ଆନ୍ଦୋଳନକୁ ଭଣ୍ଡୁର କରିଥିବା ଘଟଣାକୁ ନେଇ ଗଣମାଧ୍ୟମ ଜରିଆରେ ଅସନ୍ତୋଷ ବ୍ୟକ୍ତ କରିଛି ଓଡ଼ିଶା ଡ୍ରାଇଭର ମହାସଂଘ

ଖୋର୍ଦ୍ଧା :୧୮/୭(ପ୍ରବାହ ନିୟୁଜ୍) ପୂର୍ବ ସୂଚନା ଅନୁସାରେ ଗତ ଏପ୍ରିଲ୍ ମାସ ୧୮ ତାରିଖରେ ଡ୍ରାଇଭର ମହାସଂଘ ତରଫରୁ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଠାରେ ପ୍ରାୟ ପାଞ୍ଚଲକ୍ଷରୁ ଉର୍ଦ୍ଧ୍ବ ଡ୍ରାଇଭରଙ୍କୁ ନେଇ ଏକ ବିଶାଳ ସାମବେଶ କରାଯାଇଥିଲା। ଡ଼୍ରାଇଭର ମାନଙ୍କୁ ସବୁ କ୍ଷେତ୍ରରେ ଅଣଦେଖା କରାଯାଉଥିବା ବେଳେ ନିଜର ଜୀବନ ଜୀବିକାର ସୁରକ୍ଷା ସହିତ ଅବଲୁଣ୍ଠିତ ଡ଼୍ରାଇଭର ସମାଜକୁ ନ୍ୟାୟ ପ୍ରଦାନ କରିବା ନେଇ ବିଭିନ୍ନ ମୌଳିକ ସମସ୍ୟା ଉପରେ ଏଗାର ଦଫା ଦାବି ସମ୍ବଳିତ ଏକ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ, କିନ୍ତୁ ବିଶାଳ ସମାବେଶ ମଧ୍ୟରେ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଥିଲା। ଯୋଜନାବଦ୍ଧ ଭାବେ କିଛି ଦୃଷ୍ଟ ଖଳ ପ୍ରକୃତିର ଲୋକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିବା ଘଟଣାକୁ ନେଇ ରା୍ଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିବା ସହ ଡ଼୍ରାଇଭର ମହାସଂଘର ଏହି ବିଶାଲ ସମାବେଶ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ରାଜ୍ୟ ସରକାର ମହାସଂଘର ଦାବିକୁ ନେଇ ଆଲୋଚନା କରିବାକୁ ସମୟ ମାଗିଥିବା ବେଳେ କିଛି କୁଚକ୍ରୀ ସମାବେଶକୁ ଭଣ୍ଡୁର କରିବା ପାଇଁ ରାଲିରେ ପଶି ଗଣ୍ଡଗୋଳ କରିଥିଲେ ବୋଲି ଡ଼୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୋମବାର ଦିନ ଜଟଣୀ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କହିଥିବା ସହିତ ରାଜ୍ୟ ସରକାରଙ୍କ ଦିଆଯାଇଥିବା ସମୟ ଅତିକ୍ରମ କରାଯାଇଥିବା ବେଳେ ଚଳିତ ମାସ ୨୦ତାରିଖରେ ରାଜ୍ୟ ସରକାର ଏବଂ ଡ଼୍ରାଇଭର ମହାସଂଘ ମଧ୍ୟରେ ହେବାକୁ ଥିବା ଆଲୋଚନାକୁ ବିଗତ ଦିନରେ ଗଣ୍ଡଗୋଳ ଭିଆଇ ଥିବା କୁଚକ୍ରୀ ଗୋଷ୍ଟି ଭଣ୍ଡୁର କରିବା ପାଇଁ ମସୁଧା କରୁଥିବା ଅଭିଯୋଗ ଆଣିବା ସହିତ ଏଭଳି ଚକ୍ରାନ୍ତକୁ ସଫଳ କରିବାକୁ ଦେବନାହିଁ ବୋଲି ମହାସଂଘ ପକ୍ଷରୁ ବିବୃତ୍ତି ରଖାଯାଇଛି।

Leave a Reply

Your email address will not be published. Required fields are marked *