନ ପରେ ଅଂଶଗ୍ରହଣକାରୀଙ୍କ ହାରାହାରି ଭାବଗତ ସୁସ୍ଥତା ସୂଚକାଙ୍କ ୧୦ରୁ ୯.୩ ରହିଥିଲା । ଏହା ଏହି ପଦକ୍ଷେପଗୁଡ଼ିକର ସକାରାତ୍ମକ ପ୍ରଭାବ ଏବଂ କର୍ମକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟ ନେଇ ବଢ଼ୁଥିବା ଖୋଲା ଆଲୋଚନାକୁ ପ୍ରତିଫଳିତ କରୁଛି ।

ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଜଣେ କର୍ମଚାରୀ କହିଛନ୍ତି, “ଏହି ଅଧିବେଶନଗୁଡ଼ିକ ମୋତେ କିଛି ସମୟ ଅଟକି ନିଜ ବିଷୟରେ ଚିନ୍ତା କରିବା ଏବଂ ନିଜ ସୁସ୍ଥତା ପ୍ରତି ଅଧିକ ଧ୍ୟାନ ଦେବାକୁ ପ୍ରେରଣା ଦେଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସହାୟତା ଲୋଡ଼ିବା ଦୁର୍ବଳତା ନୁହେଁ, ବରଂ ଏହା ଏକ ଶକ୍ତିର ପରିଚୟ ବୋଲି ଏହା ମୋତେ ମନେ ପକାଇ ଦେଇଥିଲା ।”

କମ୍ପାନୀର କୋଇଲା ଖଣି କାର୍ଯ୍ୟକ୍ଷେତ୍ରରେ ମଧ୍ୟ ବୃତିଗତ ପରାମର୍ଶ ସହିତ ସଚେତନତା ଭିତିକ କାର୍ଯ୍ୟକ୍ରମକୁ ମିଶାଇ ସମାନ ଧରଣର ପଦକ୍ଷେପ ନିଆଯାଇଛି । କର୍ମଚାରୀମାନେ ଏକ ସାଧାରଣ କର୍ମଚାରୀ ସହାୟତା କାର୍ଯ୍ୟକ୍ରମ ମାଧ୍ୟମରେ ଗୋପନୀୟ ପରାମର୍ଶ ସେବା ପାଇପାରୁଛନ୍ତି । ଏହା ସହିତ ଭାବଗତ ସ୍ୱାସ୍ଥ୍ୟ ଉପରେ ସଚେତନତା ଅଧିବେଶନ ଆୟୋଜନ କରାଯାଉଛି । ୨୦୨୬ର ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରାୟ ୧୩୫ ଜଣ କର୍ମଚାରୀ ଦୁଇଦିନିଆ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏଥିରେ ଚାପ ପରିଚାଳନା, ମାନସିକ ସ୍ଥିରତା ଏବଂ କାର୍ଯ୍ୟାଳୟରେ କରାଯାଇପାରୁଥିବା ଯୋଗାଭ୍ୟାସ ଉପରେ ଆଲୋଚନା ହୋଇଥିଲା । ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଭାବଗତ ସୁସ୍ଥତା ଓ ସୁସ୍ଥ କର୍ମପରିବେଶ ସମ୍ପର୍କିତ ଏକ ଅନ୍ଲାଇନ୍ ସଚେତନତା ଅଧିବେଶନ ମଧ୍ୟ ଆୟୋଜନ କରାଯାଉଛି ।

ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ବ୍ୟତୀତ ନେତୃତ୍ୱସ୍ତରୀୟ ଆଲୋଚନା, କ୍ରୀଡ଼ା, ମନୋରଞ୍ଜନମୂଳକ କାର୍ଯ୍ୟକଳାପ, ସ୍ୱୀକୃତି ପ୍ରଦାନ ବ୍ୟବସ୍ଥା ଏବଂ ପରିବାର ସଦସ୍ୟଙ୍କୁ ସାମିଲ କରୁଥିବା ଆୟୋଜନ ମାଧ୍ୟମରେ କର୍ମଚାରୀଙ୍କ ମଧ୍ୟରେ ସମ୍ପର୍କ ଓ ଆତ୍ମୀୟତା ବଢ଼ାଇବାକୁ ଉଦ୍ୟମ କରାଯାଉଛି । ଏହି ଅନୁଭୂତିଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତା ଦେଉଛି ଯେ ମାନସିକ ସୁସ୍ଥତା କେବଳ ଗୋଟିଏ କାର୍ଯ୍ୟକ୍ରମ ଦ୍ୱାରା ନିଶ୍ଚିତ ହୁଏ ନାହିଁ । ଲୋକମାନେ ଯେଉଁ ପରିବେଶରେ କାମ କରନ୍ତି, ପରସ୍ପର ସହ ମିଶନ୍ତି ଏବଂ ଆଗକୁ ବଢ଼ନ୍ତି, ସେହି ସାମଗ୍ରିକ ପରିବେଶ ଏହାକୁ ପ୍ରଭାବିତ କରେ ।

ବେଦାନ୍ତ ଆଲୁମିନିୟମ୍ର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ସ୍ଥାନୀୟ ଆବଶ୍ୟକତା ଓ ପରିସ୍ଥିତି ଅନୁଯାୟୀ ପଦକ୍ଷେପର ରୂପ ଭିନ୍ନ ହୋଇପାରେ । କିନ୍ତୁ ଏହାର ମୂଳ ଉଦ୍ଦେଶ୍ୟ ଏକ ଜୀବନର ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ କର୍ମଚାରୀମାନେ ଏକା ନୁହନ୍ତି ବୋଲି ସେମାନଙ୍କୁ ଅନୁଭବ କରାଇବା । ପରାମର୍ଶ ସେବା, ସଚେତନତା କାର୍ଯ୍ୟକ୍ରମ ଓ ପାରସ୍ପରିକ ସମ୍ପର୍କ ବଢ଼ାଇବାର ମଂଚ ସହାୟତା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ । ତେବେ ଏହାର ବ୍ୟାପକ ଉଦ୍ଦେଶ୍ୟ ହେଉଛି, ସହାୟତା ଲୋଡ଼ିବାକୁ ଦ୍ୱିଧା ନୁହେଁ, ବରଂ ଏକ ସକାରାତ୍ମକ ଗୁଣ ଭାବେ ଦେଖିବାର ସଂସ୍କୃତି ଗଢ଼ି ତୋଳିବା ।

ମାନସିକ ସ୍ୱାସ୍ଥ୍ୟକୁ ନେଇ ଆଲୋଚନା ଯେତେ ଆଗକୁ ବଢ଼ୁଛି, ସେତେବେଳେ ସବୁଠାରୁ ଅର୍ଥପୂର୍ଣ୍ଣ ପରିବର୍ତନର ଆରମ୍ଭ ହେଉଛି ଏକ ସରଳ ଅନୁଭବରୁ କେହି ଜଣେ ଆମ କଥା ଶୁଣିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଜାଣିବା । କାର୍ଯ୍ୟକ୍ରମ ଓ ସହାୟତା ବ୍ୟବସ୍ଥା ଏଥିପାଇଁ ଏକ ଢାଂଚା ଯୋଗାଇଥାଏ, କିନ୍ତୁ ସହାନୁଭୂତି, ବିଶ୍ୱାସ ଓ ମାନବୀୟ ସମ୍ପର୍କ ହିଁ ଏହାକୁ ଜୀବନ୍ତ କରିଥାଏ ।

ପ୍ରକୃତରେ ଏକ ସୁସ୍ଥ କର୍ମକ୍ଷେତ୍ର କେବଳ ନୀତିନିୟମ କିମ୍ବା ନିର୍ଦ୍ଦିଷ୍ଟ ପଦକ୍ଷେପ ଦ୍ୱାରା ଗଢ଼ିଉଠେ ନାହିଁ । ଦୈନନ୍ଦିନ କାର୍ଯ୍ୟାନୁଭୂତି ମାଧ୍ୟମରେ କର୍ମଚାରୀଙ୍କୁ ସହାୟତା, ବୁଝାମଣା ଓ ଗୁରୁତ୍ୱ ମିଳୁଥିବା ଅନୁଭବ କରାଇବା ଏଥିପାଇଁ ଅତ୍ୟନ୍ତ ଜରୁରୀ । ଏହି ଦୃଷ୍ଟିକୋଣ ହିଁ ବେଦାନ୍ତର ସ୍ଥାୟୀ ବିକାଶ ଚିନ୍ତାଧାରାର ମୂଳରେ ରହିଛି । କର୍ମଚାରୀମାନେ ଯେପରି ଏକ ସୁସ୍ଥ ପରିବେଶରେ ନିଜର ଦକ୍ଷତାର ବିକାଶ କରିପାରିବେ, ସେଥିପାଇଁ କମ୍ପାନୀ ନିରନ୍ତର ପ୍ରୟାସ କରୁଛି । ଓଡ଼ିଶା ସମେତ ଦେଶବ୍ୟାପୀ ବେଦାନ୍ତର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଏହି ଉଦ୍ୟମର ଲକ୍ଷ୍ୟ ହେଉଛି ପ୍ରଗତିର ମାପ କେବଳ ହାସଲ କରାଯାଇଥିବା ସଫଳତା ଦ୍ୱାରା ନୁହେଁ, ବରଂ ସେହି ଯାତ୍ରାରେ ଲୋକମାନେ କିପରି ଅନୁଭବ କରୁଛନ୍ତି, ତାହା ଦ୍ୱାରା ମଧ୍ୟ ହେବା ଉଚିତ ।

Leave a Reply

Your email address will not be published. Required fields are marked *