ଆସୋଟେକ୍ ପ୍ରକଳ୍ପକୁ ଆଇଓବି ପକ୍ଷରୁ ୭୫ କୋଟି ଟଙ୍କା ଅର୍ଥ ମଞ୍ଜୁର; ଭୁବନେଶ୍ୱରରେ ୩୦୦ ଏକରର ଟାଉନସିପରୁ ୧୦,୦୦୦ରୁ ଅଧିକ ନିଯୁକ୍ତି ସମ୍ଭାବନା

ଭୁବନେଶ୍ୱର, ଅଗଷ୍ଟ ୨୦୨୬: ଆସୋଟେକ୍ ଗ୍ରୁପର ସମନ୍ୱିତ ଟାଉନସିପ୍ ପ୍ରକଳ୍ପ ‘ଆସୋଟେକ୍ ୱାର୍ଲ୍ଡ’ ଭୁବନେଶ୍ୱରର ରିଅଲ୍ ଇଷ୍ଟେଟ୍ ଏବଂ ନିଯୁକ୍ତି କ୍ଷେତ୍ରକୁ ଏକ ସ୍ୱତନ୍ତ୍ର ଦିଗ ଓ ନୂତନ ଗତି ଦେବାକୁ ଯାଉଛି । ଏହି ପ୍ରକଳ୍ପର ବିକାଶ ପାଇଁ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ପକ୍ଷରୁ ଟ.୭୫ କୋଟିର ଅର୍ଥ ମଞ୍ଜୁର କରାଯାଇଛି ।
ପ୍ରାୟ ୩୦୦ ଏକର ଜମିରେ ବିକଶିତ ହେବାକୁ ଥିବା ‘ଆସୋଟେକ୍ ୱାର୍ଲ୍ଡ’ ଏକ ସମନ୍ୱିତ ଟାଉନସିପ୍ ଭାବେ ପରିକଳ୍ପନା କରାଯାଇଛି । ପ୍ରକଳ୍ପର ନିର୍ମାଣ ଓ ପରିଚାଳନା ପର୍ଯ୍ୟାୟରେ ୧୦,୦୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଉଛି ।
ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପରେ ବିନିଯୋଗ ଅର୍ଥସାଧାରଣତଃ ନିର୍ମାଣର ବିଭିନ୍ନ ପର୍ଯ୍ୟାୟ ସହ ଜଡିତ ଥାଏ । ଫଳରେ ପ୍ରକଳ୍ପର ବାସ୍ତବ ଅଗ୍ରଗତି ଅନୁଯାୟୀ ପର୍ଯ୍ୟାୟକ୍ରମେ ଅର୍ଥର ବ୍ୟବହାର କରାଯାଇପଥାଏ । ଅତେବ ଏକ ବୃହତ୍ ପ୍ରକଳ୍ପ ପାଇଁ ଏଭଳି ପ୍ରତିଷ୍ଠାନଗତ ଅର୍ଥାୟନ ନିରନ୍ତର ନିର୍ମାଣ କାର୍ଯ୍ୟ ଓ ବିଭିନ୍ନ ପର୍ଯ୍ୟାୟରେ ନିଯୁକ୍ତି ସୃଷ୍ଟିକୁ ସମର୍ଥନ କରିପାରିବ ।
ଏହି ଟାଉନସିପ୍ ନିର୍ମାଣ କାର୍ଯ୍ୟରେ ରାଜମିସ୍ତ୍ରୀ, ଷ୍ଟିଲ୍ ଫିକ୍ସ,ର୍ ଇଲେକ୍ଟ୍ରିସିଆନ୍, ପ୍ଲମ୍ବର, ସାଧାରଣ ଶ୍ରମିକ, ସାଇଟ୍ ସୁପରଭାଇଜର ଏବଂ ପ୍ରକଳ୍ପ ପରିଚାଳନା ଟିମ୍ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ସହିତ ନିର୍ମାଣ ସାମଗ୍ରୀ ଯୋଗାଣକାରୀ, ପରିବହନ ଓ ଲଜିଷ୍ଟିକ୍ସ ଅପରେଟର, ଉପକରଣ ଭଡ଼ା ସେବା ଏବଂ ସ୍ଥାନୀୟ ଠିକାଦାରଙ୍କ ଭଳି ସହଯୋଗୀ କ୍ଷେତ୍ରଗୁଡ଼ିକରେ ମଧ୍ୟ ନିଯୁକ୍ତିର ପ୍ରଭାବ ପଡ଼ିବ ।
ନିର୍ମାଣ କାର୍ଯ୍ୟ ପରେ ମଧ୍ୟ ଟାଉନସିପରେ ବାସିନ୍ଦାମାନେ ରହିବା ଆରମ୍ଭ କଲେ ସୁରକ୍ଷା, ହାଉସକିପିଂ, ରକ୍ଷଣାବେକ୍ଷଣ, ପରିବହନ ଏବଂ ଘରୋଇ ସେବା ଭଳି କ୍ଷେତ୍ରରେ ନିରନ୍ତର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଟାଉନସିପ୍ ମଧ୍ୟରେ ପ୍ରସ୍ତାବିତ ପ୍ରାଇଡ୍ ୱାର୍ଲ୍ଡ ସ୍କୁଲ୍ ମଧ୍ୟ ଶିକ୍ଷକ, ଶିଶୁମାନଙ୍କ ଲାଳନ ପାଳନ ଏବଂ ସ୍କୁଲ୍ ସହାୟକ କର୍ମଚାରୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।
ଆସୋଟେକ୍ ଗ୍ରୁପର ନିର୍ଦ୍ଦେଶକ ଆଦିତ୍ୟ ପ୍ରକାଶ କହିଛନ୍ତି, ଭୁବନେଶ୍ୱରରେ ସୁସଂଗଠିତ ରିଅଲ୍ ଇଷ୍ଟେଟ୍ ବିକାଶର ବ୍ୟାପକ ସମ୍ଭାବନା ରହିଛି । ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ପକ୍ଷରୁ ୭୫ କୋଟି ଟଙ୍କାର ପ୍ରକଳ୍ପ ଅର୍ଥ ମଞ୍ଜୁର ହେବା ‘ଆସୋଟେକ୍ ୱାର୍ଲ୍ଡ’ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଏହି ୩୦୦ ଏକରର ସମନ୍ୱିତ ଟାଉନସିପ୍ ଜରିଆରେ ଆମେ ସହରର ଆବାସିକ ଭିତିଭୂମିରେ ଯୋଗଦାନ କରିବା ସହିତ ପ୍ରକଳ୍ପ ଏବଂ ଏହା ସହ ଜଡ଼ିତ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ । ପ୍ରକଳ୍ପର ବିଶାଳ ପରିସର, ପ୍ରତିଷ୍ଠାନଗତ ଅର୍ଥାୟନ ଏବଂ ବ୍ୟାପକ ନିଯୁକ୍ତି ସମ୍ଭାବନାକୁ ଦୃଷ୍ଟିରେ ରଖି ‘ଆସୋଟେକ୍ ୱାର୍ଲ୍ଡ’ ଭୁବନେଶ୍ୱରର ପରିବର୍ତନଶୀଳ ସହରୀ ଏବଂ ଆର୍ôଥକ ପରିଦୃଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବାକୁ ଯାଉଛି ।
