ଯୋଡ଼ା ସତ୍ୟସାଇ ସେବା ସମିତି ରେ ଦଶହରା ଓ ଅବତାର ଦିବସ ପାଳିତ

ଯୋଡ଼ା -ଅକ୍ଟୋବର ୨୦ ତାରିଖ ମଙ୍ଗଳବାର ଦିନ ପବିତ୍ର ଦଶହରା ଓ ଭଗବାନଙ୍କ ଅବତାର ଉଦ୍ଘୋଷଣାର ମହା ପୁଣ୍ୟ ଦିବସରେ ଯୋଡା ସମିତି ଓ ଜାରିବାହାଲ ଭଜନ ମଣ୍ଡଳୀର ଦିବ୍ୟ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଯାଇଛି।
ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ଅପାର କରୁଣାରୁ ସମିତି ର ସମସ୍ତ କାର୍ଯ୍ୟକ୍ରମ ଅତ୍ୟନ୍ତ ଆନନ୍ଦ ଓ ଭକ୍ତିପୂର୍ଣ୍ଣ ପରିବେଶରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଅଛି ।
ପ୍ରାତଃ ୫:୩୦ ଘଟିକାରେ_ ଓଁକାରମ୍, ସୁପ୍ରଭାତମ୍, ନଗର ସଂକୀର୍ତ୍ତନ ପରେ ସ୍ୱଚ୍ଛତା ହିଁ ଦିବ୍ୟତା ଏହି ମନ୍ତ୍ରକୁ ହୃଦୟରେ ଧାରଣ କରି ସ୍ୱଚ୍ଛତା କାର୍ଯ୍ୟକ୍ରମ ଓ ପ୍ରଭାତ ଦିବ୍ୟ ପ୍ରାର୍ଥନା ଦ୍ୱାରା ଦିନର ମଙ୍ଗଳମୟ ଶୁଭାରମ୍ଭ କରାଯାଇଥିଲା ।ତତ୍ପରେ ପ୍ରଶାନ୍ତି ପତାକା ଉତ୍ତୋଳନ_ ଉତ୍ସବ ଅତ୍ୟନ୍ତ ଭକ୍ତି ଉଲ୍ଲାସର ସହ ପାଳନ କରାଯାଇଥିଲା ।
ଷୋଡ଼ଶ ଉପଚାର ପୂଜା ପରେ ସକାଳ ୯:୪୦ ରୁ ୧୨:୪୫ ପର୍ଯ୍ୟନ୍ତ_ ଲକ୍ଷାର୍ଚନା କାର୍ଯ୍ୟକ୍ରମ ସମସ୍ତ ଭାଇ ଓ ଭଉଣୀଙ୍କ ସକ୍ରିୟ ଅଂଶଗ୍ରହଣରେ ଅତ୍ୟନ୍ତ ନିଷ୍ଠାର ସହ ସମ୍ପନ୍ନ ହୋଇଥିଲା ।
ଏହା ପରେ ପବିତ୍ର ନାରାୟଣ ସେବା_ ଅନୁଷ୍ଠିତ ହୋଇ, ଭଗବାନଙ୍କ ପ୍ରସାଦ ସ୍ୱରୂପ ୧୧ ପ୍ୟାକେଟ ପ୍ରସାଦ ଅତ୍ୟନ୍ତ ପ୍ରେମ ଓ ବିନମ୍ରତାର ସହ ସେବା ଗ୍ରାମରେ ବଣ୍ଟନ କରାଯାଇଥିଲା ଓ ପ୍ରାୟ ୩୦୦ ନାରାୟଣଙ୍କୁ ମନ୍ଦିରରେ ପ୍ରସାଦ ବଣ୍ଟନ କରାଯାଇଥିଲା ।
ସନ୍ଧ୍ୟା ୬:୩୦ ଘଟିକାରେ_ ବେଦର ମଧୁର ଧ୍ୱନିରେ ସାମୟିକ ବେଦ ପାଠ ପରିବେଶକୁ ଆହୁରି ଦିବ୍ୟ କରିଦେଇଥିଲା ।
ଦୀପ ପ୍ରଜ୍ଜ୍ୱଳନ ଉତ୍ସବ ସମୟରେ ସମିତି ଆବାହକ, ଆଧ୍ୟାତ୍ମିକ ସଂଯୋଜକ ଓ ଜିଲ୍ଲା ଶିକ୍ଷା ସଂଯୋଜକ ଓ ବେଦ ସଂଯୋଜକଙ୍କ ଦିବ୍ୟ ଉପସ୍ଥିତି ରେ ଅତ୍ୟନ୍ତ ଆଲୋକିତ ହୋଇଉଠିଥିଲା । ସନ୍ଧ୍ୟା କାର୍ଯ୍ୟକ୍ରମ ରେ ଭଜନ କରାଯିବା ସହିତ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ସ୍ୱଛତ୍ୱ ରୁ ଦିବ୍ୟାତ୍ୱ ର ସେବା କାର୍ଯ୍ୟକ୍ରମ ଏହି ଦିନରେ ପରିସମାପ୍ତି ହୋଇଥିବାରୁ ସମିତି ତରଫରୁ ଭାଇ ଦୀନବନ୍ଧୁ ପତି ଏହାର ମହତ୍ୱ ଓ ଉଦେଶ୍ୟ କୁ ନିଜର ବକ୍ତବ୍ୟ ଦେବା ସହିତ ସାଇ ବାବା ଙ୍କ ଅବତାର ଉଦଘୋଷଣା ଦିବସ ଉପଲକ୍ଷେ ବକ୍ତା ଶ୍ରୀ ଦୁର୍ଯ୍ୟୋଧନ ପାଗଳ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ।
ଏହା ସହିତ ୧୦୦ ଘଣ୍ଟା ଅଖଣ୍ଡ ରୁଦ୍ରମ୍ ପାରାୟଣ_ ରେ ଜାରିବାହାଲ ଭଜନ ମଣ୍ଡଳୀ ଦିବା ୨:୧୫ ରୁ ୩:୩୦ ଏବଂ ଯୋଡା ସମିତି ରାତ୍ରି ୨:୧୫ ରୁ ୩:୩୦ ପର୍ଯ୍ୟନ୍ତ ଭକ୍ତିପୂତ ହୃଦୟରେ ଭଗବାନଙ୍କ ନାମ ସ୍ମରଣ କରିଥିଲେ ।ଶେଷରେ ଭଗବାନଙ୍କୁ ଆରତୀ ପ୍ରଦାନ କରାଯିବା ସହିତ କାର୍ଯ୍ୟକ୍ରମ କୁ ସମିତି ର ଭାଇ ଭଉଣୀ ଙ୍କ ଦ୍ୱାରା ସଫଳ କରାଯାଇଥିବାରୁ ସମିତି ଆବାହକ ଧନ୍ୟବାଦ ଅର୍ପଣ କରିଥିଲେ।
_
