ଖୋର୍ଦ୍ଧା ବ୍ଲକରେ ମିଳିତ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ
ଖୋର୍ଦ୍ଧା : ୪/୭(ପ୍ରବାହ ନିୟୁଜ) ଖୋରଧା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଭି ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧକ୍ଷତାରେ ସୋମବାର ବ୍ଲକ ସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶିବିରରେ ମୋଟ ୯୮ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୯୨ଟି ବ୍ୟକ୍ତିଗତ ଓ ୬ଗୋଟି ଅଭିଯୋଗ ସାମୁହିକ ସମସ୍ୟା ସମ୍ବନ୍ଧୀୟ ଥିଲା । ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ୮ଗୋଟି ଅଭିଯୋଗ ଘଟଣା ସ୍ଥଳରେ ହିଁ ତତ୍କାଳ ସମାଧାନ କରାଯାଇଥିବା ବେଳେ ୨ଗୋଟି ଅଭିଯୋଗକୁ ବିଚାରକୁ ନିଆଯାଇ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୬୦୦୦ଟଙ୍କାର ଅର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଆଜି ପଞ୍ଚାୟତ ସମିତି ଖୋରଧା ପରିସରରେ ଅନୁଷ୍ଠିତ ହୋଇଥିବା ଏହି ମିଳିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ ଶ୍ରୀ ଭି ସୁଦର୍ଶନ ଚକ୍ରବର୍ତ୍ତୀ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପାଢୀ , ଜିଲ୍ଳା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦିଗନ୍ତ ରାଉତରାୟ,ଉପ-ଜିଲ୍ଲାପାଳ ଶ୍ରୀ ଗୋୖରବ ଶିବାଜୀ ଇଶାଲୱାର , ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଆର୍ତ୍ତବନ୍ଧୁ ନାୟକ ଏବଂ ଅନ୍ୟ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।