ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡର ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମବଳ ଗଠନରେ ପଦକ୍ଷେପ ଅତ୍ୟନ୍ତ ପ୍ରସଂସନିୟ

0
Untitled

ଭୁବନେଶର: ଏକ ଆଧୁନିକ ଆଲୁମିନିୟମ ଶିଳ୍ପର ସଫଳତାର କାହାଣୀ ସାଧାରଣତଃ ଉତ୍ପାଦନ ରେକର୍ଡ, କ୍ଷମତା ସମ୍ପ୍ରସାରଣ, କାର୍ଯ୍ୟକ୍ଷମତାର ମାଇଲଖୁଂଟ ଏବଂ ସ୍ଥାୟୀତ୍ୱ ଲକ୍ଷ୍ୟ ଭଳି ସଂଖ୍ୟାକୁ ନେଇ ଗଢ଼ିଉଠେ । କିନ୍ତୁ ଶିଳ୍ପର ପରିବର୍ତିତ ସ୍ୱରୂପ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରଭାବରେ କାର୍ଯ୍ୟକ୍ଷେତ୍ରରେ ନୂଆ ପରିବର୍ତନ ଆସୁଥିବା ବେଳେ ଆଉ ଏକ ଦିଗ ଗୁରୁତ୍ୱ ହାସଲ କରୁଛି । ତାହା ହେଉଛି ଲୋକଙ୍କ ଶିଖିବା, ପରିବର୍ତନ ସହ ଖାପ ଖୁଆଇବା ଏବଂ ଆଗକୁ ବଢ଼ିବାର କ୍ଷମତା ।

ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପାଇଁ ଭବିଷ୍ୟତ ପାଇଁ ପ୍ରସ୍ତୁତ କର୍ମବଳ ଗଠନ କେବଳ ଦକ୍ଷ କର୍ମଚାରୀ ନିଯୁକ୍ତିରେ ସୀମିତ ନୁହେଁ । ଦ୍ରୁତ ପରିବର୍ତନଶୀଳ ଶିଳ୍ପ ପରିବେଶରେ କର୍ମଚାରୀମାନେ ଯେପରି ସଫଳତାର ସହ କାର୍ଯ୍ୟ କରିପାରିବେ, ସେଥିପାଇଁ ଆବଶ୍ୟକ ଦକ୍ଷତା, ଉପକରଣ, ସୁଯୋଗ ଓ ସହଯୋଗ ଯୋଗାଇଦେବା ଏହାର ମୂଳ ଲକ୍ଷ୍ୟ । କମ୍ପାନୀ ନିଜର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ନିରନ୍ତର ଶିକ୍ଷା, ଡିଜିଟାଲ ଦକ୍ଷତା, ସମାବେଶୀ ପରିବେଶ, ନୂତନ ପିଢ଼ିର ପ୍ରତିଭା ବିକାଶ ଏବଂ କର୍ମଚାରୀଙ୍କ ସୁସ୍ଥତା ଉପରେ ନିବେଶ କରୁଛି । ଦୀର୍ଘମିଆଦୀ ଅଭିବୃଦ୍ଧି ପ୍ରଯୁକ୍ତି ଓ ଭିତିଭୂମି ଭଳି ମାନବ ସମ୍ବଳ ଉପରେ ମଧ୍ୟ ନିର୍ଭରଶୀଳ ବୋଲି କମ୍ପାନୀ ସ୍ୱୀକାର କରିଛି ।

ଏହି ଦୃଷ୍ଟିକୋଣ କମ୍ପାନୀରେ ଗଢ଼ିଉଠୁଥିବା ନବସୃଜନର ସଂସ୍କୃତିରେ ପ୍ରତିଫଳିତ ହେଉଛି । ଲଞ୍ଜିଗଡ଼ସ୍ଥିତ ଆଲୁମିନା ବିଶୋଧନାଗାରରେ କର୍ମଚାରୀମାନେ କାର୍ଯ୍ୟଦକ୍ଷତା, ନିର୍ଭରଯୋଗ୍ୟତା ଏବଂ ସମ୍ବଳର ସର୍ବୋତମ ବ୍ୟବହାରକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ କାର୍ଯ୍ୟଗତ ଉନ୍ନତିରେ ଅବଦାନ ରଖୁଛନ୍ତି । ୨୦୨୬ରେ ଉତ୍ପାଦନ ଉତ୍କର୍ଷ ପୁରସ୍କାର ଅବସରରେ ବିଶୋଧନାଗାରର ସାତଟି ଦଳକୁ ସ୍ୱୀକୃତି ମିଳିଥିଲା । ଏଥିରେ ମିଶ୍ରଣ ଟାଙ୍କିର ନିର୍ଭରଯୋଗ୍ୟତା ବୃଦ୍ଧିଠାରୁ ଆରମ୍ଭ କରି କ୍ୟାଲସିନର୍ କାର୍ଯ୍ୟରେ ଜଳ ବ୍ୟବହାର ହ୍ରାସ ପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ସାମିଲ ଥିଲା । ଏହି ପଦକ୍ଷେପଗୁଡ଼ିକ ନିର୍ଦ୍ଦିଷ୍ଟ କାର୍ଯ୍ୟଗତ ସମସ୍ୟାର ସମାଧାନ କରିବା ସହ କର୍ମଚାରୀଙ୍କୁ ନୂଆ ସୁଯୋଗ ଚିହ୍ନଟ, ସମସ୍ୟାର ସମାଧାନ ଏବଂ ଫଳାଫଳର ଦାୟିତ୍ୱ ନେବାକୁ ଉତ୍ସାହିତ କରୁଥିବା ଏକ ବ୍ୟାପକ ମାନସିକତାକୁ ମଧ୍ୟ ଉଜାଗର କରିଛି ।

ଉତ୍ପାଦନ କ୍ଷେତ୍ର ଅଧିକ ପ୍ରଯୁକ୍ତିନିର୍ଭର ହେଉଥିବାରୁ ଶିଖିବା, ପରିବର୍ତନ ସହ ଖାପ ଖୁଆଇବା ଏବଂ ନବସୃଜନର କ୍ଷମତା ବୈଷୟିକ ଦକ୍ଷତା ଭଳି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହି ପରିବର୍ତନ ସହ କର୍ମଚାରୀମାନଙ୍କୁ ତାଳ ମିଳାଇବାରେ ସହାୟତା କରିବା ପାଇଁ ବେଦାନ୍ତ ଆଲୁମିନିୟମ ଶିକ୍ଷା ଓ ଦକ୍ଷତା ବିକାଶର ନୂତନ ପଦ୍ଧତି ଉପରେ ନିବେଶ କରୁଛି ।

ବାଲ୍କୋରେ କର୍ମଚାରୀମାନେ ଏଏଲଏଆଇଏସଏନାମକ କୃତ୍ରିମ ବୁଦ୍ଧିମତା ସମ୍ପନ୍ନ ମାନବାକୃତି ସହାୟକ ମଂଚ ମାଧ୍ୟମରେ କାର୍ଯ୍ୟଗତ ମାର୍ଗଦର୍ଶନ ପାଇବା ଆରମ୍ଭ କରିଛନ୍ତି । ଏହି ପ୍ରଯୁକ୍ତି କାର୍ଯ୍ୟସ୍ଥଳରେ ଆବଶ୍ୟକ ଜ୍ଞାନକୁ ସହଜରେ ଉପଲବ୍ଧ କରାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦ରୁ ଅଧିକ କର୍ମଚାରୀ ଏହି ପଦକ୍ଷେପରେ ଭାଗ ନେଇ କାର୍ଯ୍ୟପ୍ରଣାଳୀ, ସୁରକ୍ଷା ଆବଶ୍ୟକତା ଏବଂ କାର୍ଯ୍ୟସ୍ଥଳର ନିୟମାବଳୀ ସମ୍ପର୍କରେ ନିଜର ବୁଝାମଣାକୁ ଅଧିକ ସୁଦୃଢ଼ କରିଛନ୍ତି ।
ସେହିପରି ଲଞ୍ଜିଗଡ଼ରେ ମାନବାକୃତି ରୋବଟ୍ ‘ବେଦିକା’ ନୂତନ କର୍ମଚାରୀଙ୍କ ପରିଚୟ କାର୍ଯ୍ୟକ୍ରମ, ପ୍ରଶିକ୍ଷଣ ଏବଂ ମୂଲ୍ୟାୟନରେ ସହାୟତା କରୁଛି । ୨୦୨୬ର ନୂତନ ଜିଇଟି ଓ ପିଜିଇଟି ଦଳ ପାଇଁ ବେଦିକା ନିକଟରେ ନିଜର ପ୍ରଥମ ପରିଚୟ କାର୍ଯ୍ୟକ୍ରମ ପରିଚାଳନା କରିଛି । ଏହା ଦର୍ଶାଇଛି ଯେ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଶିକ୍ଷାକୁ ଅଧିକ ଆକର୍ଷଣୀୟ ଓ ସହଜଲଭ୍ୟ କରିପାରିବ ।

ଶିକ୍ଷା ପ୍ରତି ଏହି ପ୍ରତିବଦ୍ଧତା କେବଳ ଡିଜିଟାଲ ଉପକରଣରେ ସୀମିତ ନୁହେଁ । ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ କର୍ମଚାରୀମାନେ ସୁସଂଗଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଡିଜିଟାଲ ଶିକ୍ଷା ମଡ୍ୟୁଲ୍ ଏବଂ ସହକର୍ମୀଙ୍କ ନେତୃତ୍ୱରେ ଜ୍ଞାନ ବିନିମୟ ପଦକ୍ଷେପରୁ ଲାଭ ପାଉଛନ୍ତି । ଏହାଦ୍ୱାରା ବୈଷୟିକ ଜ୍ଞାନ ଓ ବ୍ୟବହାରିକ ଅଭିଜ୍ଞତାର ଆଦାନପ୍ରଦାନକୁ ଉତ୍ସାହିତ କରାଯାଉଛି । ନିରନ୍ତର ଶିକ୍ଷା ଏବଂ ଦୈନନ୍ଦିନ କାର୍ଯ୍ୟରେ ଉନ୍ନତିକୁ ଅଭ୍ୟାସରେ ପରିଣତ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ।
ଏଥିସହ ବେଦାନ୍ତ ଆଲୁମିନିୟମ ନିଜ କର୍ମବଳରେ ଅଧିକ ସମାନ ଅଂଶଗ୍ରହଣ ଓ ସୁଯୋଗ ସୃଷ୍ଟି ଦିଗରେ ମଧ୍ୟ ପଦକ୍ଷେପ ନେଉଛି । ଝାରସୁଗୁଡ଼ାରେ ଏକ ସମ୍ପୂର୍ଣ୍ଣ ମହିଳା ରେଳ ଇଞ୍ଜିନ୍ ଚାଳକ ଦଳ ଗୁରୁତ୍ୱପୂର୍ଣ୍ଣ ପରିବହନ କାର୍ଯ୍ୟ ପରିଚାଳନା କରୁଛି । ଏହା ଦର୍ଶାଉଛି ଯେ କମ୍ପାନୀରେ ଅନ୍ତର୍ଭୁକ୍ତିମୂଳକ ପରିବେଶ କେବଳ ପ୍ରତିନିଧିତ୍ୱରେ ନୁହେଁ, ବରଂ କାର୍ଯ୍ୟଗତ ଦାୟିତ୍ୱ ନିର୍ବାହରେ ମଧ୍ୟ ପ୍ରତିଫଳିତ ହେଉଛି ।

କମ୍ପାନୀ ଆଗାମୀ ପିଢ଼ିର ପ୍ରତିଭା ବିକାଶ ଉପରେ ମଧ୍ୟ ସମାନ ଗୁରୁତ୍ୱ ଦେଉଛି । ‘ପ୍ରୋଜେକ୍ଟ ପଞ୍ଛି’ ମାଧ୍ୟମରେ ଓଡ଼ିଶା ଓ ଛତିଶଗଡ଼ର ୩୦ରୁ ଅଧିକ ବିଭାଗରେ ୧୮୦ରୁ ଅଧିକ ଯୁବତୀ ଇଂଟର୍ନସିପ୍ ସମାପ୍ତ କରିଛନ୍ତି । ଅଭିଜ୍ଞ ବୃତିଜୀବୀଙ୍କ ସହ କାମ କରି ବାସ୍ତବ କାର୍ଯ୍ୟଭିତିକ ପ୍ରକଳ୍ପରେ ଅଂଶଗ୍ରହଣ କରିବା ଦ୍ୱାରା ସେମାନେ ଏକ ବୃହତ୍ ଶିଳ୍ପ ପ୍ରତିଷ୍ଠାନର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରୁଛନ୍ତି । ଏହା ଶ୍ରେଣୀକକ୍ଷର ଶିକ୍ଷା ଓ ବାସ୍ତବ କାର୍ଯ୍ୟକ୍ଷେତ୍ର ମଧ୍ୟରେ ଥିବା ଦୂରତାକୁ ହ୍ରାସ କରୁଛି ।

କର୍ମଚାରୀଙ୍କୁ କେନ୍ଦ୍ରରେ ରଖି ଗ୍ରହଣ କରାଯାଉଥିବା ଏହି ଆଭିମୁଖ୍ୟର ପ୍ରଭାବ କମ୍ପାନୀ ବାହାରେ ମଧ୍ୟ ସ୍ୱୀକୃତି ହାସଲ କରୁଛି । ୨୦୨୬ରେ ଝାରସୁଗୁଡ଼ାକୁ ‘ଗ୍ରୋ କେୟାର ଇଣ୍ଡିଆ ମାନବ ସମ୍ବଳ ଉତ୍କର୍ଷ ପୁରସ୍କାର’ ମିଳିଥିବା ବେଳେ ଲଞ୍ଜିଗଡ଼ା ଡିଜିଟାଲ ଶିକ୍ଷାରେ ପରିବର୍ତନ ପାଇଁ ‘ବିଡବ୍ଲ୍ୟୁ ପିପୁଲ୍ ଗୋଲ୍ଡ’ ଏବଂ ଶ୍ରେଷ୍ଠ ଶିକ୍ଷା କୌଶଳ ପାଇଁ ‘ସିଲଭର’ ପୁରସ୍କାର ହାସଲ କରିଛି । ବାଲ୍କୋକୁ ମଧ୍ୟ ମାନବ ସମ୍ବଳ ଉତ୍କର୍ଷ କ୍ଷେତ୍ରରେ ୨୦୨୬ର ‘ମହାତ୍ମା ପୁରସ୍କାର’ ପ୍ରଦାନ କରାଯାଇଛି । ପ୍ରତିଭାର ବିକାଶ, ସମାବେଶୀ କାର୍ଯ୍ୟପରିବେଶ ସୃଷ୍ଟି ଏବଂ କର୍ମଚାରୀଙ୍କୁ ଆଗକୁ ବଢ଼ିବା ଓ ଉତ୍କର୍ଷ ହାସଲ କରିବାର ସୁଯୋଗ ଦେବା କ୍ଷେତ୍ରରେ କମ୍ପାନୀର ପ୍ରୟାସକୁ ଏହି ସମ୍ମାନ ସ୍ୱୀକୃତି ଦେଇଛି ।

କାର୍ଯ୍ୟଗତ ଉତ୍କର୍ଷ ହାସଲ, ନବସୃଜନକୁ ଆପଣାଇବା, ଭବିଷ୍ୟତର ପ୍ରତିଭାଙ୍କୁ ମାର୍ଗଦର୍ଶନ କରିବା କିମ୍ବା ଅଧିକ ସମାବେଶୀ କାର୍ଯ୍ୟପରିବେଶ ଗଢ଼ିବା ପ୍ରତ୍ୟେକ କ୍ଷେତ୍ରରେ କର୍ମଚାରୀମାନେ କମ୍ପାନୀର ଅଗ୍ରଗତିର କେନ୍ଦ୍ରବିନ୍ଦୁରେ ରହିଛନ୍ତି । ଏହା ପ୍ରମାଣ କରୁଛି ଯେ ପ୍ରତ୍ୟେକ ସଫଳତାର ପଛରେ ରହିଛି ମଣିଷର ଏକ ପ୍ରେରଣାଦାୟକ କାହାଣୀ ।

Leave a Reply

Your email address will not be published. Required fields are marked *