୭୭୦ରୁ ଉର୍ଦ୍ଧ୍ୱ ଗ୍ରାମ, ୧୨,୦୦୦ କିମିରୁ ଉର୍ଦ୍ଧ୍ୱ ଯାତ୍ରା ମାଧ୍ୟମରେ ସେଣ୍ଟ୍ରାଲ ଓଡ଼ିଶାରେ ରୁଫଟପ୍ ସୋଲାର ସଚେତନତା ବାର୍ତ୍ତା ବାଣ୍ଟିଲା ସୋଲାର ରଥ

ଟିପିସିଓଡିଏଲ୍ର ମୋବାଇଲ୍ ସୋଲାର ସଚେତନତା ଅଭିଯାନ ସମୁଦାୟ ଆଠଟି ଜିଲ୍ଲାର ୧୪,୦୦୦ ରୁ ଅଧିକ ଉପଭୋକ୍ତାଙ୍କ ପାଖରେ ପହଞ୍ଚି, ୯,୦୦୦ରୁ ଅଧିକ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛି ଭୁବନେଶ୍ୱର, ଅକ୍ଟୋବର, ୨୦୨୬: ରୁଫଟପ୍ ସୋଲାର ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ, ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ନିଜର \”ସୋଲାର ରଥ\’ ପଦକ୍ଷେପ ମାଧ୍ୟମରେ ଆଠଟି ଜିଲ୍ଲାର ୭୭୯ଟି ଗ୍ରାମରେ ପହଞ୍ଚିଛି । ଏହି ଅଭିଯାନ ୧୨,୧୯୩ କିଲୋମିଟର ଅତିକ୍ରମ କରି ୧୪,୩୨୭ ଜଣ ଉପଭୋକ୍ତାଙ୍କୁ ସାମିଲ କରିବା ସହ ରୁଫଟପ୍ ସୋଲାର ଏବଂ \”ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା\’ ଉପରେ ୯,୧୯୮ଟି ସୋଲାର ସ୍ଥାପନ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଛି ।
ଲୋକମାନଙ୍କ ପାଖକୁ ସିଧାସଳଖ ଯାଇ ରୁଫଟପ୍ ସୋଲାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ସ୍ଥାପନ ମାଧ୍ୟମରେ ଲାଭ, ସ୍ଥାପନ ପ୍ରକ୍ରିୟା ଓ ପିଏମ୍ ସୂର୍ଯ୍ୟ ଘର ଯୋଜନାର ଉପଯୋଗୀତା ବିଷୟରେ ଉପଭୋକ୍ତାଙ୍କୁ ବୁଝାଇବା ପାଇଁ ଏହି \”ସୋଲାର ରଥ\’ ପରିକଳ୍ପନା କରାଯାଇଥିଲା । ଗ୍ରାମାଞ୍ଚଳରେ ସିଧାସଳଖ ଯୋଗାଯୋଗ ମାଧ୍ୟମରେ ରୁଫଟପ୍ ସୋଲାର ସମ୍ବନ୍ଧୀୟ ତଥ୍ୟକୁ ସହଜଲଭ୍ୟ କରିବା ଏବଂ ଉପଭୋକ୍ତାଙ୍କୁ ନିଜ ଘର ପାଇଁ ସ୍ୱଚ୍ଛ ଶକ୍ତି ଆପଣେଇବାକୁ ଉତ୍ସାହିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସୋଲାର ସାଙ୍ଗ, ଯେଉଁମାନେ ସୋଲାର ରଥ ସହିତ ବିଭିନ୍ନ ଗାଁ ପରିକ୍ରମା କରି ଉପଭୋକ୍ତାମାନଙ୍କ ସହ ଆଲୋଚନା କରିଥିଲେ । ସେମାନେ ରୁଫଟପ୍ ସୋଲାରର ସ୍ଥାପନ ଦ୍ୱାରା ଲାଭ, ରିହାତି ସୁଯୋଗ ଓ ସ୍ଥାପନ ସମ୍ବନ୍ଧୀୟ ପ୍ରଶ୍ନର ସମାଧାନ କରିବା ସହ ‘ପିଏମ୍ ସୂର୍ଯ୍ୟ ଘର ଯୋଜନା’ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହି ଅଭିଯାନ ମାଧ୍ୟମରେ ୯,୧୯୮ଟି ପ୍ରଶ୍ନର ସମାଧାନ ହୋଇଛି, ଯାହା ଉପଭୋକ୍ତାଙ୍କ ମଧ୍ୟରେ ଥିବା ପ୍ରବଳ ଆଗ୍ରହ ଏବଂ ଆଗାମୀ ଦିନରେ ରୁଫଟପ୍ ସୋଲାର ଆପଣେଇବାର ବୃହତ ସମ୍ଭାବନାକୁ ଦର୍ଶାଉଛି ।
