ପୂର୍ବତଟ ରେଳପଥ ଖୋର୍ଦ୍ଧା ମଣ୍ଡଳ ପକ୍ଷରୁ “ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ” ସପ୍ତାହ ପାଳନ
ଜଟଣୀ : ୧୮/୭(ପ୍ରବାହ ନିୟୁଜ) ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ତଥା ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ପୂର୍ବତଟ ରେଳପଥ ଖୋର୍ଦ୍ଧା ମଣ୍ଡଳ ପକ୍ଷରୁ ଚଳିତ ମାସ ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ମରଣୀୟ ‘ଆଜାଦୀ କି ରେଳ ଗାଡି ଔର ଷ୍ଟେସନ’ ସପ୍ତାହ ପାଳନ କରାଯାଉଅଛି | ଏହି ଅବସରରେ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶରଦ ଶ୍ରୀବାସ୍ତବ ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି | ସ୍ୱାଧୀନତା ସଂଗ୍ରାମର ଐତିହାସିକ ପାଇକ ବିଦ୍ରୋହ ଏବଂ ଖୋର୍ଦ୍ଧା ଅଞ୍ଚଳର ଇତିହାସକୁ ମଣ୍ଡନ କରୁଥିବା ଏକ ପ୍ରଦର୍ଶନୀକୁ ଶ୍ରୀଯୁକ୍ତ ଶ୍ରୀବାସ୍ତବ ଉଦଘାଟନ କରିଥିବା ବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସଙ୍କ ପକ୍ଷରୁ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା l ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ‘ଆଜାଦୀ କି ରେଳ ଗାଡି ଔର ଷ୍ଟେସନ’ ସପ୍ତାହ ପାଳନ ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ବୋଲି ଶ୍ରୀଯୁକ୍ତ ଶ୍ରୀବାସ୍ତବ କହିଛନ୍ତି। ସ୍ୱାଧୀନତା ସଂଗ୍ରାମ ସହିତ ଜଡିତ ଥିବା ଦେଶର ,୭୫ ଗୋଟି ରେଳ ଷ୍ଟେସନକୁ ମନୋନୀତ କରାଯାଇଥିବା ବେଳେ ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ ଆଧାରରେ ଏହି ସ୍ମରଣୀୟ ସପ୍ତାହ ପାଳନ କରାଯିବ | ଏଥିସହ ସମଗ୍ର ଦେଶରେ ମନୋନୀତ ଷ୍ଟେସନ୍ ଗୁଡିକ ଗୁଡିକୁ ସପ୍ତାହ ବ୍ୟାପୀ ରଙ୍ଗୀନ ଆଲୋକରେ ସୁସଜ୍ଜିତ କରାଯାଇ ଆଲୋକିକରଣ କରାଯିବ | ଏହି ସମୟ ମଧ୍ୟରେ ଐତିହାସିକ ବିଷୟବସ୍ତୁକୁ ଆଧାର କରି ପୂର୍ବତଟ ରେଳବାଇ ପକ୍ଷରୁ ମନୋନୀତ ହୋଇଥିବା ଖୋର୍ଦ୍ଧା ରୋଡ୍, କଟକ, ସାକ୍ଷୀଗୋପାଳ, ସମ୍ବଲପୁର ଏବଂ ବିଶାଖାପାଟନମ୍ ଆଦି ଷ୍ଟେସନ ମାନଙ୍କରେ ଡିଜିଟାଲ୍ ସ୍କ୍ରିନ୍ ମାଧ୍ୟମରେ ପ୍ରଦର୍ଶିତ କରାଯିବ | ସେହିପରି ଉଦଯାପନୀ ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ଆମନ୍ତ୍ରଣ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି l