ଖୋର୍ଦ୍ଧା ସଦର ଥାନା ଦଧିମାଛଗାଡ଼ିଆ ଗ୍ରାମରେ ପୋଲିସର ଚଢ଼ାଉ : ଏକ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ : ଘଟଣାରେ ଦୁଇ ଗିରଫ

ଖୋର୍ଦ୍ଧା: ୨୮/୬(ପ୍ରବାହ ନିୟୁଜ) ଗତ ୨୬ତାରିଖରେ ଏସଟିଏଏଫ ହାତରେ ଖୋର୍ଦ୍ଧା ବରୁଣେଇ ଅଞ୍ଚଳରୁ ଏକ କୋଟିରୁ ଉର୍ଦ୍ଧ ମୂଲ୍ୟର ବ୍ରାଉନ ସୁଗାର ସହିତ ଚାରି ଜଣ ଯୁବକ ଗିରଫ ଘଟଣାକୁ ଦୁଇଦିନ ବିତି ନଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଅଞ୍ଚଳରୁ ଦୁଇଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ବ୍ରାଉନ ସୁଗାର ଜବତ କରିଛି ଖୋର୍ଦ୍ଧା ପୋଲିସ ।

ବିଶେଷ ସୂତ୍ରରୁ ଖବର ମିଳିବାରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ସଦର ଥାନା ପୋଲିସ ଦ୍ୱାରା ଦଧିମାଛଗାଡ଼ିଆ ଠାରେ ଚଢ଼ାଉ କରାଯାଇ ଦୁଇ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରାଯାଇଥିବା ବେଳେ ସହ ସେମାନଙ୍କ ନିକଟରୁ ୧୧.୨୮ ଗ୍ରାମ ବ୍ରାଉନ ସୁଗାର ଓ ଗୋଟେ ବାଇକ ଜବତ କରିଛି ପୋଲିସ l

ଜବତ ବ୍ରାଉନସୁଗାରର ମୂଲ୍ୟ ଏକ ଲକ୍ଷରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁର ଗ୍ରାମର ରୋହିତ କୁମାର ବେହେରା (୩୨) ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟ ଅଭିଯୁକ୍ତ ଜଣକ ଖୋର୍ଦ୍ଧା ସଦର ଥାନା ଦଧିମାଛ ଗାଡ଼ିଆ ଗ୍ରାମର ବିଶ୍ୱନାଥ ବେହେରା (୨୧) ବୋଲି ଜଣା ପଡିଛି l ଉଭୟ ଅଭିଯୁକ୍ତ ନାମରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୧୧୪/୨୨ ରେ ଏକ ମାମଲା ରୁଜୁ କରାଯାଇ ଥିବାବେଳେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ l

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *