ରଥଯାତ୍ରା ପାଇଁ ଟିପିସିଓଡିଏଲ୍‌ର ବଡ଼ ପଦକ୍ଷେପ; ସଫଳତାର ସହ ଶେଷ ହେଲା ‘ମିଶନ ଚକାନୟନ-୨୦୨୬’

0
87e2ca35-e22f-44ff-bf7b-b51cc99dbfe5

ଭୁବନେଶ୍ୱର-୨ ସର୍କଲ୍ ଅଧୀନରେ ଥିବା ପୁରୀ, ଖୋର୍ଦ୍ଧା, ବାଲୁଗାଁ ଓ ନୟାଗଡ଼ ଡିଭିଜନରେ ପ୍ରାୟ ୪୦୦ କର୍ମଚାରୀ ଓ ବିଶେଷଜ୍ଞ ଦଳଙ୍କ ସହାୟତାରେ ଏହି ମିଶନ ପୁରୀ ସହର ଏବଂ ଏହାକୁ ସଂଯୋଗ କରୁଥିବା ପ୍ରମୁଖ ବିଦ୍ୟୁତ କରିଡରଗୁଡ଼ିକରେ କାର୍ଯ୍ୟକାରୀ କରାଯାଇଥିଲା ।

ଏହି ଅଭିଯାନରେ ୩୩ କେଭି, ୧୧ କେଭି ଓ ଏଲ୍‌ଟି ନେଟୱର୍କର ରକ୍ଷଣାବେକ୍ଷଣ, ଗଛର ଡାଳ କାଟିବା, ତାର ସଂଯୋଗୀକରଣ କରିବା, ହଟ୍‌ସ୍ପଟ୍ ସ୍ଥାନ ଗୁଡିକ ଠିକ୍ କରିବା, ବଜ୍ରପାତରୁ ରକ୍ଷା କରିବା ପାଇଁ ଲାଇଟନିଂ ଆରେଷ୍ଟର ଲଗାଇବା ସହ ପୁରୀ ଓ ଏହାର ଆଖପାଖ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଥିବା ପ୍ରାଥମିକ ସବ୍‌-ଷ୍ଟେସନ ଏବଂ ଟ୍ରାନ୍ସଫର୍ମରଗୁଡ଼ିକର ମରାମତି କରାଯାଇଛି ।


\’ମିଶନ ଚକାନୟନ-୨୦୨୬\’ର ସଫଳ ସମାପ୍ତ ସହ, ଟିପିସିଓଡିଏଲ ରଥଯାତ୍ରା ସମୟରେ ନିରବଚ୍ଛିନ୍ନ, ଭରସାଯୋଗ୍ୟ ଏବଂ ସୁରକ୍ଷିତ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିଜର ବିଦ୍ୟୁତ ବିତରଣ ନେଟୱର୍କ ଓ ପ୍ରସ୍ତୁତିକୁ ଆହୁରି ମଜବୁତ କରିଛି ।

Leave a Reply

Your email address will not be published. Required fields are marked *