ମନ୍ତ୍ରୀଙ୍କ କର କମଳରେ ଵିଶୁଦ୍ଧ ପାନୀୟ ଜଳଛତ୍ର ଶୁଭ ଉଦ୍ଘାଟନ..

0
Untitled

ଜଳ ହେଉଛି ଜୀବନ । ସାଧାରଣ ଲୋକଙ୍କୁ ସୁରକ୍ଷିତ, ବିଶୁଦ୍ଧ ଓ ସୁବିଧାଜନକ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ବାରିପଦା ସହରରେ ୩ଟି ସ୍ଥାୟୀ ପାନୀୟ ଜଳଛତ୍ର ବୁଧବାର ଅପରାହ୍ନ ରେ ମାନ୍ୟବର ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ମାନ୍ୟବର ବିଧାୟକ ବାରିପଦା ଶ୍ରୀ ଯୁକ୍ତ ପ୍ରକାଶ ସୋରେନଙ୍କ କର କମଳରେ ପ୍ରମୁଖ ଶୁଦ୍ଧ ପାନୀୟ ଜଳ ଭଣ୍ଡାର ସଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଶୁଭ ଉଦ୍ଘାଟନ ହୋଇଯାଇଛି । ପ୍ରଚଣ୍ଡ ଖରାରେ

ୱାଟ୍‌କୋ (WATCO ) ପକ୍ଷରୁ ନବ ନିର୍ମିତ ଶୁଦ୍ଧ ସ୍ଥାୟୀ ପାନୀୟ ଜଳ ଛତ୍ର ସହର ବାସୀ ନିମନ୍ତେ ନିଶ୍ଚିତ ଭାବରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମାନ୍ୟବର ମନ୍ତ୍ରୀ ଗଣ ମାଧ୍ୟମରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ସହ ସହରରେ କିଛି କିଛି ଜାଗାରେ ପିଇବା ପାଣିର ସମସ୍ୟା ରହୁଛି ସେ ଗୁଡ଼ିକ ୨୪ ଘଣ୍ଟିଆ ପାଣି କିଭଳି ପାଇବେ ଯଥାଶୀଘ୍ର ତ୍ୱରିତ ସମାଧାନ ପାଇଁ ୱାଟ୍‌କୋ (WATCO) ବିଭାଗୀୟ ମୁଖ୍ୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା କହିଛନ୍ତି ମାନ୍ୟବର ମନ୍ତ୍ରୀ । ଉଦ୍ଘାଟନ ତିନୋଟି ସ୍ଥାୟୀ ବିଶୁଦ୍ଧ ପାନୀୟ ଜଳ ଛତ୍ର ବାରିପଦା ସହରରେ ୱାଟ୍‌କୋ (WATCO) ପ୍ରାଇଭେଟ୍ ବସଷ୍ଟାଣ୍ଡ , ଜୁବଲୀ ବନ୍ଦ ( ସୀମା କଲେଜ ପାଖ) ଏବଂ ଭଞ୍ଜପୁର ଥାନା ପାଖ ( ଅମ୍ବିକା ପମ୍ପ ହାଉସ) ପ୍ରମୁଖ ଜଳ ଛତ୍ର ନିର୍ମିତ କରାଯାଇଥିଲା । ପ୍ରତେକ୍ ସ୍ଥାୟୀ ଜଳଛତ୍ର ନିମନ୍ତେ ୮.୬୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା।

ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବାରିପଦା ବିଧାୟକଙ୍କ ସମେତ ୱାଟ୍‌କୋ (WATCO), ବାରିପଦା ପୌରପାଳିକାର ଅଧିକାରୀ, ଜଳସାଥୀ ଓ ବହୁ ସଂଖ୍ୟାରେ ସାଧାରଣ ଲୋକ ଉପସ୍ଥିତ ଥିଲେ।
ୱାଟ୍‌କୋ ପକ୍ଷରୁ ଜେନେରାଲ ମ୍ୟାନେଜର ଗୁଲସନ କୁମାର ସାହୁ, ମ୍ୟାନେଜର ବିପିନ ବିହାରୀ ଦାସ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ବି.କେ. ସାହୁ, ସୁପ୍ରିତ ଦାସ ଓ ପ୍ରଭାକର ସିଂହଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ପରେ ମନ୍ତ୍ରୀ ବାରିପଦା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ (WTP) ପରିଦର୍ଶନ କରି ଜଳ ବିଶୋଧନ ପ୍ରକ୍ରିୟା, ପ୍ଲାଣ୍ଟର କାର୍ଯ୍ୟକାରିତା, ଜଳର ଗୁଣବତ୍ତା ଯାଞ୍ଚ ଓ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ। ଅଧିକାରୀମାନେ ମନ୍ତ୍ରୀଙ୍କୁ ଜଳ ବିଶୋଧନ ଓ ନିରବଚ୍ଛିନ୍ନ ଗୁଣାତ୍ମକ ଜଳ ଯୋଗାଣ ସମ୍ପର୍କରେ ଅବଗତ କରାଇଥିଲେ।

Leave a Reply

Your email address will not be published. Required fields are marked *