ନାର୍ଭେରମ୍ ପାୱାର ଆଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ମହିଳା କ୍ଲବ୍ ଦ୍ୱାରା ଶାବନ୍ ପର୍ବ

ତା ୧୭/୦୮/୨୬ରିଖ ,ନାର୍ଭେରମ୍ ପାୱାର ଆଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ କମ୍ପାନୀର ମହିଳା କ୍ଲବ୍ ଦ୍ୱାରା ଶାବନ୍ ପର୍ବ ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଲକି ଇଣ୍ଡିଆ ହୋଟେଲ ର ଦରବାର ହଲ୍ ରେ ଏକ ସାଜସଜ୍ଜା କରାଯାଇ କର୍ମଚାରୀମାନଙ୍କର ଧର୍ମପତ୍ନୀ ମାନେ ଏକାଠି ହୋଇ ଏହି କାର୍ଯ୍ୟକ୍ରମ କୁ ମହା ଆଡ଼ମ୍ବର ରେ ଆୟୋଜନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମହିଳା ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନେକ ପ୍ରକାରର କୌତକ ଖେଳ ମାନ ର ପ୍ରତିଯୋଗିତା ରଖିଥିଲେ ।ଏହି ମହିଳା କାର୍ଯ୍ୟକ୍ରମ ରେ ପୁରୁଷ ମାନଙ୍କୁ ମଧ୍ୟ ଆମନ୍ତ୍ରିତ୍ କରା ଯାଇଥିଲା ।
ପୁରୁଷ ମାନଙ୍କ ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ ରଖାଯାଇ ସେମାନଙ୍କୁ ପୁରସ୍କୃତ କରା ଯାଇଥିଲା । ମହିଳା କ୍ଲବ୍ ର ସଭାପତି ପ୍ରିୟଦର୍ଶିନୀ ରଣା ଓ ଉପସଭାପତି ନିହାରିକା ମହାନ୍ତି ଏହି କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ । ସେମାନଙ୍କ ସହ ସ୍ୱର୍ଣ୍ଣ ପ୍ରଭା ବେରା,ଅଞ୍ଜଳି ଦାସ,ଜୟନ୍ତୀ ବିଶ୍ୱାଳ,ଅଞ୍ଜଳି ସାହୁ,ଆରତୀ ବେହେରା,ମିନାକ୍ଷୀ ଦାସ,ବବିତା ମହାନ୍ତ,ଶ୍ୱେତା ମୁଖାର୍ଜୀ,ଅହଲ୍ୟା ମହାନ୍ତ,ରୋଜାଲିନ ନାଏକ ,ଅର୍ଚ୍ଚନା ଗୋପାଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । କମ୍ପାନୀର ବରିଷ୍ଠ ଉପସଭାପତି ସଦାନନ୍ଦ ରଣା ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ କମ୍ପାନୀର ମହିଳା ମାନେ ଏହି କାର୍ଯ୍ୟ କ୍ରମ ଦ୍ୱାରା ଏକତ୍ରିତ ହେବାର ଏକ ସୁଯୋଗ ପାଇବା ସଙ୍ଗେ ସଙ୍ଗେ ସେମାନଙ୍କ ଗୁଣାତ୍ମକ ବିକାଶ ରେ ସହାୟକ ହୋଇଥାଏ ବୋଲି କହିଥିଲେ ।
