‘ୱିଣ୍ଡର୍ଜି ଇଣ୍ଡିଆ ୨୦୨୬’ ଭାରତର ୧୦୦ ଗିଗାୱାଟ୍ ପବନ ଶକ୍ତି ଲକ୍ଷ୍ୟକୁ ଗତି ଦେବ

ଚେନ୍ନାଇ, ୧୮ ସେପ୍େଟମ୍ବର ୨୦୨୬: ଭାରତର ପବନ ଶକ୍ତି କ୍ଷେତ୍ର ଏବେ କେବଳ ସ୍ୱଚ୍ଛ ଶକ୍ତି ଉତ୍ପାଦନରେ ସୀମିତ ନ ରହି ଏକ ଶିଳ୍ପ ଓ ରପ୍ତାନି ଶକ୍ତିକେନ୍ଦ୍ର ଭାବେ ଦ୍ରୁତ ଭାବେ ବିକଶିତ ହେଉଛି । ଏହି ପରିପ୍ରେକ୍ଷୀରେ ‘ୱିଣ୍ଡର୍ଜି ଇଣ୍ଡିଆ ୨୦୨୬’ରେ ପବନ ଶକ୍ତି କ୍ଷେତ୍ରର ଉତ୍ପାଦନ ବ୍ୟବସ୍ଥା, ସମୁଦ୍ରତଟୀୟ ପବନ ଶକ୍ତି ଓ ପୁନଃକ୍ଷମତା ବୃଦ୍ଧି ଭଳି ପ୍ରମୁଖ ବିଷୟ ଉପରେ ଆଲୋଚନା ହେବ । ‘ୱିଣ୍ଡ୍–ପାୱାରିଂ ଇଣ୍ଡିଆ’ସ୍ ଏନର୍ଜି ରେଜିଲିଏନ୍ସ’ ବିଷୟବସ୍ତୁକୁ ନେଇ ଆୟୋଜିତ ହେବାକୁ ଥିବା ଏହି ଅଷ୍ଟମ ସଂସ୍କରଣ ଅକ୍ଟୋବର ୭ରୁ ୯ ତାରିଖ ପର୍ଯ୍ୟନ୍ତ ଚେନ୍ନାଇ ଟ୍ରେଡ୍ ସେଂଟରରେ ଅନୁଷ୍ଠିତ ହେବ ।
କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ରାଜେଶ କୁଲହରୀ କହିଛନ୍ତି, “ଭାରତର ଶକ୍ତି ପରିବର୍ତନ ଏବେ କେବଳ ମେଗାୱାଟ୍ କ୍ଷମତା ବୃଦ୍ଧିରେ ସୀମିତ ନୁହେଁ । ଏହା ଏକ ସମ୍ପୂର୍ଣ୍ଣ ଶିଳ୍ପ ପରିବେଶ ଗଠନ ସହ ଜଡ଼ିତ । ଏହା ଦକ୍ଷ ନିଯୁକ୍ତି ସୃଷ୍ଟି କରିବ, ଉତ୍ପାଦନ କ୍ଷେତ୍ରକୁ ସଶକ୍ତ କରିବ, ରପ୍ତାନି ବୃଦ୍ଧି କରିବ, ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବ ଏବଂ ଆମଦାନିକୃତ ଓ ମୂଲ୍ୟରେ ଅସ୍ଥିର ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରି ବ୍ୟବସ୍ଥାର ସାମଗ୍ରିକ ଖର୍ଚ୍ଚ କମାଇବ ।”
୨୦୨୫-୨୬ ଆର୍ôଥକ ବର୍ଷରେ ଦେଶର ପବନ ଶକ୍ତି କ୍ଷେତ୍ରରେ ରେକର୍ଡ ୬.୦୫ ଗିଗାୱାଟ୍ ନୂତନ କ୍ଷମତା ଯୋଗ ହୋଇଛି । ଏହା ଗୋଟିଏ ବର୍ଷରେ ହୋଇଥିବା ସର୍ବାଧିକ କ୍ଷମତା ବୃଦ୍ଧି । ଫଳରେ ୨୦୨୬ ଅଗଷ୍ଟ ୩୧ ସୁଦ୍ଧା ଦେଶର ସମୁଦାୟ ସ୍ଥାପିତ ପବନ ଶକ୍ତି କ୍ଷମତା ୫୮.୫୨ ଗିଗାୱାଟ୍ରେ ପହଂଚିଛି ।
ଆଗାମୀ ଦିନରେ ଶିଳ୍ପ କ୍ଷେତ୍ରର ଲକ୍ଷ୍ୟ ୨୦୩୦ ସୁଦ୍ଧା ୧୦୦ ଗିଗାୱାଟ୍ ପବନ ଶକ୍ତି କ୍ଷମତା ହାସଲ କରିବା । ଏହି ଲକ୍ଷ୍ୟ ପୂରଣ ପାଇଁ ପ୍ରତିବର୍ଷ ପ୍ରାୟ ୧୦ ଗିଗାୱାଟ୍ କ୍ଷମତା ସ୍ଥାପନ ଆବଶ୍ୟକ ହେବ । ବର୍ତମାନ ପ୍ରାୟ ୪୩ ଗିଗାୱାଟ୍ର ପ୍ରକଳ୍ପ ନିର୍ମାଣାଧୀନ ଥିବାରୁ ଏହି ବୃଦ୍ଧି ପାଇଁ ଶିଳ୍ପ କ୍ଷେତ୍ରରେ ଏକ ବୃହତ୍ ପ୍ରକଳ୍ପ ଭଣ୍ଡାର ରହିଛି ।
ଭାରତୀୟ ପବନ ଟର୍ବାଇନ୍ ଉତ୍ପାଦକ ସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦିତ୍ୟ ପ୍ୟାସୀ କହିଛନ୍ତି, “ଭାରତର ପବନ ଶକ୍ତି କ୍ଷେତ୍ରର ପରବର୍ତୀ ପର୍ଯ୍ୟାୟର ବିକାଶ ପାଇଁ ଏକ ସୁଦୃଢ଼ ଓ ବିଶ୍ୱସ୍ତରୀୟ ପ୍ରତିଯୋଗୀ ଦେଶୀୟ ଉତ୍ପାଦନ ବ୍ୟବସ୍ଥା ଆବଶ୍ୟକ । ଅଧିକ କ୍ଷମତାସମ୍ପନ୍ନ ଟର୍ବାଇନ୍ ଦିଗରେ ଶିଳ୍ପ କ୍ଷେତ୍ର ଆଗକୁ ବଢ଼ୁଥିବା ବେଳେ ପ୍ରମୁଖ ଉପାଦାନଗୁଡ଼ିକର ଦେଶୀୟକରଣ ତ୍ୱରାନ୍ୱିତ କରିବା ସହ ବଢ଼ୁଥିବା ଚାହିଦା ପୂରଣ ପାଇଁ ଉତ୍ପାଦନ କ୍ଷମତା ବଢ଼ାଇବା ଆବଶ୍ୟକ । ଏଥିପାଇଁ ମୂଳ ଉପକରଣ ଉତ୍ପାଦକ, ଉପାଦାନ ନିର୍ମାତା, ପ୍ରଯୁକ୍ତି ପ୍ରଦାନକାରୀ ଓ ସରକାରଙ୍କ ମଧ୍ୟରେ ସମନ୍ୱିତ ପ୍ରୟାସ ଦରକାର । ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା, ଦେଶୀୟ କ୍ଷମତା ବିକଶିତ କରିବା ଓ ବୃହତ୍ ପରିମାଣରେ ଉତ୍ପାଦନକୁ ସକ୍ଷମ କରିବା ଉପରେ ଏଥିରେ ଗୁରୁତ୍ୱ ରହିବ । ଏହି ସମଗ୍ର ଶିଳ୍ପ ପରିବେଶକୁ ଏକାଠି କରିବା ପାଇଁ ‘ୱିଣ୍ଡର୍ଜି ଇଣ୍ଡିଆ ୨୦୨୬’ ଏକ ଉତ୍କୃଷ୍ଟ ମଞ୍ଚ ଅଟେ ।”
ପିଡିଏ ଭେଂଚର୍ସ ପ୍ରାଇଭେଟ୍ ଲିମିଟେଡ୍ର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଦୀପ ଦେବାୟା କହିଛନ୍ତି, “‘ୱିଣ୍ଡର୍ଜି ଇଣ୍ଡିଆ’ ବିଶ୍ୱ ଓ ଦେଶୀୟ ପବନ ଶକ୍ତି ମୂଲ୍ୟ ଶୃଙ୍ଖଳର ଏକ ପ୍ରମୁଖ ମିଳନସ୍ଥଳରେ ପରିଣତ ହୋଇଛି । ଭାରତ ନିଜର ଉଚ୍ଚାକାଂକ୍ଷୀ କ୍ଷମତା ଲକ୍ଷ୍ୟ ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଆମେ ଏକ ବିଶ୍ୱସ୍ତରୀୟ ମଂଚ ଯୋଗାଇବା ପାଇଁ ପ୍ରତିବଦ୍ଧ । ଏହା ଗୁରୁତ୍ୱପୂର୍ଣ୍ଣ ସହଯୋଗକୁ ପ୍ରୋତ୍ସାହିତ କରିବା ସହ ଶିଳ୍ପ କ୍ଷେତ୍ରର ନିରନ୍ତର ବିକାଶକୁ ଗତି ଦେବ ।”
