ସତର୍କତା ସଚେତନତା ସପ୍ତାହ-୨୦୨୬ ଅବସରରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପଦଯାତ୍ରା ଆୟୋଜିତ

0
Untitled

ସତର୍କତା ସଚେତନତା ସପ୍ତାହ-୨୦୨୬ ଅବସରରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), ପ୍ରଶାସନିକ କାର୍ଯ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ୨୬.୧୦.୨୦୨୬ ସୋମବାର ସକାଳେ ଏକ ୱାକାଥନ୍ (ପଦଯାତ୍ରା) ଆୟୋଜିତ ହୋଇଯାଇଛି। “ସତ୍ୟନିଷ୍ଠା ହି ସମୃଦ୍ଧିର ମୂଳମନ୍ତ୍ର” (Probity for Prosperity) ବିଷୟବସ୍ତୁ (ଥିମ୍) କୁ ନେଇ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ଲାକାର୍ଡ ପ୍ରଦର୍ଶନ ମାଧ୍ୟମରେ ସାର୍ବଜନୀନ ଜୀବନରେ ସାଧୁତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ନୈତିକ ଆଚରଣର ମହତ୍ତ୍ୱ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

ଏହି ୱାକାଥନ‌ରେ ଏସବିଆଇର ମୁଖ୍ୟ ମହାପ୍ରବନ୍ଧକ (CGM) ଶ୍ରୀ ରାକେଶ କୁମାର ଯାଦବ, ସତର୍କତା ମହାପ୍ରବନ୍ଧକ (DGM Vigilance) ଶ୍ରୀ ସନ୍ଦୀପ ବି. ମୁନ୍, ଡିଜିଏମ୍ B&O ଶ୍ରୀ ୱାଇ. ସତ୍ୟନାରାୟଣଙ୍କ ସମେତ ବ୍ୟାଙ୍କର ବହୁ ସଂଖ୍ୟକ କର୍ମଚାରୀ ଉତ୍ସାହର ସହିତ ସାମିଲ ହୋଇ ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଏହି ଅବସରରେ ସମସ୍ତେ ନିଜର ବ୍ୟବସାୟିକ ଏବଂ ବ୍ୟକ୍ତିଗତ ଜୀବନରେ ଉଚ୍ଚ ସ୍ତରର ନୈତିକ ମୂଲ୍ୟବୋଧ ଓ ସାଧୁତା ବଜାୟ ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *