ମୋରମ ଖଣିରେ ପୋଲିସ ଚଢ଼ାଉ : ଛଅ ହାଇୱା ଜବତ ସହିତ ସାତ ଗିରଫ

ଟାଙ୍ଗୀ : ୨୯/୭(ପ୍ରବାହ ନିୟୁଜ୍ ) ଶ୍ରୀଯୁକ୍ତ   ଦିଗ୍ ବିଜୟ ବିଶ୍ୱାଳଙ୍କ ଟାଙ୍ଗୀ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ ପରେ ବେଆଇନ ଖଣି ମାଫିଆ ଏବେ ସମ୍ପୂର୍ଣ ଭାବେ ଆତଙ୍କିତ। ପ୍ରତି ମୁହୂର୍ତ୍ତରେ ପୋଲିସ ଗିରଫଦାରୀ କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି ଏହି ବେଆଇନ ଖଣି ମାଫିଆଙ୍କ ମଧ୍ୟରେ । ଶ୍ରୀ ବିଶ୍ଵାଳ ବେଆଇନ ଟାଙ୍ଗୀ ଅଞ୍ଚଳରୁ ପଥର ଖନନକୁ ବନ୍ଦ କରିବା ପାଇଁ ଯୋର ଦାର ଚଢାଉ ଜାରି ରଖି ଥିବାରୁ ବର୍ତ୍ତମାନ ମାଙ୍କଡ଼ା ପଥର ଚୋରା ଚାଲାଣ ଏକରକମ ଭାବେ  ବନ୍ଦ ରହିଥିବା ଜଣାପଡିଛି । ତେବେ ପ୍ରଶାସନର ସମସ୍ତ କଟକଣାକୁ ବେଖାତିର କରି ସିପି ଆରୋରା କମ୍ପାନୀ  ଚଣ୍ଡେଶ୍ୱର ଅଞ୍ଚଳରେ ବେଆଇନ ଭାବେ ମୋରମ ଉତ୍ତୋଳନ କରୁଥିବାର ଖଵର ପାଇବା ଟାଙ୍ଗୀ ଥାନା ଶ୍ରୀ ବିଶ୍ଵାଳ ସଦଳ ବଳେ ବେଆଇନ ମୋରମ ଖଣିରେ ଚଢାଉ କରି ଛଅ ଗୋଟି ମୋରମ ବୋଝେଇ ହାଇୱା ସହ ଗୋଟିଏ ପୋକଲିନ୍ ( ମାଟି ଖୋଳା ମେସିନ୍)  ଜବତ କରିଛନ୍ତି ଓ ଏହା ସହିତ ଘଟଣା ସ୍ଥଳରୁ  ସାତ ଜଣ ଗାଡି ଚାଳକଙ୍କୁ ଗିରଫ କରିଛନ୍ତି ।

ଗିରଫ ଗାଡି ଚାଳକ ମାନଙ୍କ ମଧ୍ୟରୁ ବିକାଶ କୁମାର ଯାଦବ(୨୫) , ରଘୁବୀର ଯାଦବ ବୟସ(୨୭) ଏବଂ ନରେଶ କୁମାର ସିଂ (୨୩) ନାମକ ଗାଡି ଚାଳକ ଝାଡଖଣ୍ଡ ରାଜ୍ୟ କୋଡରମା ଅଞ୍ଚଳର ବୋଲି ଜଣାପଡିଥିବା ବେଳେ ବିହାର ୱୌରଙ୍ଗାବାଦ୍ ର ଦୁର୍ଗା କୁମାର ଯାଦବ(୨୮) ବର୍ଷ ସହିତ ଉତ୍ତର ପ୍ରଦେଶ ସୋନଭଦ୍ରା ଅଞ୍ଚଳର  ଅରବିନ୍ଦ(୨୬) ଓ । ରାମ ପତି(୩୧) ପୋଲିସ ହାତରେ ଧରା ପଡିଛନ୍ତି । ସେହିପରି ଆଉଜଣେ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର  ଶେଷଦେବ ନାୟକ(୨୮) ବୋଲି ଜଣା ପଡିଛି । ଜବତ ଗାଡି ଗୁଡିକ ୧୬ନମ୍ବର ଜାତୀୟ ରାଜପଥ ନିର୍ମାଣରେ ନିଯୁକ୍ତ ଠିକା ସଂସ୍ଥା  ସିପି ଆରୋରା କମ୍ପାନୀର ବୋଲି ଜଣା ପଡିଛି । ଜବତ ଗାଡ଼ି ଗୁଡ଼ିକର କାଗଜପତ୍ର ଯାଞ୍ଚ ଚାଲିଥିବା ବେଳେ ଗିରଫ ହୋଇଥିବା ସମସ୍ତ  ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଟାଙ୍ଗୀ ପୋଲିସ ୩୯୪/୨୨ ରେ ଏକ ମାମଲା ରୁଜୁ କରି ସମସ୍ତ ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *