ଜୁପିଟର ଇଣ୍ଟର ନ୍ୟାସନାଲ ସ୍କୁଲରେ ୭୬ତମ ସ୍ଵାଧୀନତା ଦିବସ ପାଳନ

ରାୟଗଡ଼ା : ୧୫/୮(ପ୍ରବାହ ନିଉଜ୍) ସ୍ଥାନୀୟ ଜୁପିଟର ଇଣ୍ଟର୍ନ୍ୟାସନାଲ ସ୍କୁଲ ଠାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ। ମୁଖ୍ୟ ଅତିଥି ରୂପେ ଡକ୍ଟର ପ୍ରତାପ ଚନ୍ଦ୍ର ମିଶ୍ର ଯୋଗଦାନ କରି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଉପଦେଷ୍ଟା ଶ୍ରୀ ଏସ.ଏନ.ତ୍ରିପାଟି , ଅଦକ୍ଷ ସି.ଏଚ.ଏସ.ଇ ପି.ସିଏଚ.ପଟ୍ଟନାୟକ , ବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଓ ଜୁପିଟର ଇଣ୍ଟର୍ନେସ୍ନାଲ ସ୍କୁଲର ଛାତ୍ରଛାତ୍ରୀ ଉପସ୍ଥିତ ରହି ୭୬ତମ ସ୍ୱାଧୀନତା ଦିବସ ପାଳନ କରିଥିବା ସହିତ ବିଦ୍ୟାଳୟର ସେମିନାର ହଲ ଠାରେ ୭୬ତମ ସ୍ୱାଧୀନତା ଦିବସ ଅବସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ ।

ସମ୍ମାନୀୟ ଅତିଥି ରୂପେ ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀ ଗୋବିନ୍ଦ ପ୍ରସାଦ ରଥ ଯୋଗଦାନ କରି ସ୍ବାଧୀନତା ସଂଗ୍ରାମୀ ମାନଙ୍କର ଦେଶପାଇଁ ବଳିଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମଞ୍ଚାସୀନ ଅତିଥିମାନେ ସାରା ଦେଶରେ ପାଳିତ ହେଉଥିବା ଅମୃତ ମହୋତ୍ସବ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶ୍ୟାମା ପ୍ରସାଦ ପତି ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଉପାଧ୍ୟକ୍ଷା ପି.ଲକ୍ଷ୍ମୀ ଉପସ୍ଥିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *