ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଶାସକ ଦଳର କର୍ମୀ ଗିରଫ

ବାଣପୁର:୨୪/୦୨(ପ୍ରବାହ ନିଉଜ) ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପରିସରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କ ମଧ୍ୟରୁ ଆଜି ଅଜିତ ସ୍ୱାଇଁ ନାମକ ବ୍ୟକ୍ତିକୁ ବାଣପୁର ପୋଲିସ ଗିରଫ କରିଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି।

ପୂର୍ବ ସୂଚନା ଅନୁସାରେ ଗତ ୧୮ ତାରିଖ ରାତିରେ ବାଣପୁର ଥାନା ଅନ୍ତର୍ଗତ ଭେଟେଶ୍ୱର ର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଭୋଳଙ୍କ ଉପରେ ରାଜନୈତିକ ଆକ୍ରୋଶ କୁ ନେଇ କିଛି ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିଲେ ଓ ତାଙ୍କ କାରକୁ ଭାଙ୍ଗିଦେଇଥିଲେ । ଏହି ଘଟଣାରେ ଜିତେନ୍ଦ୍ରଙ୍କ ପକ୍ଷରୁ ଥାନାରେ ଏତଲା ଦେବାକୁ ଆସିଥିବା ତିନିଜଣ ଅଭିଯୋଗକାରୀଙ୍କୁ ଶାସକ ଦଳର କର୍ମୀମାନେ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣ କରୁଥିଲେ। ଏହି ସମୟରେ ଦୈନିକ ସମ୍ବାଦପତ୍ର ବିଶ୍ୱବାଣୀର କାର୍ଯ୍ୟରତ ସାମ୍ବାଦିକ ସନ୍ତୋଷ ମହାନ୍ତି ଘଟଣାର ଦୃଶ୍ୟ ଉତ୍ତୋଳନ କରୁଥିବା ବେଳେ ତାଙ୍କୁ ମଧ୍ୟ ଦଳୀୟ କର୍ମୀମାନେ ଆକ୍ରମଣ  କରିଥିଲେ।

ତେବେ ପୋଲିସ ଏହି ଘଟଣାକୁ ଗୁରୁତର ଭାବେ ନେଇଥିବା ବେଳେ ଏସପିଙ୍କ ତତ୍ୱାବଧାନରେ ଏକ ସ୍ପେଶାଲ ଟିମ ଗଠନ କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଅଜିତ ସ୍ୱାଇଁକୁ ପାଲୁରୁ ଛକ ନିକଟରୁ ଗିରଫ କରିଛି । ତେବେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି।

Leave a Reply

Your email address will not be published. Required fields are marked *