ଆମେରିକାରେ ଓଡ଼ିଆ ପରମ୍ପରାକୁ ପ୍ରଶଂସା ୫୭ତମ ‘ଓସା’ ସମ୍ମିଳନୀରେ ଯୋଗଦେଲେ ଅଚ୍ୟୁତ ସାମନ୍ତ

0
b0e20db5-7fb5-4f04-ab5d-3daf06bfc4a1

ଭୁବନେଶ୍ୱର,୪ ।୭: ଆମେରିକାରେ ଓଡ଼ିଆମାନେ ବସବାସ କରୁଥିଲେ ମଧ୍ୟ ଓଡ଼ିଆ ପରମ୍ପରାକୁ ଭୁଲିନାହାନ୍ତି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଆମେରିକାରେ ରହୁଥିଲେ ମଧ୍ୟ ବେଶ ଗୁରୁତ୍ୱ ଦେଉଥିବାରୁ ଓଡ଼ିଶା ଆସୋସିଏସନ୍‍ ଇନ୍‍ ଆମେରିକା (ଓସା)କୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଉଚ୍ଚ ପ୍ରଶଂସା କରିଛନ୍ତି। ଶନିବାର ମିନିଆପୋଲିସରେ ଓସାର ୫୭ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ଶ୍ରୀ ସାମନ୍ତ କହିଲେ, ଓସା ପକ୍ଷରୁ କରାଯାଇଥିବା ମିଳନ ପର୍ବ ବାସ୍ତବରେ ଏକ ବିରଳ ଅନୁଭୂତି। ଏହି ମୁହୂର୍ତ୍ତକୁ ଅନେକ ଓଡ଼ିଆ ଆମେରିକା ଓ ଓଡ଼ିଶାର ଲୋକମାନେ ଅପେକ୍ଷା କରିଥାନ୍ତି। ଏହି ପରିପ୍ରେକ୍ଷୀରେ ସେ ଓଡ଼ିଶାର ବିକାଶରେ ଏହି ସଂଗଠନର ଅବଦାନ ସହିତ ଓଡ଼ିଆ ପରିଚୟ ଏବଂ ସଂସ୍କୃତିକୁ ସଂରକ୍ଷଣ କରିବାରେ ଏହାର ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ।

ସମ୍ମିଳନୀରେ ସମବେତ ୧ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ପରିବାରକୁ ସମ୍ବୋଧିତ କରି ତାଙ୍କୁ ନିମନ୍ତ୍ରଣ କରିଥିବାରୁ  ଆୟୋଜକମାନଙ୍କୁ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ କିଟ୍‍-କିସ୍‍ କିଭଳି ଆମେ ଆମେରିକା ଏବଂ ଏହାର ଅନେକ ଶିକ୍ଷାନୁଷ୍ଠାନ ସହିତ ଦୃଢ଼ ସଂପର୍କ ତିଆରି କରିଛି ସେ ସମ୍ପକରେ ସୂଚନା ଦେବା ସହ ପ୍ରତିବର୍ଷ ବିଭିନ୍ନ ଆମେରିକୀୟ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୧୦୦ ଜଣ ରିସୋର୍ସ ପର୍ସନ ନିୟମିତ ଭାବରେ କିଟ୍‍-କିସ ପରିଦର୍ଶନ କରି ବକ୍ତୃତା ପ୍ରଦାନ ସହ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରନ୍ତି ସେ ବିଷୟରେ ମଧ୍ୟ କହିଥିଲେ।

ଏହି ଅବସରରେ କିଟ୍‍-କିସ୍‍ ଓ ଓସା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏଥିରେ କିଟ୍‍-କିସ୍‍ ପକ୍ଷରୁ ଅଚ୍ୟୁତ ସାମନ୍ତ ଓ ଓସା ପକ୍ଷରୁ ଏହାର ସଭାପତି ନାଗେଶ୍ୱର ରଜନଲା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ବୁଝାମଣା ଅନୁସାରେ ଉଭୟ ଅନୁଷ୍ଠାନ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ଦିଗରେ କାର୍ଯ୍ୟ କରିବେ। ଏହା ସହ ଏହି ବୁଝାମଣାପତ୍ର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ, ଷ୍ଟାର୍ଟଅପ୍ ଇନକ୍ୟୁବେଟର, ନବସର୍ଜନା ପ୍ରୟୋଗଶାଳା ଏବଂ ବୃତ୍ତିଗତ ବିନିମୟ କାର୍ଯ୍ୟକ୍ରମରେ ସହଯୋଗ ପାଇଁ ବ୍ୟବସ୍ଥା କରିଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ହସ୍ପିଟାଲ ପ୍ରତିଷ୍ଠାତା ଡା ସୀତାକାନ୍ତ ଦାଶ; ଚିକାଗୋରେ ଭାରତର କନସଲ ଜେନେରାଲ ସୋମନାଥ ଘୋଷ, ଡ ଓମକାର ନାଥ ମହାନ୍ତି; ଓସା ସଭାପତି ନାଗେଶ୍ୱର ରାଜନଳା; ଉପସଭାପତି ଉତ୍କଳ ନାୟକ; ସମ୍ପାଦକ ସ୍ନିଗ୍ଧା ହୋତା; କୋଷାଧ୍ୟକ୍ଷ ସଞ୍ଜୀବ ରାଉତଙ୍କ ସମେତ ଯୁକ୍ତରାଷ୍ଟ୍ର ଓ କାନାଡାର ବହୁ ବିଶିଷ୍ଟ ପ୍ରବାସୀ  ଓଡିଆ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *