ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥରେ ନିୟନ୍ତ୍ରଣ ହରାଇ ଡିଭାଇଡର୍ କୁ ପିଟିଲା କାର୍

ଖୋର୍ଦ୍ଧା: ୨୪/୭(ପ୍ରବାହ ନିଉଜ୍) ୧୬ନମ୍ବର ଜାତୀୟ ରାଜପଥ ପାଲଟିଛି ଏବେ ମରଣ ଯନ୍ତା। ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥ ବରୁଣେଇ ଓଭର୍ ବ୍ରିଜ ଉପରେ କାର ଦୁର୍ଘଟଣା ଗ୍ରସ୍ତ। ଭୁବନେଶ୍ବର ରୁ ରାୟଗଡ଼ା ଅଭିମୁଖେ ଦୃତଗତିରେ ଯାଉଥିବା ମାରୁତି ସୁଇଫ୍ଟ ଡିଜାୟର କାର୍ ଏକ ଅଜଣା ଗାଡ଼ିରେ ଧକ୍କା ହେବା ସହିତ ନିୟନ୍ତ୍ରଣ ହରାଇ ଘଟାଇଛି ଦୁର୍ଘଟଣା ।

ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଗାଡ଼ିରେ ଥିବା ଜଣେ ପୁରୁଷଙ୍କ ସମେତ ଦୁଇଜଣ ମହିଳା ଯାତ୍ରୀ ପ୍ରଭାବିତ । ସମସ୍ତ ଯାତ୍ରୀ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ସୂଚନା। ଘଟଣା ସ୍ଥଳରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ହଟାଇବା ସହିତ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *