ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ‘ଆରୋଗ୍ୟ’ କାର୍ଯ୍ୟକ୍ରମ ଅଧୀନରେ ମୋବାଇଲ୍ ହେଲ୍ଥ ଡିସପେନ୍ସାରି ଶୁଭାରମ୍ଭ କଲା ଟିପିସିଓଡିଏଲ୍

ଭୁବନେଶ୍ୱର, ୨୩ ଅକ୍ଟୋବର, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ନିଜର ସିଏସ୍ଆର୍ କାର୍ଯ୍ୟକ୍ରମ ‘ଆରୋଗ୍ୟ’ ଅଧୀନରେ ଏହାର ଚତୁର୍ଥ ମୋବାଇଲ୍ ହେଲ୍ଥ ଡିସପେନ୍ସାରି (ଏମ୍ଏଚ୍ଡି) ଶୁଭାରମ୍ଭ କରିଛି । ଏହି ପଦକ୍ଷେପ ମାଧ୍ୟମରେ କମ୍ପାନୀ ନିଜ ସେବାଯୋଗାଣ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ପ୍ରତି ଥିବା ନିଜ ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛି ।
ଟିପିସିଓଡିଏଲ୍ର ଭୁବନେଶ୍ୱରସ୍ଥିତ କର୍ପୋରେଟ୍ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚିଫ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ୍ ତଥା ଟିପିସିଓଡିଏଲ୍ର ସିଇଓ ଶ୍ରୀ ଗଜାନନ କାଲେ ଏବଂ କମ୍ପାନୀର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ଏହି ଡିସପେନ୍ସାରିର ଉଦ୍ଘାଟନ କରାଯାଇଛି । ନୂତନ ଭାବେ ଆରମ୍ଭ ହୋଇଥିବା ଏହି ମୋବାଇଲ୍ ହେଲ୍ଥ ଡିସପେନ୍ସାରି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ନୟାଗଡ଼, ବାଲୁଗାଁ ଏବଂ ଖୋର୍ଦ୍ଧା ବିଦ୍ୟୁତ୍ ଡିଭିଜନ ଅଧୀନସ୍ଥ ଭୁବନେଶ୍ୱର – ୨ ସର୍କଲର ୧୨୦ ଟି ଗ୍ରାମ ପଞ୍ଚାୟତରେ ଥିବା ୩୦,୦୦୦ ରୁ ଅଧିକ ଲୋକଙ୍କୁ ସେବା ଯୋଗାଇଦେବ । ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ଟିପିସିଓଡିଏଲ୍ ର ପରିଚାଳନା କ୍ଷେତ୍ରରେ ୬ ଲକ୍ଷରୁ ଅଧିକ ହିତାଧିକାରୀ ସଫଳତାର ସହ ସେବା ଲାଭ କରି ଉପକୃତ ହୋଇଛନ୍ତି ।
ଏହି ମୋବାଇଲ୍ ଡିସପେନ୍ସାରିରେ ଜଣେ ଏମ୍ବିବିଏସ୍ ଡାକ୍ତର ଏବଂ ସହାୟକ ଚିକିତ୍ସା କର୍ମଚାରୀ ଉପସ୍ଥିତ ରହିବେ । ଏହା ଜରିଆରେ ଆବଶ୍ୟକ ଲୋକମାନଙ୍କୁ ମାଗଣା ପରାମର୍ଶ ତଥା ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା, ପ୍ରେସକ୍ରିପସନ୍ ଏବଂ ଔଷଧ ବଣ୍ଟନ ଭଳି ସୁବିଧା ପ୍ରଦାନ କରାଯିବ । ଏହା ସହିତ ଏହି ମୋବାଇଲ୍ ହେଲ୍ଥ ଡିସପେନ୍ସାରି ଆବଶ୍ୟକ ସ୍ଥଳେ ହିତାଧିକାରୀମାନଙ୍କୁ ରେଫରାଲ୍ ସେବା ପ୍ରଦାନ କରିବ ଏବଂ ସାମଗ୍ରିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଷେଧକ ସ୍ୱାସ୍ଥ୍ୟସେବା, ସ୍ୱଚ୍ଛତା, ପୁଷ୍ଟିକର ଖାଦ୍ୟ ତଥା ସୁସ୍ଥ ଜୀବନଶୈଳୀ ଅଭ୍ୟାସ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ଶିବିର ପରିଚାଳନା କରିବ ।
ଏହି ଅବସରରେ ମତ ରଖି ଚିଫ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ୍ ତଥା ଟିପିସିଓଡିଏଲ୍ର ସିଇଓ ଶ୍ରୀ ଗଜାନନ କାଲେ କହିଛନ୍ତି ଯେ, “ଲୋକମାନଙ୍କୁ ସହାୟତା ପ୍ରଦାନ କରିବା ଏବଂ ଏକ ସୁସ୍ଥ ସମାଜ ଗଠନ କରିବା ଆମର ନିରନ୍ତର ପ୍ରୟାସ ରହିଆସିଛି । ଲୋକମାନଙ୍କୁ ଉନ୍ନତ ତଥା ସହଜ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ଦିଗରେ ଆମର ଥିବା ପ୍ରତିବଦ୍ଧତାର ଏକ ବଳିଷ୍ଠ ପ୍ରମାଣ ହେଉଛି ଏହି ମୋବାଇଲ୍ ହେଲ୍ଥ ଡିସପେନ୍ସାରି । ସମାଜର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟରେ ଆମେ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ସିଏସ୍ଆର୍ ପଦକ୍ଷେପ ମାଧ୍ୟମରେ ସକ୍ରିୟ ଭାବେ କାର୍ଯ୍ୟ ଜାରି ରଖିବୁ ।”
ଏହି ପଦକ୍ଷେପ ତୃଣମୂଳ ସ୍ତରରେ ଜରୁରୀ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରିବା ସହ ଅନ୍ତର୍ଭୁକ୍ତୀକରଣ ସାମାଜିକ ବିକାଶ ପ୍ରତି ଟିପିସିଓଡିଏଲ୍ର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ନିଜର ସିଏସ୍ଆର୍ କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନୀ ମୌଳିକ ସ୍ୱାସ୍ଥ୍ୟସେବାର ଅଭାବକୁ ଦୂର କରିବାକୁ ଚେଷ୍ଟା କରୁଛି, ବିଶେଷ କରି ଗ୍ରାମାଞ୍ଚଳ ତଥା ଅବହେଳିତ ବର୍ଗର ଲୋକଙ୍କ ପାଖରେ ପହଞ୍ଚିବା ସହିତ ସ୍ୱାସ୍ଥ୍ୟ ସଚେତନତା, ପ୍ରତିଷେଧକ ଯତ୍ନ ଏବଂ ସାମଗ୍ରିକ କଲ୍ୟାଣକୁ ପ୍ରୋତ୍ସାହିତ କରୁଛି । ଲୋକମାନଙ୍କ ଘର ଦ୍ୱାରମୁହଁରେ ଆବଶ୍ୟକ ଚିକିତ୍ସା ସେବା ପହଞ୍ଚାଇ ଟିପିସିଓଡିଏଲ୍ ନିଜ ସେବା ଯୋଗାଣ ଅଞ୍ଚଳରେ ଅଧିକ ସୁସ୍ଥ, ଦୃଢ଼ ତଥା ସଶକ୍ତ ସମୁଦାୟ ଗଠନ କରିବାକୁ ଲକ୍ଷ୍ୟ ରଖିଛି ।
