ରେଳ ଲାଇନ ନିର୍ମାଣ କାର୍ଯ୍ୟ ନିମନ୍ତେ ସ୍ଥାନୀୟ ବାସିନ୍ଦାଙ୍କୁ ଉଚ୍ଛେଦ ନୋଟିସ

0
Untitled

ବାରିପଦା ,୮/୦୯(ପ୍ରବାହ ନ୍ୟୁଜ): ବାରିପଦା ସହରର ଷ୍ଟେସନ ବଜାର ଠାରୁ ଶୂନଗଡିଆ ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କାର୍ଯ୍ୟ ପାଈଁ ସ୍ଥାନୀୟ ବାସିନ୍ଦାଙ୍କୁ ଉଚ୍ଛେଦ ନିମନ୍ତେ ରେଳ ବିଭାଗ ପକ୍ଷରୁ ନୋଟିସ ଦିଆଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା । ଏହି ଘଟଣାରେ ସ୍ଥାନୀୟ ବାସିନ୍ଦା ବାରିପଦା ନଗରପାଳ କ୍ରିଷ୍ଣାନନ୍ଦ ମହାନ୍ତି ଙ୍କୁ ଭେଟି ଏହାର ସମାଧାନ ପାଇଁ ସହଯୋଗ ଲୋଡ଼ିଥିଲେ ।

ଘଟଣା ଶୁଣିବା ପରେ ନଗରପାଳ ଶ୍ରୀ ମହାନ୍ତି ସ୍ଥାନୀୟ ବାସିନ୍ଦା ଙ୍କ ସହିତ ଅନୁଷ୍ଟିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ପହଞ୍ଚି ବର୍ତ୍ତମାନ ବର୍ଷା ଯୋଗୁଁ ଉଚ୍ଛେଦ କୁ ବନ୍ଦ ରଖିବା ଏବଂ ବିକଳ୍ପ ବ୍ୟବସ୍ଥା ପାଈଁ ନଗରପାଳ ଶ୍ରୀ ମହାନ୍ତି ଦାବି ରଖିଥିଲେ । ଏ ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ରେଳ ବିଭାଗ ସହିତ ଆଲୋଚନା କରି ନିଷ୍ପତ୍ତି ନେବା ପାଈଁ ସମ୍ମତି ପ୍ରକାଶ କରିଥିଲେ। ଏହି ଖବର ପାଇବା ପରେ ସ୍ଥାନୀୟ ବାସିନ୍ଦା ବାରିପଦା ନଗରପାଳ ଶ୍ରୀ କୃଷ୍ଣାନନ୍ଦ ମହାନ୍ତିଙ୍କୁ ଧନ୍ୟବାଦ ଦେବା ସହିତ ତାଙ୍କର ଉନ୍ନତ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *