ଟାଟା ଷ୍ଟିଲ୍ କଳିଙ୍ଗନଗର ଓ ନୀଳାଚଳ ଇସ୍ପାତ ନିଗମରେ ସାର୍ ଦୋରାବଜୀ ଟାଟାଙ୍କ ୧୬୭ତମ ଜୟନ୍ତୀ ପାଳିତ

0
Untitled

କଳିଙ୍ଗନଗର, ଅଗଷ୍ଟ ୨୭,୨୦୨୬ : ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏବଂ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍) ପକ୍ଷରୁ ଗୁରୁବାର ସାର୍ ଦୋରାବଜୀ ଟାଟାଙ୍କ ୧୬୭ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି।

ଟାଟା ଷ୍ଟିଲ୍ କଳିଙ୍ଗନଗର ଟାଉନସିପ୍ ସ୍ଥିତ ସାର୍ ଦୋରାବଜୀ ଟାଟା ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଏହି ମହାନ ଦୂରଦ୍ରଷ୍ଟାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏଥିରେ ଟିଏସକେର ଭାଇସ୍ ପ୍ରେସିଡେଣ୍ଟ   (ଅପରେସନ୍ସ) ଉତ୍ତମ ସିଂହ ମୁଖ୍ୟ ଅତିଥି ଭାବେ ଏବଂ ଟାଟା ଷ୍ଟିଲ୍ କଳିଙ୍ଗନଗର ୱାର୍କର୍ସ ୟୁନିଅନର ସଭାପତି ରବୀନ୍ଦ୍ର କୁମାର ଜାମୁଦା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କମ୍ପାନୀର ବରିଷ୍ଠ ଅଧିକାରୀ, ୟୁନିଅନର କର୍ମକର୍ତ୍ତା ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ । ଜୟନ୍ତୀ ଉପଲକ୍ଷେ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ସେହିପରି ଏନଆଇଏନଏଲ ପରିସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଏନଆଇଏନଏଲର ଏମଡି ତଥା ସିଇଓ ପଦ୍ମପାଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସମାନଭାବେ ବ୍ରାହ୍ମଣୀପାଳ ସ୍ଥିତ ଫେରୋ ଆଲଏଜ୍ ପ୍ଲାଣ୍ଟରେ ମଧ୍ୟ ଏକ  ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ସାର୍ ଦୋରାବଜୀ ଟାଟା ଥିଲେ ଟାଟା ଷ୍ଟିଲର ପ୍ରଥମ ଅଧ୍ୟକ୍ଷ (ଚେୟାରମ୍ୟାନ୍)। ସେ ସମୟ ପୂର୍ବରୁ କମ୍ପାନୀରେ ଉନ୍ନତ କର୍ପୋରେଟ୍ ଗଭର୍ନାନ୍ସ  ଏବଂ କର୍ମଚାରୀ କଲ୍ୟାଣକାରୀ ନୀତି ପ୍ରଣୟନ କରିଥିଲେ। ଆଇନଗତ ଭାବେ ବାଧ୍ୟତାମୂଳକ ହେବା ପୂର୍ବରୁ ସେ ଦୈନିକ ୮ ଘଣ୍ଟା କାର୍ଯ୍ୟଦିବସ, ପ୍ରସୂତି ଛୁଟି, ଭବିଷ୍ୟ ନିଧି (ପିଏଫ୍), ଦୁର୍ଘଟଣା କ୍ଷତିପୂରଣ ଏବଂ ମାଗଣା ଚିକିତ୍ସା ସୁବିଧା ଭଳି ଅନେକ ଐତିହାସିକ କଲ୍ୟାଣକାରୀ ପଦକ୍ଷେପ ଆରମ୍ଭ କରିଥିଲେ।

ଜଣେ ଉତ୍ସାହୀ କ୍ରୀଡ଼ାବିତ୍ ଭାବରେ ସାର୍ ଦୋରାବଜୀ ଟାଟା ‘ଭାରତୀୟ ଅଲିମ୍ପିକ୍ ଆସୋସିଏସନ’ର ପ୍ରଥମ ସଭାପତି ଥିଲେ ଏବଂ ଅଲିମ୍ପିକ୍ସରେ ଭାରତର ପ୍ରବେଶ ପଛରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।

Leave a Reply

Your email address will not be published. Required fields are marked *