ଏକ୍ସପାରୀ ଇଞ୍ଜେକସନ ନେଇ ନାବାଳକ ଗୁରୁତର

ଟାଙ୍ଗୀ : ୧୯/୭(ପ୍ରବାହ ନିୟୁଜ) ନାବାଳକଙ୍କୁ ଦିଆଗଲା ଏକ୍ସପାଏରୀ ଇଞ୍ଜେ୍କସନ । ନାବାଳକ ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଉନ୍ନତ ଚିକିସ୍ପା ପାଇଁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର .କରାଯାଇଛି । ଗୁରୁତର ନାବାଳକ ଜଣକ ଟାଙ୍ଗୀ ଥାନା ଅନ୍ତର୍ଗତ ଝରିଆ ଗ୍ରାମରନାମ ରଶ୍ମି ରଂଜନ ପଲେଇ(୧୨) ଘର ।

ରଶ୍ମି ରଂଜନ ପେଟ ରୋଗରେ ଆକ୍ରାନ୍ତ ହୋଇ ଟାଙ୍ଗୀରେ ଶିଶୁରୋଗ ବିଶେଷଗ୍ୟ ଡାକ୍ତର ସୁର୍ଯ୍ୟ ନାରାୟଣ ମିଶ୍ରଙ୍କୁ ଦେଖା କରିଥିଲେ । ଆବଶ୍ୟକୀୟ ବିଶ୍ଳେଷଣ କରିବା ପରେ ଡାକ୍ତର ମିଶ୍ର ଜୋନ୍- ୫୦୦ ନାମକ ଇଞ୍ଜେକସନ ସହ ଅନ୍ୟାନ୍ୟ ଔଷଧ ନେବାପାଇଁ ପରାମର୍ଶ ଦେଇଥିଲେ ।

କିନ୍ତୁ ନୟାଗଡ ଜିଲ୍ଲା ଚାନ୍ଦପୁରରେ ଥିବା ରାମଚଣ୍ଡୀ ହସପିଟାଲ ନାମକ ଏକ ଘରୋଇ କ୍ଲିନିକ୍ ର ସ୍ୱାସ୍ଥ୍ୟକର୍ମୀ ଜୋନ୍-୫୦୦ ବଦଳରେ ଓଡିଶେଫ୍ -୫୦୦ ନାମକ ଇଞ୍ଜେକସନ ନାବାଳକଙ୍କୁ ଦେଇଥିଲେ। କିନ୍ତୁ ନାବାଳକଙ୍କୁ ଦିଆଯାଇଥିବା ଓଡିଶେଫ୍-୫୦୦ ଇଞ୍ଜେ୍କସନ ଯାହା କି ୬ ମାସ ତଳୁ ଏକ୍ସପାଏରୀ ହୋଇଯାଇଥିବା ଦେଖିବାକୁ ମିଳିଥିବା ବେଳେ ନାବାଳକ ଜଣକ ଏକ୍ସପାରୀ ଇଞ୍ଜେକସନ ପ୍ରଭାବରେ ଗୁରୁତର ହେବାରୁ ପରିବାର ଲୋକେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ।

ତେବେ ଏଠାରେ ଡାକ୍ତର ନାବାଳକର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରି ଦେଇଛନ୍ତି । ଏ ସଂପର୍କରେ ଘରୋଇ ମେଡିକାଲ ମାଲିକ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ତେବେ ଏହି ଘଟଣାକୁ କେନ୍ଦ୍ର କରି ଉକ୍ତ ଘରୋଇ ଚିକିତ୍ସାଳୟ ସମ୍ମୁଖରେ କିଛି ସମୟ ପର୍ଯ୍ୟନ୍ତ ଚିକିତ୍ସାଳୟର କର୍ମଚାରୀ ଏବଂ ନାବାଳକଙ୍କ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନ ଦେଖାଦେଇଥିଲା ।

Leave a Reply

Your email address will not be published. Required fields are marked *