ବେଦାନ୍ତ ଆଲୁମିନିୟମ୍‌ ଜାତୀୟ କ୍ରୀଡ଼ା ଦିବସ ଅବସରରେ ତୃଣମୂଳ ସ୍ତରରେ କ୍ରୀଡ଼ା ପରିବେଶ ସୃଷ୍ଟି ପ୍ରୟାସକୁ ଗୁରୁତ୍ଵ ଦେଇଛି

0
Untitled

ଭୁବନେଶ୍ୱର, ୨୯ ଅଗଷ୍ଟ ୨୦୨୬: ‘ଖେଲେଗା ଭାରତ, ଜିତେଗା ଭାରତଥିମ୍‌କୁ ନେଇ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଥିବା ବେଳେ ଗ୍ରାମୀଣ ଅଞ୍ଚଳର କ୍ରୀଡ଼ା ପ୍ରତିଭାକୁ ବିକଶିତ କରିବା ଦିଗରେ ନିଜର ପଦକ୍ଷେପକୁ ଆହୁରି ବ୍ୟାପକ କରିଛି ବେଦାନ୍ତ ଆଲୁମିନିୟମ୍‌। ଭାରତର ସର୍ବବୃହତ୍‌ ଆଲୁମିନିୟମ୍‌ ଉତ୍ପାଦକ ଏହି କମ୍ପାନୀ ଓଡ଼ିଶା ଓ ଛତିଶଗଡ଼ରେ ତୀରନ୍ଦାଜୀ, ଆଥଲେଟିକ୍ସ, କରାଟେ, ଜୁଡୋ ସହ ବିଭିନ୍ନ କ୍ରୀଡ଼ାର ପ୍ରଶିକ୍ଷଣ ଓ ବିକାଶ କାର୍ଯ୍ୟକ୍ରମ ଚଳାଉଛି। କମ୍ପାନୀର ଏହି ପଦକ୍ଷେପ ଜରିଆରେ ଗ୍ରାମାଞ୍ଚଳର ଯୁବପିଢ଼ିଙ୍କୁ ଉନ୍ନତମାନର ପ୍ରଶିକ୍ଷଣ, ପ୍ରତିଯୋଗିତାରେ ଅଂଶଗ୍ରହଣ ଓ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବାର ସୁଯୋଗ ମିଳୁଛି। କଳାହାଣ୍ଡିରେ ତୀରନ୍ଦାଜୀ ଓ ଆଥଲେଟିକ୍ସ, ଝାରସୁଗୁଡ଼ାରେ କରାଟେ ଓ ଜୁଡୋ ଏବଂ ଛତିଶଗଡ଼ର କୋରବାରେ ବହୁମୁଖୀ କ୍ରୀଡ଼ା ଏକାଡେମୀ ମାଧ୍ୟମରେ ଏହି ପ୍ରୟାସ ଜାରି ରହିଛି।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, କ୍ରୀଡ଼ା ବ୍ୟକ୍ତି ଓ ସମୁଦାୟର ବିକାଶର ଏକ ପ୍ରଭାବଶାଳୀ ମାଧ୍ୟମ। ଏହି ଚିନ୍ତାଧାରା ଆଧାରରେ ବେଦାନ୍ତ ଆଲୁମିନିୟମ୍‌ ଏକ ବ୍ୟାପକ କ୍ରୀଡ଼ା ପରିବେଶ ଗଢ଼ି ତୋଳିଛି। ଏହାର ପ୍ରଭାବ ଏବେ କମ୍ପାନୀର କାର୍ଯ୍ୟକ୍ରମରୁ ଉଦୀୟମାନ କ୍ରୀଡ଼ାବିତ୍‌ଙ୍କ ସଫଳତାରେ ପ୍ରତିଫଳିତ ହେଉଛି। କଳାହାଣ୍ଡିର ଲାଞ୍ଜିଗଡ଼ରେ ବେଦାନ୍ତର ତୀରନ୍ଦାଜୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ୩୦୦ରୁ ଅଧିକ ଯୁବକଯୁବତୀ ଉପକୃତ ହୋଇଛନ୍ତି। ଏଥିମଧ୍ୟରୁ ୫୦ରୁ ଅଧିକ କ୍ରୀଡ଼ାବିତ୍‌ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଞ୍ଚଳର ପ୍ରତିନିଧିତ୍ୱ କରିଛନ୍ତି।

ଏହି କାର୍ଯ୍ୟକ୍ରମର ଉଲ୍ଲେଖନୀୟ ସଫଳତା ହେଉଛି ଯୁବ ତୀରନ୍ଦାଜ ଖିରୋଦ କୁମାରଙ୍କ ପ୍ରଦର୍ଶନ। ୨୦୨୬ ସିବିଏସ୍‌ଇ ଫାର୍ ଇଷ୍ଟ ଜୋନାଲ୍ ଆର୍ଚେରୀ ଚାମ୍ପିଅନସିପ୍‌ର ଅଣ୍ଡର୧୯ ବର୍ଗରେ ୧୧ଟି ରାଜ୍ୟର ୪୩୭ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଖିରୋଦ ୩ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଜୋନାଲ୍‌ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଏକାଧିକ ପଦକ ହାସଲ କରିଥିବା ଖିରୋଦ ସିବିଏସ୍‌ଇ ନ୍ୟାସନାଲ୍ ଚାମ୍ପିଅନସିପ୍‌ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି। ତାଙ୍କ ସହ ପ୍ରଶିକ୍ଷାର୍ଥୀ ଓଙ୍କାର ମାଝୀ ମଧ୍ୟ ଜାତୀୟ ଚାମ୍ପିଅନସିପ୍‌ ପାଇଁ ଯୋଗ୍ୟ ହୋଇଛନ୍ତି। ଏହି ଅବସରରେ ବେଦାନ୍ତ ଆଲୁମିନିୟମ୍‌ର ସିଇଓ ରାଜେଶ କୁମାର କହିଛନ୍ତି, “ଗ୍ରାମୀଣ ଭାରତର ଯୁବପିଢ଼ିଙ୍କ ମଧ୍ୟରେ ଥିବା କ୍ରୀଡ଼ା ପ୍ରତିଭା ଅତୁଳନୀୟ। ସୁସଂଗଠିତ କୋଚିଂ, ବୈଜ୍ଞାନିକ ପ୍ରଶିକ୍ଷଣ ପଦ୍ଧତି ଓ ଉନ୍ନତମାନର କ୍ରୀଡ଼ା ଉପକରଣ ମାଧ୍ୟମରେ ଆମେ ଏହି ପ୍ରତିଭାକୁ ପ୍ରଦର୍ଶନରେ ପରିଣତ କରୁଛୁ। ଆମର ପ୍ରୟାସ କେବଳ କ୍ରୀଡ଼ା ମନୋଭାବକୁ ବିକଶିତ କରୁନାହିଁ, ବରଂ ଯୁବପିଢ଼ିଙ୍କ ପାଇଁ ସୁଯୋଗ, ଶୃଙ୍ଖଳା ଓ ଆତ୍ମବିଶ୍ୱାସର ନୂଆ ଦ୍ୱାର ଖୋଲିଛୁ। ମୋର ବିଶ୍ୱାସ, ଆଗାମୀ ଜାତୀୟ ଚାମ୍ପିଅନ୍‌ ଏହି ଅଞ୍ଚଳରୁ ହିଁ ଉଦୟ ହୋଇପାରନ୍ତି।

ଝାରସୁଗୁଡ଼ାରେ ବେଦାନ୍ତ ମାର୍ଶାଲ ଆର୍ଟ୍ସ ଟ୍ରେନିଂ ସେଣ୍ଟର ଏବେ ପ୍ରତିଯୋଗିତାମୂଳକ କ୍ରୀଡ଼ାର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏଠାରେ ବର୍ତ୍ତମାନ ୧୨୪ ଜଣ ଛାତ୍ରଛାତ୍ରୀ କରାଟେ ଓ ଜୁଡୋ ପ୍ରଶିକ୍ଷଣ ନେଉଛନ୍ତି। ସେମାନଙ୍କ ମଧ୍ୟରେ ୪୦ ଜଣ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟାଚ୍‌ ରହିଛି। ୨୦୨୫୨୬ ଆର୍ଥିକ ବର୍ଷରେ ଏହି କେନ୍ଦ୍ରର କ୍ରୀଡ଼ାବିତ୍‌ମାନେ ଇଷ୍ଟ ଜୋନ୍ କରାଟେ ଚାମ୍ପିଅନସିପ୍‌, ଓଡ଼ିଶା ଏସକ୍ୟୁଏୱାଇ ଚାମ୍ପିଅନସିପ୍‌, ତୃତୀୟ ନ୍ୟାସନାଲ୍ କରାଟେ ଚାମ୍ପିଅନସିପ୍‌ ଏବଂ ବିଳାସପୁରରେ ଅନୁଷ୍ଠିତ ନ୍ୟାସନାଲ୍ ଗ୍ରାପଲିଂରେସଲିଂ ଚାମ୍ପିଅନସିପ୍‌ ସମେତ ବିଭିନ୍ନ ପ୍ରତିଯୋଗିତାରେ ମୋଟ ୪୪ଟି ପଦକ ଜିତିଛନ୍ତି। ଏଥିରେ ୯ଟି ସ୍ୱର୍ଣ୍ଣ, ୧୪ଟି ରୌପ୍ୟ ଓ ୨୧ଟି କାଂସ୍ୟ ପଦକ ରହିଛି।

ଏହି କେନ୍ଦ୍ର ପକ୍ଷରୁ ୫୬ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଦିନିଆ ଗ୍ରାପଲିଂ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଏହାସହ ୧୫୦ ଜଣ ଅଂଶଗ୍ରହଣକାରୀଙ୍କ ପାଇଁ ବେଲ୍ଟ ପ୍ରମୋସନ୍ ପରୀକ୍ଷା ଏବଂ ୧୧ଟି ସ୍କୁଲରେ ମାର୍ଶାଲ ଆର୍ଟ୍ସ କର୍ମଶାଳା ଆୟୋଜନ କରାଯାଇଛି। ଏହି କର୍ମଶାଳାରୁ ୧,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ଜାତୀୟ କ୍ରୀଡ଼ା ଦିବସ ଅବସରରେ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ କ୍ରୀଡ଼ା ଓ ଫିଟନେସ୍‌ ପ୍ରତି ଆଗ୍ରହ ବଢ଼ାଇବା ପାଇଁ କମ୍ପାନୀ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ମଧ୍ୟ ଆୟୋଜନ କରିଛି। ଛତିଶଗଡ଼ରେ ବାଲକୋର ପ୍ରମୁଖଖେଲ୍ ଏକାଡେମୀକୋରବା ମ୍ୟୁନିସିପାଲ୍ କର୍ପୋରେସନ୍‌ ଏବଂ କ୍ରୀଡ଼ା ଓ ଯୁବ କଲ୍ୟାଣ ବିଭାଗ ସହ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ଅଧୀନରେ ପ୍ରତିଷ୍ଠିତ ହୋଇଛି। ଏହି ଏକାଡେମୀରେ କୋରବା, ଦୁର୍ଗ, ବିଳାସପୁର ଓ ରାୟପୁରର ୧୦୦ରୁ ଅଧିକ କ୍ରୀଡ଼ାବିତ୍‌ଙ୍କୁ ଫୁଟବଲ୍‌, ଭଲିବଲ୍‌, ବାସ୍କେଟବଲ୍‌ ଓ ସୁଇମିଂରେ ପ୍ରଶିକ୍ଷଣ ଦିଆଯାଉଛି। ଆଧୁନିକ ଭିତ୍ତିଭୂମି, ପ୍ରମାଣିତ ପ୍ରଶିକ୍ଷକ, କ୍ରୀଡ଼ା ବିଜ୍ଞାନ ସହାୟତା, ଚିକିତ୍ସା ଓ ଫିଜିଓଥେରାପି ସେବା, ସନ୍ତୁଳିତ ପୋଷଣ ସହ ପୁଅ ଓ ଝିଅଙ୍କ ପାଇଁ ଆବାସିକ ସୁବିଧା ଏଠାରେ ଉପଲବ୍ଧ ରହିଛି। ଏକାଡେମୀର କ୍ରୀଡ଼ାବିତ୍‌ମାନେ ଏବେ ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରୁଛନ୍ତି।

ପ୍ରୋଜେକ୍ଟ ସମ୍ପର୍କଅଧୀନରେ କମ୍ପାନୀର କୋଇଲା ଖଣିଗୁଡ଼ିକ ସ୍ଥାନୀୟ ଓ ରାଜ୍ୟସ୍ତରୀୟ କ୍ରୀଡ଼ା କାର୍ଯ୍ୟକ୍ରମରେ ୨,୬୦୦ରୁ ଅଧିକ ଯୁବକଯୁବତୀଙ୍କ ଅଂଶଗ୍ରହଣକୁ ସୁଯୋଗ ଦେଇଛି। ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜାମଖାନି ଓ କୁରାଲୋଇରେ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଯୁବ କ୍ଲବ୍‌ ଓ ସ୍କୁଲ୍‌ଗୁଡ଼ିକୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ ସହ ବ୍ୟାଡମିଣ୍ଟନ୍‌ ଓ କ୍ୟାରମ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହାଦ୍ୱାରା ପ୍ରାୟ ୨୦୦ ଜଣ ଶିଶୁ ଓ ଯୁବକଯୁବତୀ ଉପକୃତ ହୋଇଛନ୍ତି। ଦୀର୍ଘଦିନ ଧରି ଜାରି ରହିଥିବା ଏହି ପ୍ରୟାସ ମାଧ୍ୟମରେ ଅଞ୍ଚଳର ୩,୮୦୦ରୁ ଅଧିକ ଶିଶୁ ଓ ଯୁବପିଢ଼ିଙ୍କୁ କ୍ରୀଡ଼ା ସୁଯୋଗ ମିଳିଛି। ଏଥିସହ ୨୪ଟି କ୍ରୀଡ଼ା କିଟ୍‌ ବଣ୍ଟନ ଏବଂ ୧୦ରୁ ଅଧିକ କ୍ରୀଡ଼ା ପ୍ରତିଯୋଗିତାକୁ ସହାୟତା ପ୍ରଦାନ କରାଯାଇଛି।

ତୀରନ୍ଦାଜୀ, କରାଟେ ଓ ଜୁଡୋରେ ଜାତୀୟ ଓ ରାଜ୍ୟସ୍ତରୀୟ କ୍ରୀଡ଼ାବିତ୍‌ ସୃଷ୍ଟି କରିବା ସହ ଏକାଡେମୀ ଭିତ୍ତିକ ପ୍ରଶିକ୍ଷଣ ଏବଂ ଗ୍ରାମୀଣ ଅଞ୍ଚଳରେ ତୃଣମୂଳସ୍ତରୀୟ କ୍ରୀଡ଼ା ଅଂଶଗ୍ରହଣ ବୃଦ୍ଧି ଦିଗରେ କମ୍ପାନୀର ପ୍ରୟାସ ଜାରି ରହିଛି। ନିକଟରେ ପ୍ରୋଜେକ୍ଟ ଆରୋଗ୍ୟପାଇଁ ବେଦାନ୍ତ ଆଲୁମିନିୟମ୍‌କୁ ସିଏସଆର ଟାଇମ୍ସ ଆୱାଡ ୨୦୨୬ର ଗୋଲ୍ଡ କ୍ୟାଟେଗୋରୀ ସମ୍ମାନ ପ୍ରଦାନ କରାଯାଇଛି। ଜଣେ ସାଂସଦ ଓ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କର୍ପୋରେଟ୍ ଆଫେୟାର୍ସ (ଆଇଆଇସିଏ)ର ସିଇଓଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ଖେଲୋ ଇଣ୍ଡିଆର ଲକ୍ଷ୍ୟ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତଗଠନ ଦିଗରେ ଦେଶ ଆଗକୁ ବଢ଼ୁଥିବା ବେଳେ, ଯୁବ କ୍ରୀଡ଼ାବିତ୍‌ଙ୍କୁ ପ୍ରଶିକ୍ଷଣ ଓ ସୁଯୋଗ ପ୍ରଦାନ ମାଧ୍ୟମରେ ଏକ ସୁସ୍ଥ, ସଶକ୍ତ ଓ କ୍ରୀଡ଼ାମୟ ଭାରତ ଗଠନରେ ଅବଦାନ ରଖିବାକୁ ବେଦାନ୍ତ ଆଲୁମିନିୟମ୍‌ ନିଜର ପ୍ରତିବଦ୍ଧତା ଜାରି ରଖିଛି।

Leave a Reply

Your email address will not be published. Required fields are marked *