ଏହି ସୋଲାର ରଥ ଢେଙ୍କାନାଳ, ଅନୁଗୋଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ପରିକ୍ରମା କରି ସେଣ୍ଟ୍ରାଲ ଓଡ଼ିଶାର କୋଣଅନୁକୋଣରେ ରୁଫଟପ୍ ସୋଲାରର ବାର୍ତ୍ତା ପହଞ୍ଚାଇଥିଲା । ଏହି ପଦକ୍ଷେପ ଅଧୀନରେ ଢେଙ୍କାନାଳର ୭୮ଟି ଗାଁ, ଅନୁଗୋଳର ୮୯, ପୁରୀର ୧୯୮, ଖୋର୍ଦ୍ଧାର ୧୭୩, ନୟାଗଡ଼ର
୬୧, କଟକର ୯୦, କେନ୍ଦ୍ରାପଡ଼ାର ୨୨ ଏବଂ ଜଗତସିଂହପୁରର ୬୮ଟି ଗାଁ ଅନ୍ତର୍ଭୁକ୍ତ ହୋଇ ମୋଟ ୭୭୯ଟି ଗ୍ରାମରେ ସଚେତନତା ପହଞ୍ଚିପାରିଛି ।
ସେଣ୍ଟ୍ରାଲ ଓଡ଼ିଶାରେ ରୁଫଟପ୍ ସୋଲାର ସ୍ଥାପନ ସଂଖ୍ୟା ୭୯,୯୦୦ ଅତିକ୍ରମ କରିଥିବା ବେଳେ, \”ସୋଲାର ରଥ\’ ରୁଫଟପ୍ ସୋଲାର ଏବଂ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ ସିଧାସଳଖ ଉପଭୋକ୍ତା ଓ ସାଧାରଣ ଲୋକଙ୍କ ପାଖରେ ସଚେତନତା ପହଞ୍ଚାଇଛି ।ଏହି ପଦକ୍ଷେପ ବିଷୟରେ ପ୍ରକାଶ କରି ଟାଟା ପାୱାରର ଚିଫ୍ – ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ୍ ତଥା ଟିପିସିଓଡିଏଲ୍ର ସିଇଓ ଶ୍ରୀ ଗଜାନନ ଏସ୍. କାଲେ କହିଛନ୍ତି ଯେ, “ସୋଲାର ରଥର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରୁଫଟପ୍ ସୋଲାରକୁ ସିଧାସଳଖ ଲୋକଙ୍କ ପାଖକୁ ନେବା ଏବଂ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ବିଷୟରେ ସମସ୍ତ ସୂଚନାକୁ ସହଜରେ ଲୋକଙ୍କ ପାଖରେ ପହଞ୍ଚାଇବା । ଆଠଟି ଜିଲ୍ଲାରେ ମିଳିଥିବା ସ୍ୱୀକୃତି ଓ ଉତ୍ସାହ ତୃଣମୂଳ ସ୍ତରର ସିଧାସଳଖ ଯୋଗାଯୋଗର ଗୁରୁତ୍ୱକୁ ଦର୍ଶାଉଛି । ପ୍ରତ୍ୟେକ ଆଲୋଚନା ସଚେତନତା ସୃଷ୍ଟି କରିବା, ଉପଭୋକ୍ତାଙ୍କ ପ୍ରଶ୍ନର ଉତ୍ତର ରଖିବା ଏବଂ ଅଧିକରୁ ଅଧିକ ପରିବାରକୁ ରୁଫଟପ୍ ସୋଲାର ସ୍ଥାପନର ଲାଭ ବିଷୟରେ ଜାଣିବାକୁ ଉତ୍ସାହିତ କରିବାରେ ସାହାଯ୍ୟ କରିବ ।”ସୋଲାର ରଥ ପଦକ୍ଷେପ ଉପଭୋକ୍ତାଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା, ରୁଫଟପ୍ ସୋଲାର ସମ୍ବନ୍ଧୀୟ ସୂଚନା ସହଜରେ ଯୋଗାଇଦେବା ଏବଂ ସମଗ୍ର ସେଣ୍ଟ୍ରାଲ ଓଡ଼ିଶାରେ ସ୍ୱଚ୍ଛ ଶକ୍ତି ଆପଣେଇବାରେ ସାହାଯ୍ୟ କରିବା ପାଇଁ ଟିପିସିଓଡିଏଲ୍ର ପ୍ରଚେଷ୍ଟାକୁ ଆହୁରି ମଜବୁତ କରୁଛି ।
