ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା: ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ

ବାରିପଦା: ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ରାତିତମାମ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ କାଳବୈଶାଖୀ ଜନିତ ଘଡଘଡ଼ି ଜାରି ରହିଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି।
ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ (ସରକାରୀ, ବେସରକାରୀ ଏବଂ ଏଡ଼େଡ୍) ଆଜି (୧୩ ଅଗଷ୍ଟ) ବନ୍ଦ ରହିବ ବୋଲି ଜିଲ୍ଲାପାଳ ତଥା ପ୍ରଶାସନିକ ସୂତ୍ରରୁ ସୂଚନା ମିଳିଛି।
