ଭୀଷଣ ଗ୍ରୀଷ୍ମ ପ୍ରବାହ ସମୟରେ ୨୦୦୦ ମେଗାୱାଟ୍ ବିଦ୍ୟୁତ ଚାହିଦା ପୂରଣ କରିବା ସହ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିଛି ଟିପିସିଓଡିଏଲ

0
Logo Odia

ଭୁବନେଶ୍ୱର, ୧୬ ଏପ୍ରିଲ, ୨୦୨୬: ରାଜ୍ୟରେ ବର୍ଦ୍ଧିତ ତାପମାତ୍ରା ଏବଂ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ଗତ ୧୩ ଏପ୍ରିଲ ୨୦୨୬ରେ ଭୁବନେଶ୍ୱର, କଟକ, ପାରାଦ୍ୱୀପ ଏବଂ ଢେଙ୍କାନାଳ ଅଞ୍ଚଳରେ ୨୦୦୦ ମେଗାୱାଟର ପିକ ବିଦ୍ୟୁତ ଡିମାଣ୍ଡକୁ ସଫଳତାର ସହ ପୂରଣ କରିଛି । ଯାହା ଚଳିତ ଗ୍ରୀଷ୍ମ ଋତୁରେ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ବିଦ୍ୟୁତ ଡିମାଣ୍ଡ ଭାବେ ରେକର୍ଡ କରାଯାଇଛି । ରାଜ୍ୟର ବିଭିନ୍ନ ଭାଗରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଝଡବର୍ଷା ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଭଳି ସ୍ଥିତିରେ ତାପମାତ୍ରା ବୃଦ୍ଧି ଯୋଗୁଁ ବିଦ୍ୟୁତ୍ ବ୍ୟବହାର ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି ।


ଚଳିତ ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଟିପିସିଓଡିଏଲ ନିଜର ନେଟୱାର୍କକୁ ଅଧିକ ଶକ୍ତିଶାଳୀ କରିଛି । ଏଥିପାଇଁ କମ୍ପାନୀ ୩୩୪ ଏମଭିଏ ର ଅତିରିକ୍ତ କ୍ଷମତା ବୃଦ୍ଧି କରିବା ସହ ରିଅଲ୍‌-ଟାଇମ୍ ଗ୍ରିଡ୍ ମନିଟରିଂ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିଛି । ଏହା ବ୍ୟତୀତ, ଗ୍ରୀଷ୍ମ ସମୟରେ ଯେପରି ଉପଭୋକ୍ତାମାନେ ଭରସାଯୋଗ୍ୟ ବିଦ୍ୟୁତ୍ ପାଇପାରିବେ, ସେଥିପାଇଁ ୯,୦୦୦ରୁ ଅଧିକ ଗ୍ରାଉଣ୍ଡ ଷ୍ଟାଫଙ୍କୁ ମୁତୟନ କରାଯାଇଛି ।କମ୍ପାନୀ ପକ୍ଷରୁ ସୁପରଭାଇଜରୀ କଣ୍ଟ୍ରୋଲ ଆଣ୍ଡ ଡାଟା ଆକ୍ୱିଜିସନ୍ (ସ୍କାଡା) ଭଳି ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ବିଦ୍ୟୁତ୍ ଫିଡର, ସବ୍‌-ଷ୍ଟେସନ୍ ଏବଂ ଲୋଡ ଫ୍ଲୋ ର ରିଅଲ୍‌-ଟାଇମ୍ ମନିଟରିଂ କରାଯାଉଛି । ଏହି ବ୍ୟବସ୍ଥା ମାଧ୍ୟମରେ ଯାନ୍ତ୍ରିକ ତ୍ରୁଟିକୁ ତୁରନ୍ତ ଚିହ୍ନଟ କରିବା ସହ ଦୂରରୁ ହିଁ ସୁଇଚ୍ ଅପରେଟ୍ କରାଯାଇପାରୁଛି । ବିଶେଷ କରି ପିକ ଡିମାଣ୍ଡ ସମୟରେ ବିଦ୍ୟୁତ୍ ଭାରକୁ ନିୟନ୍ତ୍ରଣ କରି ନେଟୱାର୍କକୁ ସୁରକ୍ଷିତ ରଖିବାରେ ଏହା ସହାୟକ ହେଉଛି ।


ପରିଚାଳନାଗତ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବା ପାଇଁ, ଟିପିସିଓଡିଏଲ ଏକ ସୁଚିନ୍ତିତ ପ୍ରତିଷେଧକ ଏବଂ ପୂର୍ବାନୁମାନ ଭିତ୍ତିକ ରକ୍ଷଣାବେକ୍ଷଣ ରଣନୀତି କାର୍ଯ୍ୟକାରୀ କରିଛି । ଏଥିରେ ବ୍ୟାପକ ଭାବେ ଗଛ ଡାଳ କଟାଯିବା ସହିତ ଟ୍ରାନ୍ସଫର୍ମର, ଫିଡର୍ ପିଲାର ଏବଂ ଭୂତଳ କେବୁଲ୍ ନେଟୱାର୍କର ଥର୍ମାଲ ସ୍କାନିଂ ଅନ୍ତର୍ଭୁକ୍ତ, ଯାହାଦ୍ୱାରା ସମ୍ଭାବ୍ୟ ଦୁର୍ବଳ ସ୍ଥାନଗୁଡ଼ିକୁ ପୂର୍ବରୁ ଚିହ୍ନଟ କରାଯାଇପାରିବ ଏବଂ ବିଦ୍ୟୁତ୍ ବିଭ୍ରାଟକୁ କମ କରାଯାଇପାରିବ ।ସିଷ୍ଟମ ଭିଜିବିଲିଟି ବୃଦ୍ଧି କରିବା, ସ୍ୱୟଂଚାଳିତ ଭାବେ ତ୍ରୁଟି ଚିହ୍ନଟ କରିବା ଏବଂ ବିଦ୍ୟୁତ୍ ସେବା ସ୍ୱାଭାବିକ କରିବା ସମୟକୁ ଯଥେଷ୍ଟ ହ୍ରାସ କରିବା ପାଇଁ ସମଗ୍ର ନେଟୱାର୍କରେ ଅତ୍ୟାଧୁନିକ ଡିଷ୍ଟ୍ରିବ୍ୟୁସନ ଅଟୋମେସନ ସଲ୍ୟୁସନ୍ ଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି । ଏଥିରେ ସ୍କାଡା ଚାଳିତ ଆର.ଏମ୍‌.ୟୁ, ଅଟୋ-ରିକ୍ଲୋଜର, ଏଫ୍‌.ପି.ଆଇ ଏବଂ ଫିଡର୍ ରିମୋଟ୍ ଟର୍ମିନାଲ୍ ୟୁନିଟ୍ (ଏଫଆରଟିୟୁ) ଭଳି ଯନ୍ତ୍ରପାତି ଅନ୍ତର୍ଭୁକ୍ତ ।

ଭୁବନେଶ୍ୱରଠାରେ ଅବସ୍ଥିତ ପାୱାର ଡିଷ୍ଟ୍ରିବ୍ୟୁସନ ଟେକ୍ନୋଲୋଜି ସେଣ୍ଟର (ପିଡିଟିସି), ସମନ୍ୱିତ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ବିକଳ୍ପ ସଂଯୋଗ ବ୍ୟବସ୍ଥା ସହାୟତାରେ ନେଟୱାର୍କର କାର୍ଯ୍ୟଦକ୍ଷତା ଏବଂ ଲୋଡ୍ ପାଟର୍ନ ଉପରେ ଦିନରାତି ୨୪ ଘଣ୍ଟା ନଜର ରଖୁଛି, ଯାହାଫଳରେ ଯେକୌଣସି ଜରୁରୀକାଳୀନ ସ୍ଥିତିରେ ମଧ୍ୟ ନିରବଚ୍ଛିନ୍ନ ଗ୍ରିଡ୍ ପରିଚାଳନା ସୁନିଶ୍ଚିତ ହୋଇପାରୁଛି । ପ୍ରମୁଖ ସହରୀ ସବ୍‌-ଷ୍ଟେସନଗୁଡ଼ିକରେ ହଟ୍ ଷ୍ଟାଣ୍ଡବାଇ ବ୍ୟବସ୍ଥା ବିଶ୍ୱସନୀୟତାକୁ ଆହୁରି ବୃଦ୍ଧି କରିବା ସହ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହେଲେ ତୁରନ୍ତ ପୁନଃସ୍ଥାପନ କରିବାରେ ସହାୟକ ହେଉଛି ।ଗ୍ରୀଷ୍ମ ମୁକାବିଲା ପ୍ରସ୍ତୁତି ସହିତ, ଟିପିସିଓଡିଏଲ କାଳବୈଶାଖୀ ଝଡ଼ ଭଳି ଋତୁକାଳୀନ ବିଭ୍ରାଟଗୁଡ଼ିକର ପରିଚାଳନା ପାଇଁ ମଧ୍ୟ ନିଜର କାର୍ଯ୍ୟଧାରାକୁ ସମନ୍ୱିତ କରିଛି, ଯେଉଁଥିପାଇଁ କମ୍ପାନୀର ବିଜନେସ୍ କଣ୍ଟିନୁଇଟି ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନ୍ ର ଅଂଶବିଶେଷ ଭାବେ ଆବଶ୍ୟକୀୟ କର୍ମଚାରୀ, ଯନ୍ତ୍ରପାତି ଏବଂ ସରଞ୍ଜାମଗୁଡ଼ିକୁ ରଣନୈତିକ ଭାବେ ପ୍ରସ୍ତୁତ ରଖାଯାଇଛି । କମ୍ପାନୀ ଗ୍ରୀଷ୍ମକାଳୀନ ବର୍ଦ୍ଧିତ ଚାହିଦା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ଏବଂ ଚଳିତ ଋତୁରେ ୨୬୯୦ ମେଗାୱାଟ୍ ର ପିକ ଡିମାଣ୍ଡକୁ ପୂରଣ କରିବା ପାଇଁ ସମସ୍ତ ବ୍ୟବସ୍ଥା କରିଛି ।


ଅଧିକ ଚାହିଦା ସମୟରେ ଉପଭୋକ୍ତାମାନଙ୍କୁ ସହାୟତା ଯୋଗାଇବା ପାଇଁ, ଟିପିସିଓଡିଏଲ ୨୪ ଘଣ୍ଟିଆ କଲ୍ ସେଣ୍ଟର, ଡିଜିଟାଲ୍ କମାଣ୍ଡ୍ ସେଣ୍ଟର ଏବଂ ଉନ୍ନତ ଯୋଗାଯୋଗ ମାଧ୍ୟମଗୁଡ଼ିକ ଜରିଆରେ ନିଜର ଗ୍ରାହକ ସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିଛି । ଏଥିରେ ଏସଏମଏସ ଆଲର୍ଟ, ମିସ୍‌ଡ୍ କଲ୍ ସେବା ଏବଂ ମୋବାଇଲ୍ ଆଧାରିତ ଆପ୍ଲିକେସନ୍ ଅନ୍ତର୍ଭୁକ୍ତ, ଯାହାଦ୍ୱାରା ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ଏବଂ ବିଦ୍ୟୁତ୍ କାଟ ସମ୍ବନ୍ଧୀୟ ସୂଚନା ତୁରନ୍ତ ପ୍ରଦାନ କରାଯାଇପାରିବ ।


ବିଗତ କିଛି ବର୍ଷ ମଧ୍ୟରେ ଟିପିସିଓଡିଏଲ ର ସେବା ଯୋଗାଣ ଅଞ୍ଚଳରେ ବିଦ୍ୟୁତ୍ ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇଛି, ଯେଉଁଥିରେ ପିକ ଲୋଡ ଆର୍ôଥକ ବର୍ଷ ୨୦୨୨ର ୧୬୮୬ ମେଗାୱାଟ୍‌ରୁ ବୃଦ୍ଧି ପାଇ ଆର୍ôଥକ ବର୍ଷ ୨୦୨୭ ସୁଦ୍ଧା ପ୍ରାୟ ୨୭୦୦ ମେଗାୱାଟ୍‌ରେ ପହଞ୍ଚିବାର ଅନୁମାନ କରାଯାଉଛି, ଯାହା ପାଞ୍ଚ ବର୍ଷ ମଧ୍ୟରେ ୬୦ ପ୍ରତିଶତ ଅଭିବୃଦ୍ଧିକୁ ଦର୍ଶାଉଛି ।ଏହି ପ୍ରସଙ୍ଗରେ ଟିପିସିଓଡିଏଲ ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଆମେ ଗ୍ରୀଷ୍ମ ଋତୁରେ ଉପଭୋକ୍ତାଙ୍କୁ ବିଶ୍ୱସନୀୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ । ଯେକୌଣସି ଆବଶ୍ୟକତାର ମୁକାବିଲା କରିବା ପାଇଁ ଆମର ଗ୍ରାଉଣ୍ଡ ଟିମ୍ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି ଏବଂ ପିକ ଡିମାଣ୍ଡ ସମୟରେ ପର୍ଯ୍ୟାପ୍ତ ବିଦ୍ୟୁତ୍ ଉପଲବ୍ଧତା ସୁନିଶ୍ଚିତ କରିବା ସହ ନେଟୱାର୍କର ବିଶ୍ୱସନୀୟତା ବଜାୟ ରଖିବା ପାଇଁ ଆମେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଓ ରିଅଲ୍‌-ଟାଇମ୍ ମନିଟରିଂ ବ୍ୟବସ୍ଥାର ସହାୟତା ନେଉଛୁ ।”


ସୁଦୃଢ଼ ଭିତ୍ତିଭୂମି, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଏବଂ ବ୍ୟାପକ ଗ୍ରୀଷ୍ମକାଳୀନ ପ୍ରସ୍ତୁତି ପଦକ୍ଷେପ ସହିତ, ଟିପିସିଓଡିଏଲ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ପୂରଣ କରିବା ଏବଂ ଚାଲିଥିବା ଗ୍ରୀଷ୍ମ ପ୍ରବାହ ସମୟରେ ଓ ଏହା ପରେ ମଧ୍ୟ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ।

Leave a Reply

Your email address will not be published. Required fields are marked *

You may have missed