ସେବା ସେତୁ ଅଭିଯାନ ଅଧୀନରେ ଡେଲାଙ୍ଗଠାରେ ପିଏମ୍ ସୂର୍ଯ୍ୟ ଘର ଷ୍ଟଲ୍‌କୁ ଉଦ୍‌ଘାଟନ କଲେ ପୁରୀ ସାଂସଦ ସମ୍ବିତ ପାତ୍ର

0
Untitled

ପୁରୀ, ଅକ୍ଟୋବର ୧୨, ୨୦୨୬: ପୁରୀ ଜିଲ୍ଲା ଡେଲାଙ୍ଗଠାରେ \”ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା\’ ଅଧୀନରେ ଏକ ସ୍ୱତନ୍ତ୍ର ଷ୍ଟଲ୍‌କୁ ପୁରୀ ଲୋକସଭା ସାଂସଦ ଶ୍ରୀ ସମ୍ବିତ ପାତ୍ର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ଯୋଗ୍ୟ ପରିବାରଗୁଡ଼ିକୁ ରୁଫ୍‌ଟପ୍ ସୋଲାର ଆପଣାଇବା ସହ ସରକାରୀ ସବସିଡିର ଲାଭ ଉଠାଇବା ପାଇଁ ଉତ୍ସାହିତ କରିଥିଲେ । ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌)ର \”ସେବା ସଂକଳ୍ପ ଅଭିଯାନ\’ ଅନ୍ତର୍ଗତ \”ସେବା ସେତୁ\’ କାର୍ଯ୍ୟକ୍ରମର ଏହା ଏକ ଅଂଶବିଶେଷ, ଯାହାର ଉଦ୍ଦେଶ୍ୟ ହେଉଛି ଉପଭୋକ୍ତାମାନଙ୍କ ନିକଟରେ ଏହି ଯୋଜନା ସମ୍ବନ୍ଧୀୟ ସମସ୍ତ ସୂଚନା ଏବଂ ସହାୟତା ପହଞ୍ଚାଇବା ।
ଏହି କାର୍ଯ୍ୟକ୍ରମରେ ପିପିଲି-ଡେଲାଙ୍ଗର ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ସ୍ଥାନୀୟ ତହସିଲଦାର, ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ଏବଂ ଟିପିସିଓଡିଏଲ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଷ୍ଟଲ୍ ପରିଦର୍ଶନ ସମୟରେ ମାନ୍ୟବର ସାଂସଦ ଏବଂ ବିଧାୟକ ରୁଫ୍‌ଟପ୍ ସୋଲାରକୁ ପ୍ରୋତ୍ସାହିତ କରିବା ପାଇଁ ଟିପିସିଓଡିଏଲ୍‌ର ପ୍ରୟାସକୁ ପ୍ରଶଂସା କରିଥିଲେ । ଏଥିସହ ଯୋଗ୍ୟ ବିବେଚିତ ପରିବାରଗୁଡ଼ିକ ଉପଲବ୍ଧ ଥିବା ସରକାରୀ ସବସିଡି ସୁବିଧାକୁ ବିଳମ୍ବ ନକରି ତୁରନ୍ତ ଉପଯୋଗ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ସେମାନଙ୍କ ଉପସ୍ଥିତି ପ୍ରମାଣିତ କରିଥିଲା ଯେ ଅଧିକରୁ ଅଧିକ ଲୋକଙ୍କୁ ରୁଫ୍‌ଟପ୍ ସୋଲାର ସହ ଯୋଡ଼ିବା ପାଇଁ ତୃଣମୂଳ ସ୍ତରରେ ସଚେତନତା ଏବଂ ସ୍ଥାନୀୟ ଲୋକସମ୍ପର୍କ କେତେ ଗୁରୁତ୍ୱପୂର୍ଣ୍ଣ ।


ସେବା ସେତୁ ଶିବିର ମାଧ୍ୟମରେ ଟିପିସିଓଡିଏଲ୍ ପକ୍ଷରୁ ଉପଭୋକ୍ତାମାନଙ୍କୁ ଘଟଣାସ୍ଥଳରେ ତୁରନ୍ତ ପଞ୍ଜୀକରଣ ସହାୟତା, ସରକାରୀ ସବସିଡି ଉପରେ ବିସ୍ତୃତ ତଥ୍ୟ, ବ୍ୟାଙ୍କ ଋଣ ତଥା ଆର୍ôଥକ ବିକଳ୍ପ ସମ୍ପର୍କରେ ମାର୍ଗଦର୍ଶନ ଏବଂ ଭେଣ୍ଡର ଚୟନରେ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଉଛି । ଲୋକମାନଙ୍କ ନିକଟରେ ସମସ୍ତ ତଥ୍ୟ ଓ ସହାୟତା ଯୋଗାଇ ଦେଇ ଏହି ପଦକ୍ଷେପ ରୁଫ୍‌ଟପ୍ ସୋଲାର ଆପଣାଇବା ପ୍ରକ୍ରିୟାକୁ ବେଶ୍ ସହଜ ଓ ସରଳ କରିବାରେ ସାହାଯ୍ୟ କରୁଛି ।
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଗତ ସେପ୍େଟମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ଏହି \”ସେବା ସଂକଳ୍ପ ଅଭିଯାନ\’ ଆସନ୍ତା ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ନିଜର ସେବାଯୋଗାଣ ଅଞ୍ଚଳରେ ୭୯,୪୦୦ରୁ ଅଧିକ ରୁଫ୍‌ଟପ୍ ସୋଲାର ସଂଯୋଗ ସଫଳତାର ସହ ସ୍ଥାପନ କରିସାରିଥିବା ଟିପିସିଓଡିଏଲ୍‌, ରୁଫ୍‌ଟପ୍ ସୋଲାର ଆପଣାଇବାର ଗତିକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ \”ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା\’ ଅଧୀନରେ ସେଣ୍ଟ୍ରାଲ ଓଡ଼ିଶାର ଅଧିକରୁ ଅଧିକ ପରିବାରକୁ ସ୍ୱଚ୍ଛ ଶକ୍ତିର ଲାଭ ପହଞ୍ଚାଇବା ପାଇଁ ନିଜର ସଚେତନତା ଓ ଯୋଗାଯୋଗ ଅଭିଯାନକୁ ଅଧିକ ବ୍ୟାପକ କରୁଛି ।

Leave a Reply

Your email address will not be published. Required fields are marked *