ଟାଟା ପାୱାର୍ ବାର୍ଷିକ ସାଧାରଣ ସଭା (ଏଜିଏମ)୭ ଜୁଲାଇ ୨୦୨୬ଅଧ୍ୟକ୍ଷଙ୍କ ଅଭିଭାଷଣ

0
tata-power-targets-rs-1-lakh-cr-revenue-by-2030-shares-update-on-nuclear-plans

ଆର୍ଥିକ ବର୍ଷ ୨୦୨୬ ବେଶ ଆହ୍ୱାନପୂର୍ଣ୍ଣ ରହିଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ଖର୍ଚ୍ଚ ଏବଂ ସୁଦୃଢ଼ ଯୋଗାଣ ଶୃଙ୍ଖଳା ଯୋଗୁଁ ବିଶ୍ୱସ୍ତରୀୟ ଅଭିବୃଦ୍ଧି ସ୍ଥିର ରହିବ ବୋଲି ବର୍ଷର ଆରମ୍ଭରେ ଆଶା କରାଯାଉଥିଲା । ଭାରତ-ଇୟୁ ମୁକ୍ତ ବ୍ୟାପାର ଚୁକ୍ତି ଏବଂ ଆମେରିକା ସହ ମଧ୍ୟବର୍ତ୍ତୀକାଳୀନ ବ୍ୟାପାର ଚୁକ୍ତି ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଚୁକ୍ତିନାମା ଚୂଢ଼ାନ୍ତ ହୋଇଥିଲା । ତେବେ, ଏହି ସକାରାତ୍ମକ ପରିଣାମ ସହିତ ପଶ୍ଚିମ ଏସିଆ ସଙ୍କଟ ଆରମ୍ଭ ହେବା ଯୋଗୁଁ ଷ୍ଟାଗଫ୍ଲେସନ (ମନ୍ଥର ଅଭିବୃଦ୍ଧି ସହ ବଢୁଥିବା ମୁଦ୍ରାସ୍ଫୀତି) ଏବଂ ଶକ୍ତି ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ ହୋଇଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ମଧ୍ୟ ତୀବ୍ର ହୋଇଛି । ଗତ ୬୫ ବର୍ଷ ମଧ୍ୟରେ ପୃଥିବୀ ଛାଡୁଥିବା ଉତ୍ତାପ ତୁଳନାରେ ଅଧିକ ଉତ୍ତାପ ଶୋଷଣ କରିଛି । ୨୦୨୬ ପାଇଁ ‘ଏଲ୍ ନିନୋ\’ ପ୍ରଭାବର ପୂର୍ବାନୁମାନ କରାଯାଇଥିବାରୁ, ଏହି ବର୍ଷ ଅଧିକ ଗରମ ହେବା ସହ କୁଲିଂ (ଶୀତଳୀକରଣ)ର ଆବଶ୍ୟକତା ଅଧିକ ରହିବ ବୋଲି ଆଶା କରାଯାଉଛି ।


ଏହା ସହିତ ସମାନ୍ତରାଳ ଭାବେ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ବିଶ୍ୱସ୍ତରୀୟ ଖର୍ଚ୍ଚ ବୃଦ୍ଧି ପାଇଛି ଏବଂ ଏହା ତୈଳ ଓ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ହେଉଥିବା ନିବେଶ ସହ ସମକକ୍ଷ ହେବାକୁ ଲାଗିଲାଣି । ୨୦୨୫ ମସିହାରେ ଗ୍ଲୋବାଲ୍ ଡାଟା ସେଣ୍ଟରଗୁଡ଼ିକର ବିଦ୍ୟୁତ ଚାହିଦା ୧୭% ବୃଦ୍ଧି ପାଇଛି, ଯାହା ସାମଗ୍ରିକ ବିଶ୍ୱ ବିଦ୍ୟୁତ ଚାହିଦା ବୃଦ୍ଧି (୩%) ତୁଳନାରେ ବହୁତ ଅଧିକ ଥିଲା । ୨୦୩୦ ସୁଦ୍ଧା ବିଶ୍ୱର ମୋଟ ବିଦ୍ୟୁତ ଚାହିଦାର ପ୍ରାୟ ୩% କେବଳ ଡାଟା ସେଣ୍ଟରଗୁଡ଼ିକ ପାଇଁ ଆବଶ୍ୟକ ହେବ ।
ଏହି ପରିପ୍ରେକ୍ଷୀରେ, ଶକ୍ତି ସୁରକ୍ଷା ସହ କୌଣସି ବୁଝାମଣା କରାଯାଇପାରିବ ନାହିଁ । ଆଗାମୀ ଅଭିବୃଦ୍ଧି ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ଗରମ ହେଉଥିବା ଜଳବାୟୁର ବିଦ୍ୟୁତ ଚାହିଦା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଜରୁରୀ । ଶକ୍ତି ପ୍ରଣାଳୀଗୁଡ଼ିକୁ ଅଧିକ ସ୍ୱଚ୍ଛ, ସୁଦୃଢ଼ ଏବଂ ବିକେନ୍ଦ୍ରୀକୃତ ମଡେଲରେ ପରିଣତ କଲେ ହିଁ ଏହା ସମ୍ଭବ ହୋଇପାରିବ । ଭାରତର ବିଦ୍ୟୁତ କ୍ଷେତ୍ରର ସ୍ଥିତି ଏବଂ ପୂର୍ବାନୁମାନ: ଭାରତର ଶକ୍ତି ପ୍ରଣାଳୀ ଏକ ସ୍ୱଚ୍ଛ, ସବୁଜ ଏବଂ ଅଧିକ ବିକେନ୍ଦ୍ରୀକୃତ ପୋର୍ଟଫୋଲିଓ ଆଡ଼କୁ ଅଗ୍ରସର ହେଉଛି । ମୋଟ ଅକ୍ଷୟ ଶକ୍ତି ସ୍ଥାପିତ କ୍ଷମତା କ୍ଷେତ୍ରରେ ଆମେ ଏବେ ବିଶ୍ୱରେ ତୃତୀୟ ସ୍ଥାନରେ ଅଛୁ ।


୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା, ଭାରତର ସ୍ଥାପିତ ବିଦ୍ୟୁତ ଉତ୍ପାଦନ କ୍ଷମତା ୫୩୩ ଗିଗାୱାଟ ଥିଲା, ଯେଉଁଥିରେ ସ୍ୱଚ୍ଛ ଓ ସବୁଜ ଉତ୍ସଗୁଡ଼ିକର ଅଂଶଧନ ୫୩% ରହିଛି । ୧୫୦ ଗିଗାୱାଟରୁ ଅଧିକ ସ୍ଥାପିତ କ୍ଷମତା ସହ ସୌର ଶକ୍ତି ସବୁଠାରୁ ଆଗରେ ଅଛି ଏବଂ ଏହା ପଛକୁ ପବନ ଶକ୍ତି ରହିଛି । ଚଳିତ ଆର୍ôଥକ ବର୍ଷରେ ଯୋଡ଼ା ଯାଇଥିବା ମୋଟ କ୍ଷମତାର ୯୫% ରୁ ଅଧିକ ସ୍ୱଚ୍ଛ ଓ ସବୁଜ ଥିଲା । ଏହି ବର୍ଷ ଯୋଡ଼ା ଯାଇଥିବା କ୍ଷମତା ମଧ୍ୟରେ ସୌର ଶକ୍ତିର ଭାଗ ପ୍ରାୟ ୮୦% ଥିଲା ।
୨୦୩୦ ସୁଦ୍ଧା ମୋଟ ସ୍ଥାପିତ କ୍ଷମତା ୭୭୦ ଗିଗାୱାଟକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି, ଯେଉଁଥିରେ ସ୍ୱଚ୍ଛ ଏବଂ ସବୁଜ କ୍ଷମତାର ଅଂଶ ୬୪% ହେବ । ଏଥିପାଇଁ ବ୍ୟାଟେରୀ ଏବଂ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପଗୁଡ଼ିକରେ ନିବେଶର ଆବଶ୍ୟକତା ରହିଛି । ଭାରତର ବିଦ୍ୟୁତ ସଞ୍ଚାରଣ ନେଟୱର୍କ ମଧ୍ୟ ୨୦୩୦ ସୁଦ୍ଧା ୫ ଲକ୍ଷ ସର୍କିଟ କିଲୋମିଟରରୁ ୬ ଲକ୍ଷ ସର୍କିଟ କିଲୋମିଟରକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ପିଏମ୍ ସୂର୍ଯ୍ୟ ଘର ଯୋଜନା ଅଧୀନରେ ସୋଲାର ରୁଫ୍‌ଟପ୍ ଆପଣେଇବା ସଂଖ୍ୟା କ୍ରମାଗତ ଭାବେ ବଢୁଛି । ଆର୍ôଥକ ବର୍ଷ ୨୦୨୬ ସୁଦ୍ଧା ମୋଟ ରୁଫ୍‌ଟପ୍ ସ୍ଥାପନ କ୍ଷମତା ପ୍ରାୟ ୨୬ ଗିଗାୱାଟ ଥିଲା, ଯାହା ୨୦୩୦ ସୁଦ୍ଧା ୬୫ ଗିଗାୱାଟକୁ ବୃଦ୍ଧି ପାଇବା ନେଇ ଲକ୍ଷ୍ୟ ରଖାଯାଇଛି । ଏହା ଏହି କ୍ଷେତ୍ର ପାଇଁ ଏକ ଅଭିବୃଦ୍ଧିର ସମୟ । କମ୍ପାନୀର ପ୍ରଦର୍ଶନ: ଭାରତର ଅନ୍ୟତମ ବୃହତ୍ତମ ସମନ୍ୱିତ ବିଦ୍ୟୁତ କମ୍ପାନୀ ଭାବରେ, ଆପଣଙ୍କ କମ୍ପାନୀ ଦେଶର ଶକ୍ତି ରୂପାନ୍ତରଣର ନେତୃତ୍ୱ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଏହି ବର୍ଷ: ୧. ଆପଣଙ୍କ କମ୍ପାନୀ ବିଦ୍ୟୁତ ଉତ୍ପାଦନ ପୋର୍ଟଫୋଲିଓରେ (ପାଇପ୍‌ଲାଇନ୍ ସହିତ) ୨୬ ଗିଗାୱାଟ୍ କ୍ଷମତା ଅତିକ୍ରମ କରିଛି, ଯେଉଁଥିରୁ ୬୬% କ୍ଷମତା ସ୍ୱଚ୍ଛ ଏବଂ ସବୁଜ ଅଟେ ।
୨. ଭୁଟାନର ‘ଡ୍ରୁକ୍ ଗ୍ରୀନ୍‌\’ ସହିତ ସହଭାଗିତାକୁ ଆଗକୁ ବଢ଼ାଇ ଆପଣଙ୍କ କମ୍ପାନୀ ଚାଲୁ ରହିଥିବା ୬୦୦ ମେଗାୱାଟ ଖୋର୍ଲୋଚ୍ଛୁ ଜଳବିଦ୍ୟୁତ ପ୍ରକଳ୍ପ ବ୍ୟତୀତ ୧,୧୨୫ ମେଗାୱାଟର ଦୋର୍ଜିଲୁଙ୍ଗ ଜଳବିଦ୍ୟୁତ ପ୍ରକଳ୍ପର ବିକାଶ କରିବ ।
୩. ଆମେ ପ୍ରାୟ ୨.୫ ଗିଗାୱାଟର ଅକ୍ଷୟ ଶକ୍ତି ପ୍ରକଳ୍ପ କାର୍ଯ୍ୟକ୍ଷମ କରିଛୁ ଏବଂ ପାଇପ୍‌ଲାଇନ୍ ରେ ଆମ ପାଖରେ ୫.୧ ଗିଗାୱାଟର ଅକ୍ଷୟ ଶକ୍ତି ପ୍ରକଳ୍ପ ରହିଛି ।
୪. କମ୍ପାନୀ ଶକ୍ତି ଷ୍ଟୋରେଜ୍ ସହିତ ୨୪ ଘଣ୍ଟିଆ ସବୁଜ ଶକ୍ତି ଯୋଗାଣର ସମ୍ପ୍ରସାରଣ ଜାରି ରଖିଛି । ୧,୦୦୦ ମେଗାୱାଟ ବିଭପୁରୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଦିଗରେ ଅଗ୍ରଗତି ହୋଇଛି ଏବଂ ୧,୮୦୦ ମେଗାୱାଟ ଶିରୱାତା ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପର କାର୍ଯ୍ୟ ମଧ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି ।
୫. ତାମିଲନାଡୁର ତିରୁନେଲଭେଲିଠାରେ ଥିବା ୪.୩ ଗିଗାୱାଟର ସୋଲାର ସେଲ୍ ଏବଂ ମଡ୍ୟୁଲ୍ ଉତ୍ପାଦନ କାରଖାନାରେ ଚଳିତ ବର୍ଷସାରା ଉତ୍ପାଦନ ହୋଇଛି ।
୬. ଆପଣଙ୍କ କମ୍ପାନୀ ଏହାର ରୁଫ୍‌ଟପ୍ ସୋଲାର ଏବଂ ଇଭି ଚାର୍ଜିଂ ସଲ୍ୟୁସନ ମାଧ୍ୟମରେ ସିଧାସଳଖ ଗ୍ରାହକମାନଙ୍କ ସହ ଜଡ଼ିତ ହେଉଥିବା ଏକ ସଂସ୍ଥାରେ ପରିଣତ ହୋଇଛି । ଏହା ସୋଲାର ରୁଫ୍‌ଟପ୍ ବଜାରରେ ଶୀର୍ଷରେ ରହିଛି ଏବଂ ଚଳିତ ବର୍ଷ ପ୍ରାୟ ୨ ଗିଗାୱାଟର ରୁଫ୍‌ଟପ୍ ସୋଲାର କ୍ଷମତା ସ୍ଥାପନ କରିଛି । ଏହାସହ ମୋଟ ସ୍ଥାପନ କ୍ଷମତା ୪ ଗିଗାୱାଟ ଅତିକ୍ରମ କରିଛି, ଯାହା ୩ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କୁ ସେବା ଯୋଗାଉଛି । ଏହାଛଡ଼ା ମୋଟ ୨ ଲକ୍ଷରୁ ଅଧିକ ଇଭି ହୋମ୍ ଚାର୍ଜର ସ୍ଥାପନ କରିବାର ମାଇଲଖୁଣ୍ଟ ମଧ୍ୟ ଅତିକ୍ରମ କରିଛି ।


୭. ଆପଣଙ୍କ କମ୍ପାନୀର ସଞ୍ଚାରଣ ପୋର୍ଟଫୋଲିଓ ୭,୦୦୦ ସର୍କିଟ କିଲୋମିଟରରେ ପହଞ୍ଚିଛି, ଯେଉଁଥିରୁ ୧,୮୦୦ ସର୍କିଟ କିଲୋମିଟରରୁ ଅଧିକ ପାଇପ୍‌ଲାଇନ୍ ରେ ରହିଛି । ୮. ଆପଣଙ୍କ କମ୍ପାନୀ ଦିଲ୍ଲୀ, ମୁମ୍ବାଇ, ଆଜମେର ଏବଂ ସମଗ୍ର ଓଡ଼ିଶା ରାଜ୍ୟର ୭ଟି ଡିସକମ ମାଧ୍ୟମରେ ୧୩.୧ ମିଲିୟନରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଉଛି । ଏହି ବର୍ଷ ଓଡ଼ିଶାରେ ବିଦ୍ୟୁତ ରୂପାନ୍ତରଣର ୫ ବର୍ଷ ପୂର୍ଣ୍ଣ ହୋଇଛି । ପ୍ରଥମ ଥର ପାଇଁ ଓଡ଼ିଶାର ସମସ୍ତ ୪ଟି ବିଦ୍ୟୁତ ବିତରଣ କମ୍ପାନୀ ନିଜର ଅଂଶଧନକାରୀମାନଙ୍କୁ ଲାଭାଂଶ ପ୍ରଦାନ କରିବା ଆରମ୍ଭ କରିଛନ୍ତି । ଆର୍ôଥକ ବର୍ଷ ୨୦୨୬ ରେ ଏଟିଆଣ୍ଡସି କ୍ଷତି ମଧ୍ୟ ୨% ହ୍ରାସ ପାଇଛି, ଯାହା ଦାୟିତ୍ୱ ଗ୍ରହଣ କରିବା ପରଠାରୁ ମୋଟ ୧୫% ହ୍ରାସ ହୋଇଛି । ୯. କମ୍ପାନୀ ୨୦୩୦ ସୁଦ୍ଧା ୩୦ ଗିଗାୱାଟ କ୍ଷମତା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବାକୁ ଆଶା ରଖିଛି ।
ଆର୍ôଥକ ପ୍ରଦର୍ଶନ: ଆର୍ôଥକ ବର୍ଷ ୨୦୨୬ ରେ, କମ୍ପାନୀର ସଂଗଠିତ ରାଜସ୍ୱ ଗତ ବର୍ଷର ୬୪,୫୦୨ କୋଟି ଟଙ୍କା ତୁଳନାରେ ୬୩,୬୮୧ କୋଟି ଟଙ୍କାରେ ସ୍ଥିର ରହିଛି । ଅକ୍ଷୟ ଶକ୍ତି, ସଞ୍ଚାରଣ ଓ ବିତରଣ ଏବଂ ଉତ୍ପାଦନ କ୍ଷେତ୍ରର ଭଲ ପ୍ରଦର୍ଶନ ଯୋଗୁଁ ମୁନ୍ଦ୍ରା ଥର୍ମାଲ ପ୍ଲାଣ୍ଟ ବନ୍ଦ ହେବାର ପ୍ରଭାବ ବହୁତ ପରିମାଣରେ ହ୍ରାସ ପାଇଛି । ରୁଫ୍‌ଟପ୍ ବ୍ୟବସାୟରୁ ମିଳୁଥିବା ରାଜସ୍ୱ ବାର୍ଷିକ ଆଧାରରେ ଦୁଇ ଗୁଣରୁ ଅଧିକ ହୋଇଛି । ୪.୩ ଗିଗାୱାଟ ସୋଲାର ମାନୁଫ୍ୟାକ୍ଚରିଂ କାରଖାନାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମତା ମଧ୍ୟ ଚଳିତ ବର୍ଷର ରାଜସ୍ୱରେ ବିଶେଷ ଯୋଗଦାନ ଦେଇଛି । ଗତ ବର୍ଷର ୫,୧୯୭ କୋଟି ଟଙ୍କା ତୁଳନାରେ ଚଳିତ ବର୍ଷ ଟିକସ ପରବର୍ତ୍ତୀ ଲାଭ (ବ୍ୟତିକ୍ରମ ଜନିତ ଆଇଟମ୍ ପୂର୍ବରୁ ପିଏଟି) ୫,୨୧୨ କୋଟି ଟଙ୍କା ରହିଛି । ସୋଲାର ମାନୁଫ୍ୟାକ୍ଚରିଂ ଏବଂ ରୁଫ୍‌ଟପ୍ ବ୍ୟବସାୟରୁ ଅଧିକ ଯୋଗଦାନ, ଅଧିକ ନିୟନ୍ତ୍ରିତ ରିଟର୍ଣ୍ଣ ଏବଂ ସଞ୍ଚାରଣ ଓ ବିତରଣ କ୍ଷେତ୍ରରେ ଉନ୍ନତ ବିଲିଂ ଏବଂ ସଂଗ୍ରହ ଦକ୍ଷତା ଯୋଗୁଁ ଇବିଆଇଟିଡିଏ ଗତ ବର୍ଷର ୧୪,୪୬୮ କୋଟି ଟଙ୍କା ତୁଳନାରେ ୧୬,୦୯୦ କୋଟି ଟଙ୍କା ହୋଇଛି ।


ଏହି ପ୍ରଦର୍ଶନ ଆଧାରରେ, ନିର୍ଦ୍ଦେଶକ ମଣ୍ଡଳୀ ୨୫୦% ଲାଭାଂଶ (ଡିଭିଡେନ୍ଡ) ପାଇଁ ସୁପାରିଶ କରିଛନ୍ତି, ଯାହା ୧ ଟଙ୍କାର ପ୍ରତି ଇକ୍ୱିଟି ଶେୟାର ପିଛା ୨.୫ ଟଙ୍କା ଅଟେ ।

ପଦକ୍ଷେପ ସମୂହ:
ଦୀର୍ଘସ୍ଥାୟୀ ବିକାଶ ଏବଂ ଆମ ସମୁଦାୟ ପ୍ରତି ପ୍ରତିବଦ୍ଧତା ଚଳିତ ବର୍ଷ ଆମର ସମସ୍ତ ପଦକ୍ଷେପକୁ ଆଗକୁ ବଢ଼ାଇଛି ।
ଆପଣଙ୍କ କମ୍ପାନୀ ହାତୀ-ମଣିଷ ମଧ୍ୟରେ ଚାଲିଥିବା ସଂଘର୍ଷ କୁ ହ୍ରାସ କରିବା ପାଇଁ ଓଡ଼ିଶାର ୨୦ଟି ଜଙ୍ଗଲ ରେଞ୍ଜରେ ଏହାର ଗଜ ସଂରକ୍ଷଣ କାର୍ଯ୍ୟକ୍ରମର ସମ୍ପ୍ରସାରଣ କରିଛି । ବନୀକରଣ ଏବଂ ପୁନର୍ବାର ପ୍ରକୃତିର ସୁରକ୍ଷା ପଦକ୍ଷେପ ସ୍ୱରୂପ, ଆପଣଙ୍କ କମ୍ପାନୀ ୫୦,୦୦୦ ରୁ ଅଧିକ ସ୍ଥାନୀୟ ପ୍ରଜାତିର ଗଛ ଲଗାଇଛି । ପ୍ରୋଜେକ୍ଟ ଆଲିଙ୍ଗନ ଅଧୀନରେ ଆପଣଙ୍କ କମ୍ପାନୀ ୨୦୩୦ ସୁଦ୍ଧା ଶୂନ୍ୟ ତରଳ ବର୍ଜ୍ୟ ନିଷ୍କାସନ, ଆବର୍ଜନା ମୁକ୍ତ ଲ୍ୟାଣ୍ଡଫିଲ୍ ଏବଂ ୨୦୪୫ ସୁଦ୍ଧା ନେଟ୍ ଜିରୋ ହାସଲ କରିବା ପଥରେ ସଫଳତାର ସହ ଅଗ୍ରସର ହେଉଛି ।ସିଏସଆର (କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ) କ୍ଷେତ୍ରରେ, ଆପଣଙ୍କ କମ୍ପାନୀ ‘ଅଟିଜିମ୍ ସ୍ପେକ୍ଟ୍ରମ ଡିଜଅର୍ଡର\’ (ଏଏସଡି) ବିଷୟରେ ସଚେତନତା ସୃଷ୍ଟି ପାଇଁ ଏହାର ପେ ଅଟେନସନ ପଦକ୍ଷେପକୁ ଅଧିକ ବ୍ୟାପକ କରିଛି । ଟାଟା ପାୱାର୍ ଏହାର ଅନ୍ୟାନ୍ୟ ସିଏସଆର କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ଜାରି ରଖିଛି । ଗତ ବର୍ଷ ଆପଣଙ୍କ କମ୍ପାନୀର ଏହି ପଦକ୍ଷେପଗୁଡ଼ିକ ୨୧ଟି ରାଜ୍ୟର ୧୦୦ରୁ ଅଧିକ ଜିଲ୍ଲାରେ ପହଞ୍ଚିପାରିଛି ଏବଂ ମୋଟ ୧୦୦.୫ କୋଟି ଟଙ୍କାର ସିଏସଆର ଖର୍ଚ୍ଚ ସହିତ ଆପଣଙ୍କ କମ୍ପାନୀ ୫.୨ ମିଲିୟନରୁ ଅଧିକ ଜୀବନକୁ ଆଲୋକିତ କରିଛି ।


ଆଗାମୀ ପନ୍ଥା :
ଟାଟା ପାୱାର୍ ଆଜି ଆବାସିକ ଏବଂ ସିଆଣ୍ଡଆଇ ଗ୍ରାହକମାନଙ୍କୁ ସ୍ୱଚ୍ଛ ଓ ସବୁଜ ସଲ୍ୟୁସନ ଆପଣେଇବାରେ ସାହାଯ୍ୟ କରି ଏନର୍ଜି ଏଜ୍ ଏ ସର୍ଭିସ୍ ଦିଗରେ ନେତୃତ୍ୱ ନେଉଛି । କମ୍ପାନୀ ବିଦ୍ୟୁତ ଉତ୍ପାଦନ, ସଞ୍ଚାରଣ, ବିତରଣ, ଅକ୍ଷୟ ଶକ୍ତି, ରୁଫ୍‌ଟପ୍ ସୋଲାର, ଇଭି ଚାର୍ଜିଂ ଏବଂ ମାନୁଫ୍ୟାକ୍ଚରିଂ ସହିତ ଏହାର ସମସ୍ତ ବ୍ୟବସାୟିକ କ୍ଷେତ୍ରର ସମ୍ପ୍ରସାରଣ କରୁଛି । କମ୍ପାନୀ ଓଡ଼ିଶାରେ ଏକ ନୂତନ ପ୍ରକଳ୍ପ ସହିତ ଏହାର ସୋଲାର ମାନୁଫ୍ୟାକ୍ଚରିଂର ମଧ୍ୟ ସମ୍ପ୍ରସାରଣ କରିବ, ଯାହା ଆଗାମୀ ମାସଗୁଡ଼ିକରେ ଘୋଷଣା କରାଯିବ । ଆମର ସମସ୍ତ ଅଂଶଧନକାରୀ ମାନଙ୍କ ସହଯୋଗରେ, ଆମେ ବିଶ୍ୱାସ କରୁ ଯେ କମ୍ପାନୀ ଆଗକୁ ମଧ୍ୟ ଜୀବନକୁ ଏମିତି ଆଲୋକିତ କରି ଚାଲିବ । ଚଳିତ ବର୍ଷର ଏହି ସୁଦୃଢ଼ ଅଭିବୃଦ୍ଧି ଏବଂ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମୁଁ ଟାଟା ପାୱାରର ସମସ୍ତ କର୍ମଚାରୀ ଏବଂ ପରିଚାଳନା କମିଟିକୁ ସାଧୁବାଦ ଜଣାଉଛି ।

Leave a Reply

Your email address will not be published. Required fields are marked *