ଭାରତୀୟଷ୍ଟେଟ୍ବ୍ୟାଙ୍କ, ଭୁବନେଶ୍ୱରମଣ୍ଡଳପକ୍ଷରୁସତର୍କତାସଚେତନତାସପ୍ତାହ–୨୦୨୬ପାଳନ

ଭୁବନେଶ୍ୱର, ୨୮ ଅକ୍ଟୋବର ୨୦୨୬: ସତର୍କତା ସଚେତନତା ସପ୍ତାହ–୨୦୨୬ ଅବସରରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଭୁବନେଶ୍ୱରସ୍ଥିତ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ପକ୍ଷରୁ ୨୮ ଅକ୍ଟୋବର ୨୦୨୬ ତାରିଖରେ “ପ୍ରଶାସନରେ ସତର୍କତାର ବିଭିନ୍ନ ଦିଗ” ଶୀର୍ଷକ ଏକ ବକ୍ତୃତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ପୋଲିସ ତାଲିମ ଏକାଡେମୀର ପୋଲିସ ମହାନିରୀକ୍ଷକ ଶ୍ରୀ ଅନୁପ କୁମାର ସାହୁ, ଆଇପିଏସ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ରାକେଶ କୁମାର ଯାଦବ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।
ଏହି ଅବସରରେ ନେଟୱର୍କ–IIର ମହାପ୍ରବନ୍ଧକ ଶ୍ରୀ ପ୍ରବୁଦ୍ଧ କୁମାର, ନେଟୱର୍କ–Iର ମହାପ୍ରବନ୍ଧକ ଡଃ ବନ୍ଦନା ଅଗ୍ରୱାଲ ଏବଂ ସତର୍କତା ବିଭାଗର ଉପମହାପ୍ରବନ୍ଧକ ଶ୍ରୀ ସନ୍ଦୀପ ମୁନ୍ ଉପସ୍ଥିତ ଥିଲେ।
ନିଜ ଅଭିଭାଷଣରେ ଶ୍ରୀ ଅନୁପ କୁମାର ସାହୁ ଏକ ସଂଗଠନଠାରୁ ସାଧାରଣ ଜନତାଙ୍କ ଆଶା ଓ ଆକାଂକ୍ଷା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ସେ ପ୍ରଶାସନରେ ସତର୍କତା, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ନୈତିକ ଆଚରଣର ଗୁରୁତ୍ୱ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ।
କାର୍ଯ୍ୟକ୍ରମରେ ବ୍ୟାଙ୍କର ଆଭ୍ୟନ୍ତରୀଣ କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ଓ କଥକ ନୃତ୍ୟର ମନୋରମ ସାଂସ୍କୃତିକ ପରିବେଷଣ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସତର୍କତା ସଚେତନତା ସପ୍ତାହ ଅବସରରେ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟରେ ଆୟୋଜିତ ବକ୍ତୃତା, ବିତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପ୍ରଶାସନରେ ସତ୍ୟନିଷ୍ଠା, ସ୍ୱଚ୍ଛତା ଓ ନୈତିକ ମୂଲ୍ୟବୋଧର ପ୍ରସାର ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି।
