ଯୋଡ଼ା ସରକାରୀ ଖୁଚୁରା କଣ୍ଟ୍ରୋଲ ବ୍ୟବସାୟୀ ସଂଘ ପକ୍ଷରୁ ପୌରପାଳିକାକୁ ସାତଦଫା ଦାବିପତ୍ର ପ୍ରଦାନ

ଯୋଡ଼ା : ୪/୭(ପ୍ରବାହ ନିୟୁଜ) ଅଲ ଇଣ୍ଡିଆ ଡିଲର୍ସ ଫେଡେରେସନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନଗେନ୍ଦ୍ର ନାଥ ଜେନାଙ୍କ ନେତୃତ୍ୱରେ ସୋମବାର ଦିନ ଯୋଡ଼ା ଡିଲର୍ସ ଆସୋସିଏସନ ତରଫରୁ ଡିଲର ମାନଙ୍କର ବିଭିନ୍ନ ସମସ୍ୟା ନେଇ ସାମୁହିକ ଭାବେ ଆସୋସିଏସନର କର୍ମକର୍ତ୍ତା ସମେତ ସମସ୍ତ ଡିଲର ମାନେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ରେ ଯାଇ ଯୋଡ଼ା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଏକ ସାତ ଦଫା ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ର ରେ ପ୍ରଧାନମନ୍ତ୍ରୀ ଗରିବକଲ୍ୟାଣ ଅର୍ଣ୍ଣ ଯୋଜନା ବଣ୍ଟନ ବାବଦୀୟ ପାରିଶ୍ରମିକର ବକେୟା ଅର୍ଥ ପ୍ରଦାନ, ପେଷା ମେସିନ ବାବଦ ବ୍ୟବହାରିକ ଖର୍ଚ୍ଚର ବକେୟା ଅର୍ଥ ପ୍ରଦାନ, କରୋନା ମହାମାରୀ ସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ନିମନ୍ତେ ଚାଉଳ ବଣ୍ଟନର ପାରିଶ୍ରମିକ ଅର୍ଥ ପ୍ରଦାନ, ଆକସ୍ମିକ ଦୁର୍ଘଟଣା ଏବଂ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ବରଣ କରିଥିବା ରିଟେଲର ପରିବାରକୁ ପୁନର୍ବାର ନିଯୁକ୍ତି ପ୍ରଦାନ, ସମସ୍ତ ଖାଉଟି ସାମଗ୍ରୀ ଏକାକାଳୀନ ଖୁଚୁରା ବିକ୍ରୟ କେନ୍ଦ୍ରକୁ ପ୍ରେରଣ କରିବା, ସମଗ୍ର ଭାରତ ବର୍ଷ ଗୋଟିଏ ରେସନ ସନନ୍ଦ ନବୀକରଣ ଏବଂ ପାରିଶ୍ରମିକ ଅର୍ଥ ପ୍ରଦାନ କ୍ଷେତ୍ରରେ ସମାନତା ବଜାଇ ରଖିବା, ଇତ୍ୟାଦି ଦାବି ଗୁଡିକ ଦାବିପତ୍ର ରେ ପ୍ରଦାନ କରାଯାଇଥିଲା । ଏହି ସମସ୍ୟା ର ତୁରନ୍ତ ସମାଧାନ କରା ନଗଲେ ଆସନ୍ତା ୧୧ତାରିଖ ଦିନ ରାଜ୍ୟର ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଏବଂ ଆସନ୍ତା ୧୮ତାରିଖରେ ଭୁବନେଶ୍ଵର ବିଧାନସଭା ଠାରେ ରାଜ୍ୟର ସମସ୍ତ ସରକାରୀ ଖୁଚୁରା ବ୍ୟବସାୟୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ପାଇଁ ସଙ୍ଘ ତରଫରୁ ନିଷ୍ପତ୍ତି ନିଆ ଯାଇଥିବା ବେଳେ ଆଗାମୀ ଅଗଷ୍ଟ ମାସ ୨ତାରିଖରେ ନୂଆଦିଲ୍ଲୀ ସ୍ଥିତ ଯନ୍ତର ମନ୍ତର ଠାରେ ଏକ ବିରାଟ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଂଘ ତରଫରୁ ଘୋଷଣା କରାଯାଇଥିଲା । ସରକାରଙ୍କୁ ମଧ୍ୟ ଚେତାବନୀ ଦିଆଯିବା ସହିତ ଡିଲର ମାନଙ୍କ ସମସ୍ୟା ଗୁଡିକୁ ସରକାର ତୁରନ୍ତ ସମାଧାନ କରିବା ପାଇଁ ଦାବିପତ୍ର ରେ ଉଲ୍ଲେଖ କରାଯାଇଥିଲା. ଏଥିରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *