ବେଦାନ୍ତ ଆଲୁମିନିୟମର ପକ୍ଷରୁ ଝାରସୁଗୁଡ଼ାରେ ପଲ୍ସ ପୋଲିଓ ଅଭିଯାନକୁ ସହଯୋଗ୧୬ଟି ବୁଥରେ ୧,୫୦୦ରୁ ଅଧିକ ଶିଶୁଙ୍କୁ ପୋଲିଓ ଟିକା ପ୍ରଦାନ

0
bbc2e9b7-6fd4-4cb5-b23b-316c62cba97e

ଝାରସୁଗୁଡ଼ା, ୨୩ ଜୁଲାଇ ୨୦୨୬: ସମୁଦାୟ ସ୍ୱାସ୍ଥ୍ୟ ଓ ଶିଶୁ କଲ୍ୟାଣ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃଦୃଢ଼ କରି ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ, ଝାରସୁଗୁଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ମିଳିତ ଭାବେ ଝାରସୁଗୁଡ଼ାର ୧୬ଟି ନିର୍ଦ୍ଧାରିତ ବୁଥରେ ପଲ୍ସ ପୋଲିଓ ଟିକାକରଣ ଅଭିଯାନକୁ ସହଯୋଗ କରିଛି । ଭାରତ ସରକାରଙ୍କ ଦେଶବ୍ୟାପୀ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଅଧୀନରେ ପରିଚାଳିତ ଏହି ଅଭିଯାନରେ ୫ ବର୍ଷରୁ କମ୍ ବୟସର ୧,୫୦୦ରୁ ଅଧିକ ଶିଶୁଙ୍କୁ ସଫଳତାର ସହ ପୋଲିଓ ଟିକା ପ୍ରଦାନ କରାଯାଇଥିଲା । ସମୟୋପଯୋଗୀ ଟିକାକରଣ, ଜନସଚେତନତା ଏବଂ ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବା ପହଂଚାଇବା ମାଧ୍ୟମରେ ଏହି ପଦକ୍ଷେପ ପୋଲିଓ ନିରାକରଣ ପ୍ରୟାସକୁ ଅଧିକ ସୁଦୃଢ଼ କରିଛି । ପଲ୍ସ ପୋଲିଓ ଅଭିଯାନ ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଯାହାର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଯୋଗ୍ୟ ଶିଶୁଙ୍କୁ ମୌଖିକ ପୋଲିଓ ଟିକା ପ୍ରଦାନ କରି ଏହି ରୋଗରୁ ସୁରକ୍ଷିତ ରଖିବା । ନିଜର କାର୍ଯ୍ୟକ୍ଷେତ୍ରରେ ସ୍ୱାସ୍ଥ୍ୟସେବାର ମାନ ବୃଦ୍ଧି ପାଇଁ ବେଦାନ୍ତ ଆଲୁମିନିୟମ ସରକାରୀ ସଂସ୍ଥା ଓ ସ୍ଥାନୀୟ ଅଂଶୀଦାରମାନଙ୍କ ସହ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ଝାରସୁଗୁଡ଼ାରେ ଆୟୋଜିତ ଏହି ଅଭିଯାନରେ ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମଚାରୀ, କ୍ଷେତ୍ରସ୍ତରୀୟ ସ୍ୱେଚ୍ଛାସେବୀ ଓ ସମୁଦାୟ ପ୍ରତିନିଧିମାନେ ସାମିଲ ହୋଇ ସମସ୍ତ ବ୍ଲକରେ ସମ୍ପୂର୍ଣ୍ଣ ଟିକାକରଣ ସୁନିଶ୍ଚିତ କରିଥିଲେ ।

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଲଜିଷ୍ଟିକ୍ ସହଯୋଗ, ଜନସଚେତନତା ଏବଂ କ୍ଷେତ୍ରସ୍ତରରେ ସମନ୍ୱୟ ପ୍ରଦାନ କରାଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ( ଡବ୍ଲୁଏଚଓ)ର ଏକ ଉଚ୍ଚସ୍ତରୀୟ ପର୍ଯ୍ୟବେକ୍ଷଣ ଦଳ ବିଭିନ୍ନ ବୁଥ୍ ପରିଦର୍ଶନ କରି ଟିକାର କୋଲ୍ଡ-ଚେନ୍ ବ୍ୟବସ୍ଥାପନା, ସଠିକ୍‌ ରେକର୍ଡ ସଂରକ୍ଷଣ ଏବଂ ଉତ୍କୃଷ୍ଟ ସମନ୍ୱୟକୁ ପ୍ରଶଂସା କରିଥିଲେ । ଏହି ଅବସରରେ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡ଼ାର ସିଇଓ ସି. ଚନ୍ଦ୍ରୁ କହିଛନ୍ତି, \”ଶିଶୁମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ହିଁ ଏକ ସୁଦୃଢ଼ ଓ ସକ୍ଷମ ସମାଜ ଗଠନର ମୂଳ ଆଧାର । ଏହି ସହଭାଗିତା ମାଧ୍ୟମରେ ଆମେ ଜିଲ୍ଲା ପ୍ରଶାସନକୁ ପ୍ରତ୍ୟେକ ଯୋଗ୍ୟ ଶିଶୁଙ୍କ ନିକଟରେ ଆବଶ୍ୟକ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ପହଂଚାଇବାରେ ସହଯୋଗ କରୁଛୁ । ଝାରସୁଗୁଡ଼ାର ପରିବାରମାନଙ୍କ ସକ୍ରିୟ ଅଂଶଗ୍ରହଣ ଏହି ଅଭିଯାନର ସଫଳତାକୁ ପ୍ରତିଫଳିତ କରୁଛି ଏବଂ ଅର୍ଥପୂର୍ଣ୍ଣ ସହଭାଗିତା ମାଧ୍ୟମରେ ସୁଲଭ ସ୍ୱାସ୍ଥ୍ୟସେବାକୁ ଆଗେଇ ନେବାକୁ ଆମେ ପ୍ରତିବଦ୍ଧ ।\” ବେଦାନ୍ତ ଆଲୁମିନିୟମର ସାମାଜିକ ବିକାଶ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ବିକାଶ, ମହିଳା ଓ ଶିଶୁ ବିକାଶ, ଦକ୍ଷତା ବିକାଶ, କ୍ରୀଡ଼ା, ସଂସ୍କୃତି ଏବଂ ସମୁଦାୟ ଭିତିଭୂମି ବିକାଶ ଭଳି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରି ଝାରସୁଗୁଡ଼ା ପାର୍ଶ୍ୱବର୍ତୀ ପ୍ରାୟ ୮୦ଟି ଗ୍ରାମର ଲୋକଙ୍କୁ ଉପକୃତ କରୁଛି ।


ଜିଲ୍ଲାରେ ବେଦାନ୍ତର ସ୍ୱାସ୍ଥ୍ୟସେବା ପଦକ୍ଷେପ ମଧ୍ୟରେ ମୋବାଇଲ ହେଲ୍ଥ ୟୁନିଟ୍‌, ପ୍ରତିଷେଧକ ସ୍ୱାସ୍ଥ୍ୟ ଶିବିର, ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା, ଟିକାକରଣ ସହଯୋଗ, ପରିମଳ ବ୍ୟବସ୍ଥା ସଚେତନତା, ଏବଂ ନିକ୍ଷୟ ମିତ୍ର କାର୍ଯ୍ୟକ୍ରମ ଅଧୀନରେ ଯକ୍ଷ୍ମା ସଚେତନତା ଓ ପୁଷ୍ଟିକର ଖାଦ୍ୟ ସହାୟତା ଭଳି ବିଭିନ୍ନ ପଦକ୍ଷେପ ସାମିଲ ରହିଛି । ସରକାରୀ ସଂସ୍ଥା ଓ ସ୍ଥାନୀୟ ସମୁଦାୟ ସହ ନିରନ୍ତର ସହଯୋଗ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ନିଜର କାର୍ଯ୍ୟକ୍ଷେତ୍ରରେ ସମାବେଶୀ ଏବଂ ପରିମାପଯୋଗ୍ୟ ବିକାଶକୁ ଆଗେଇ ନେଇ ଚାଲିଛି ।

Leave a Reply

Your email address will not be published. Required fields are marked *