ନାର୍ଭେରାମ କମ୍ପାନୀ ଦ୍ୱାରା ଅର୍ନ୍ତଜାତୀୟ ଯୋଗ ଦିବସ ପାଳିତ 

0
download (1)

ବଡବିଲ। ତା ୨୧/୦୬ ରିଖ କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ  ନାର୍ଭେରାମ ପାୱାର ଆଣ୍ଡ ଷ୍ଟିଲ ର ରୋଇଡା (୨) ଆଇରନ ଓର ମାଇନ୍ସ ପରିସରରେ ଅର୍ନ୍ତଜାତୀୟ ଯୋଗ ଦିବସ ଅବସରରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଟଣ୍ଟ ଗ୍ରାମର ଛୋଟ ଛୋଟ ପିଲାମାନେ ଅଂଶ ଗ୍ରହଣ କରିଥିଲେ ।ବିଭିନ୍ନ ପ୍ରାଣାୟାମ,ବ୍ୟାୟାମ ପିଲାମାନେ ଖୁବ୍ ସୁଦର୍ ଭାବରେ ପ୍ରଦର୍ଶନ କରିଥିଲେ ।  ମାନସିକ ବିକାଶ ଓ ଉତ୍ତମ ସ୍ଵସ୍ଥ ଶରୀର ଗଠନ ପାଇଁ ସମ୍ପୂର୍ଣ୍ଣ ଗ୍ରୀଷ୍ମ  ଛୁଟିରେ ପିଲା ମାନଙ୍କୁ ପ୍ରଶିକ୍ଷଣ କମ୍ପାନୀର ସାମାଜିକ ଦାୟିତ୍ୱବୋଧ ବିଭାଗ ତରଫରୁ ଆୟୋଜନ କରାଯାଇଥିଲା ବୋଲି ସାମାଜିକ ଦାୟିତ୍ୱ ବିଭାଗ ମୁଖ୍ୟ ପ୍ରଶାନ୍ତ  କୁମାର ମହାନ୍ତି କହିଛନ୍ତି ।ବିଭାଗର କାର୍ଯ୍ୟକ୍ରମ ସଂଗଠକ ମଧୁସ୍ମିତା ମହାନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

କଂପାନୀ ର ଜିତେନ୍ଦ୍ର ଠକର, ଶ୍ରୀକାନ୍ତ ସାହୁ , ସିରିସ ରଞ୍ଜିତ୍ ଏହି କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ । ଟଣ୍ଟ ଗ୍ରାମ ର ନିଟିମା ମୁଣ୍ଡା,ବୁଧୁନି ମୁଣ୍ଡା,ପ୍ରତିମା ପାତ୍ର,ପ୍ରତିମା ମହାକୁଡ଼ , ବୀଣା ପାଣି ମୁଣ୍ଡା ,ମୀନା ମୁଣ୍ଡା ଓ ସୁଲେଖା ଗୋପ କାର୍ଯ୍ୟକ୍ରମରେ ମଧ୍ୟ ସହାୟତା କରିଥିଲେ । କମ୍ପାନୀର ବରିଷ୍ଠ ଉପସଭାପତି ଶ୍ରୀ ସଦାନନ୍ଦ ରଣା ଟଣ୍ଟ ଗ୍ରାମ  ସାମାଜିକ ଦାୟିତ୍ୱ ବିଭାଗ ର ଏହି କାର୍ଯ୍ୟ କ୍ରମକୁ ପ୍ରଶଂସା କରିବା ସଙ୍ଗେ ସାଙ୍ଗେ ଆଗାମୀ ଦିନରେ ଆହୁରି ଅନେକ ପ୍ରକାର କାର୍ଯ୍ୟକ୍ରମ କରାଯିବ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *