ବେଦାନ୍ତ ଆଲୁମିନିୟମ୍ ପରିଚ୍ଛନ୍ନତା ମାଧ୍ୟମରେ ଦାୟିତ୍ୱବୋଧର ସଂସ୍କୃତି ଗଢ଼ୁଛି

ଭାରତ ‘ସ୍ୱଚ୍ଛ ଭାରତ’ ଲକ୍ଷ୍ୟ ଦିଗରେ ଆଗକୁ ବଢ଼ୁଥିବା ବେଳେ ପରିଚ୍ଛନ୍ନତା ସାମୂହିକ ଦାୟିତ୍ୱବୋଧର ଏକ ପ୍ରତିଫଳନ ଭାବେ ଗୁରୁତ୍ୱ ପାଉଛି । ଏହା କେବଳ ପରିବେଶର ସୌନ୍ଦର୍ଯ୍ୟ ସହ ଜଡ଼ିତ ବିଷୟ ନୁହେଁ, ବରଂ କାର୍ଯ୍ୟସ୍ଥଳ, ସାର୍ବଜନୀନ ସ୍ଥାନ ଓ ସମୁଦାୟରେ ଦୈନନ୍ଦିନ ଶୃଙ୍ଖଳା ଏବଂ ଦାୟିତ୍ୱବୋଧକୁ ପ୍ରତିଫଳିତ କରେ । ବୃହତ୍ ଶିଳ୍ପ ପରିବେଶରେ ସମ୍ବଳର ସୁପରିଚାଳନା, କାର୍ଯ୍ୟସ୍ଥଳର ରକ୍ଷଣାବେକ୍ଷଣ ଏବଂ ନିଜ ପରିବେଶ ପ୍ରତି ଦାୟିତ୍ୱ ଗ୍ରହଣ ଭଳି ଦିଗକୁ ଏହି ମୂଲ୍ୟବୋଧ ପ୍ରଭାବିତ କରିଥାଏ ।
ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ରେ ପରିଚ୍ଛନ୍ନତା କମ୍ପାନୀର କାର୍ଯ୍ୟପଦ୍ଧତିର ଅଂଶ ହୋଇଛି । କାରଖାନା, ଆବାସିକ ପରିସର ଏବଂ ନିକଟବର୍ତୀ ସମୁଦାୟ ମଧ୍ୟରେ ସାମୂହିକ ଦାୟିତ୍ୱବୋଧକୁ ପ୍ରୋତ୍ସାହନ ଦେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ପରିଚ୍ଛନ୍ନ, ନିରାପଦ ଓ ଅଧିକ ଦକ୍ଷ ପରିବେଶ ସୃଷ୍ଟି ମାଧ୍ୟମରେ କମ୍ପାନୀ ସ୍ଥାୟୀ ବିକାଶ ଏବଂ ‘ବିକଶିତ ଭାରତ’ ଗଠନର ବ୍ୟାପକ ପ୍ରୟାସକୁ ସହଯୋଗ କରୁଛି ।
ଏହି ଦାୟିତ୍ୱବୋଧର ସଂସ୍କୃତି ବେଦାନ୍ତ ଆଲୁମିନିୟମ୍ର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ ହୋଇଛି । ଝାରସୁଗୁଡ଼ାସ୍ଥିତ କାରଖାନା ଏହାର ଏକ ଉଲ୍ଲେଖନୀୟ ଉଦାହରଣ । ସୁସଂଗଠିତ, ଦକ୍ଷ ଓ ଶୃଙ୍ଖଳିତ କାର୍ଯ୍ୟସ୍ଥଳ ପାଇଁ ୫ଏସ୍ ପଦ୍ଧତି ଅନୁସରଣ କରି ନିୟମିତ ସମୀକ୍ଷା ଓ ନିରନ୍ତର ଉନ୍ନତିମୂଳକ ପଦକ୍ଷେପ ମାଧ୍ୟମରେ କାର୍ଯ୍ୟସ୍ଥଳ ପରିଚାଳନା କରାଯାଉଛି । ଦଳଗୁଡ଼ିକ ନିୟମିତ ଭାବେ ଅତିରିକ୍ତ ସାମଗ୍ରୀ ଚିହ୍ନଟ କରି ହଟାଉଛନ୍ତି । ଫଳରେ କାର୍ଯ୍ୟସ୍ଥଳ ଅଧିକ ସୁସଂଗଠିତ ହେବା ସହ ସ୍ଥାନର ସୁବିନିଯୋଗ ସମ୍ଭବ ହୋଇଛି ।
ଏହି ପ୍ରୟାସ ଫଳରେ ୪୦୦ ବର୍ଗମିଟରରୁ ଅଧିକ କାର୍ଯ୍ୟସ୍ଥଳ ପୁନରୁଦ୍ଧାର ହୋଇଥିବା ବେଳେ ଦୈନିକ କାର୍ଯ୍ୟ ସମୟରେ କର୍ମଚାରୀଙ୍କ ଯାତାୟାତ ୩ କିଲୋମିଟରରୁ ଅଧିକ କମିଛି । ଏହା ଶାରୀରିକ ସୁବିଧା ଓ କାର୍ଯ୍ୟଦକ୍ଷତା ବଢ଼ାଇବାରେ ସହାୟକ ହୋଇଛି । ଏହି ପ୍ରୟାସର ସଫଳତାକୁ ସ୍ୱୀକୃତି ଦେଇ ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ସ୍ମେଲ୍ଟର ଓ ପାୱାର ପ୍ଲାଂଟକୁ କ୍ୱାଲିଟି ସର୍କଲ୍ ଫୋରମ୍ ଅଫ୍ ଇଣ୍ଡିଆ ପକ୍ଷରୁ ୟୁନିଅନ୍ ଅଫ୍ ଜାପାନିଜ୍ ସାଇଂଟିଷ୍ଟସ୍ ଆଣ୍ଡ ଇଞ୍ଜିନିୟର୍ସ ସହଯୋଗରେ ୫ଏସ୍ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ସେହିପରି ଝାରସୁଗୁଡ଼ାସ୍ଥିତ କମ୍ପାନୀର ଆବାସିକ ପରିସର ବେଦାନ୍ତ ମେଡୋଜ୍କୁ ଶିଳ୍ପ ଆବାସିକ ପରିସର ବର୍ଗରେ ୨୦୨୬ ମସିହାର ଏମ୍.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ମିଳିଛି ।
ଏହି ସଫଳତାର ମୂଳରେ ରହିଛି ବ୍ୟକ୍ତିଗତ ଦାୟିତ୍ୱବୋଧର ସଂସ୍କୃତି । ‘ମାଇ ଏରିଆ୍ ଆଣ୍ଡ ମାଇ ମେସିନ୍’ ପଦକ୍ଷେପ ମାଧ୍ୟମରେ କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀମାନେ ନିର୍ଦ୍ଦିଷ୍ଟ କାର୍ଯ୍ୟସ୍ଥଳ ଓ ଯନ୍ତ୍ରପାତିର ଦାୟିତ୍ୱ ନେଉଛନ୍ତି । ଏହା ନିଜ ପରିବେଶ ପ୍ରତି ଦାୟିତ୍ୱବୋଧ ଓ ଗର୍ବର ଭାବନାକୁ ବଢ଼ାଉଛି । ‘ଉତ୍କୃଷ୍ଟ’ ଭଳି ସ୍ୱୀକୃତି କାର୍ଯ୍ୟକ୍ରମ ମାଧ୍ୟମରେ ଉତମ କାର୍ଯ୍ୟସ୍ଥଳ ସଂଗଠନ ଓ ପରିଚ୍ଛନ୍ନତା ମାନଦଣ୍ଡ ପ୍ରଦର୍ଶନ କରୁଥିବା ଦଳଗୁଡ଼ିକୁ ସମ୍ମାନିତ କରାଯାଉଛି । ଏହା ଦୈନନ୍ଦିନ କାର୍ଯ୍ୟପଦ୍ଧତିରେ ଏହି ଅଭ୍ୟାସଗୁଡ଼ିକୁ ସ୍ଥାୟୀ ଭାବେ ସାମିଲ କରିବାରେ ସହାୟକ ହୋଇଛି ।
କାର୍ଯ୍ୟସ୍ଥଳର ସୁସଂଗଠନ ବ୍ୟକ୍ତିଗତ ଦାୟିତ୍ୱବୋଧରୁ ଆରମ୍ଭ ହେଉଥିବା ବେଳେ ବୃହତ୍ ପରିସରରେ ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ସମ୍ବଳର ଦାୟିତ୍ୱପୂର୍ଣ୍ଣ ପରିଚାଳନା ଆବଶ୍ୟକ । ବାଲକୋରେ ସୁସଂଗଠିତ ୫ଏସ୍ ପଦ୍ଧତି, ଯନ୍ତ୍ରଚାଳିତ ସଫେଇ ବ୍ୟବସ୍ଥା ଏବଂ କାର୍ଯ୍ୟକ୍ଷେତ୍ରରେ ବ୍ୟବସ୍ଥିତ ବର୍ଜ୍ୟ ପୃଥକୀକରଣ ମାଧ୍ୟମରେ ଏହି ଚିନ୍ତାଧାରାକୁ କାର୍ଯ୍ୟକାରୀ କରାଯାଉଛି ।
‘ବର୍ଜ୍ୟରୁ ସମ୍ପଦ’ ପଦକ୍ଷେପ ଅଧୀନରେ ସାମଗ୍ରୀର ପୁନରୁଦ୍ଧାର, ପୁନଃଚକ୍ରଣ ଏବଂ ଦାୟିତ୍ୱପୂର୍ଣ୍ଣ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି । ଏହା ସମ୍ବଳର ଦକ୍ଷ ବ୍ୟବହାର ବଢ଼ାଇବା ସହ ପରିବେଶ ଉପରେ ପ୍ରଭାବ କମାଇବାରେ ସହାୟକ ହେଉଛି । ନିର୍ଦ୍ଦିଷ୍ଟ ସଂଗ୍ରହ ବ୍ୟବସ୍ଥା ଏବଂ ସୁସଂଗଠିତ ଅବ୍ୟବହୃତ ସାମଗ୍ରୀ ପରିଚାଳନା ମାଧ୍ୟମରେ ପରିଚ୍ଛନ୍ନତାକୁ ସମ୍ବଳର ଦାୟିତ୍ୱପୂର୍ଣ୍ଣ ଓ ଦକ୍ଷ ବ୍ୟବହାର ସହ ଯୋଡ଼ାଯାଇଛି ।
ବେଦାନ୍ତ ଆଲୁମିନିୟମ୍ର ଲାଞ୍ଜିଗଡ଼ା କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଦାୟିତ୍ୱପୂର୍ଣ୍ଣ ଉପଭୋଗ ଉପରେ ଗୁରୁତ୍ୱ ଦିଆଯାଉଛି । ବର୍ଜ୍ୟ ସୃଷ୍ଟି ହ୍ରାସ ସହ ପରିବେଶ ସୁରକ୍ଷାମୂଳକ ପଦକ୍ଷେପକୁ ଅଧିକ ସୁଦୃଢ଼ କରାଯାଉଛି । ଭାରତୀୟ ଶିଳ୍ପ ମହାସଂଘର ‘ପ୍ଲାଷ୍ଟିକ୍ ବ୍ୟବହାର ପ୍ରୋଟୋକଲ୍’ ଅଧୀନରେ ଲାଞ୍ଜିଗଡ଼ା କାର୍ଯ୍ୟକ୍ଷେତ୍ରକୁ ଏକକ-ବ୍ୟବହାର ପ୍ଲାଷ୍ଟିକ୍ମୁକ୍ତ କାର୍ଯ୍ୟକ୍ଷେତ୍ର ଭାବେ ପ୍ରମାଣିତ କରାଯାଇଛି । ଏହା ଏକ ଅଧିକ ସମ୍ବଳ-ସଚେତନ କାର୍ଯ୍ୟସ୍ଥଳ ସଂସ୍କୃତି ଗଢ଼ିବା ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ପ୍ରକାଶ କରୁଛି, ଯେଉଁଠାରେ ପରିଚ୍ଛନ୍ନତା ଓ ସ୍ଥାୟୀତ୍ୱ ପରସ୍ପର ସହ ଜଡ଼ିତ ।
କାରଖାନାର ସୀମା ବାହାରେ ମଧ୍ୟ ଏହି ଦାୟିତ୍ୱବୋଧର ସିଦ୍ଧାନ୍ତ ସମୁଦାୟର ସୁସ୍ଥତା କ୍ଷେତ୍ରରେ ପ୍ରସାରିତ ହୋଇଛି । ଜନସ୍ୱାସ୍ଥ୍ୟ ଓ ଜୀବନମାନରେ ପରିମଳ ବ୍ୟବସ୍ଥାର ଗୁରୁତ୍ୱକୁ ଅନୁଭବ କରି ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ପରିଚ୍ଛନ୍ନ ଓ ସୁସ୍ଥ ସମୁଦାୟ ଗଠନ ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ନିଆଯାଇଛି ।
‘ପ୍ରକଳ୍ପ ନିର୍ମଳ’ ଅଧୀନରେ କମ୍ପାନୀର କୁରଲୋଇ, ଜାମଖାନି ଓ ଘୋଘରପାଲି କୋଇଲା ଖଣି ଅଂଚଳରେ ୨୦୨୫ ଆର୍ôଥକ ବର୍ଷରେ ୨୭ଟି ସ୍ଥାନରେ ୫୦ଟି ଜୈବ ଶୌଚାଳୟ ସ୍ଥାପନ କରାଯାଇଛି । ଏହା ଦ୍ୱାରା ପ୍ରାୟ ୪,୭୦୦ରୁ ଅଧିକ ସମୁଦାୟ ସଦସ୍ୟ ଉପକୃତ ହୋଇଛନ୍ତି । ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସରକାରୀ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ ସ୍ଥାପିତ ଏହି ବ୍ୟବସ୍ଥା ସହିତ ପରିମଳ ସଚେତନତା କାର୍ଯ୍ୟକ୍ରମ, ନିରାପଦ ପାନୀୟଜଳ ଭିତିଭୂମି ଏବଂ ସମୁଦାୟର ନେତୃତ୍ୱରେ ପରିଚ୍ଛନ୍ନତା ଅଭିଯାନ ମଧ୍ୟ କରାଯାଉଛି । ଏହା ଦ୍ୱାରା ସାମୂହିକ ସ୍ଥାନଗୁଡ଼ିକର ଯତ୍ନ ନେବା ପ୍ରତି ସମୁଦାୟର ଦାୟିତ୍ୱବୋଧ ବଢ଼ୁଛି ।
ସେହିପରି ସିଜିମାଳିରେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ୧୬ଟି ଗାଁରେ ‘ସ୍ୱାସ୍ଥ୍ୟ ଓ ପରିମଳ ପ୍ରକଳ୍ପ’ ମାଧ୍ୟମରେ ସମାନ ଧରଣର ପଦକ୍ଷେପ ନିଆଯାଉଛି । ସ୍ୱଚ୍ଛତା ସଚେତନତା, ପରିମଳ ଭିତିଭୂମି ଓ ବର୍ଜ୍ୟ ପରିଚାଳନାକୁ କେନ୍ଦ୍ର କରିଥିବା ଏହି ପଦକ୍ଷେପ ୨୦୨୭ ଆର୍ôଥକ ବର୍ଷରେ ୮,୮୦୦ରୁ ଅଧିକ ଲୋକଙ୍କ ନିକଟରେ ପହଂଚିଛି ।
ସମଗ୍ର ପଦକ୍ଷେପଗୁଡ଼ିକ ଦର୍ଶାଉଛି ଯେ ପରିଚ୍ଛନ୍ନତାକୁ କେବଳ ଏକ ନିର୍ଦ୍ଦିଷ୍ଟ ସମୟର କାର୍ଯ୍ୟକଳାପ ଭାବେ ନ ଦେଖି ଏହାକୁ ସାମୂହିକ ଦାୟିତ୍ୱବୋଧର ଏକ ସ୍ଥାୟୀ ସଂସ୍କୃତିରେ ପରିଣତ କରାଯାଇପାରେ । ଏହା ମାଧ୍ୟମରେ ପରିଚ୍ଛନ୍ନ କାର୍ଯ୍ୟସ୍ଥଳ, ସୁସ୍ଥ ସମୁଦାୟ ଏବଂ ‘ସ୍ୱଚ୍ଛ ଭାରତ’ ଓ ‘ବିକଶିତ ଭାରତ’ର ବ୍ୟାପକ ଲକ୍ଷ୍ୟ ପ୍ରତି ଅବଦାନ ରଖାଯାଉଛି ।
