ଭାରତୀୟ ପ୍ରବାସୀ ସମୁଦାୟ ପାଇଁ ଗୌରବ: ସମାଜସେବା ପାଇଁ ବ୍ରିଟିଶ୍ ସିଟିଜେନ୍ ଆୱାର୍ଡରେ ସମ୍ମାନିତ ହେଲେ ରେଖା ସେନାପତି

0
bfaacab6-49db-4ab1-94cf-0524eaff5607

ଭୁବନେଶ୍ୱର, ଅଗଷ୍ଟ ୮, ୨୦୨୬: ଓଡ଼ିଶାର ବ୍ରହ୍ମପୁରର ମୂଳ ବାସିନ୍ଦା, ସମାଜସେବୀ ତଥା ବ୍ୟବସାୟୀ ଶ୍ରୀମତୀ ରେଖା ସେନାପତିଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଲଣ୍ଡନର ପ୍ୟାଲେସ୍ ଅଫ୍ ୱେଷ୍ଟମିନଷ୍ଟରସ୍ଥିତହାଉସ୍ ଅଫ୍ ଲର୍ଡସ୍‌ରେ ପ୍ରତିଷ୍ଠିତ ‘ବ୍ରିଟିଶ୍ ସିଟିଜେନ୍ ଆୱାର୍ଡଦ ପିପୁଲ୍ସ ଚଏସ୍’ରେ ସମ୍ମାନିତ କରାଯାଇଛି। ଟିଭି ଉପସ୍ଥାପକ ଓ ସାମ୍ବାଦିକ ମ୍ୟାଟ୍ ଅଲ୍‌ରାଇଟ୍ ଏବଂ ସ୍ପେକ୍ସସେଭର୍ସର ପ୍ରତିଷ୍ଠାତା ଡେମ୍ ମେରି ପର୍କିନ୍ସତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହି ସମାରୋହରେ ସମ୍ମାନିତ ୨୬ ଜଣ ପଦକ ବିଜେତାଙ୍କ ମଧ୍ୟରେରେଖା ସେନାପତି ଏକମାତ୍ର ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍ ହିନ୍ଦୁଭାବେ ଏହି ସମ୍ମାନ ପାଇଛନ୍ତି।

ସେ ଚଳିତ ବର୍ଷ ସ୍ଥାନୀୟ ସ୍ତରରେ ତଥା ୟୁନାଇଟେଡ୍ କିଙ୍ଗଡମ‌ରେ ନିଜର ସାମାଜିକ ସେବା ପାଇଁ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି। ତାଙ୍କର ସାମ୍ପ୍ରତିକ ସମ୍ମାନଗୁଡ଼ିକ ମଧ୍ୟରେ ଚଳିତ ବର୍ଷ ମେ’ ମାସରେ ମାଞ୍ଚେଷ୍ଟରର ସାଲଫୋର୍ଡ ମେୟରଙ୍କ ଠାରୁ ପାଇଥିବା ‘ମେୟର୍ସ ସିଟିଜେନ୍ ଆୱାର୍ଡ’ଅନ୍ୟତମ। ସେହିପରି, ମାର୍ଚ୍ଚ ମାସରେ ମାଞ୍ଚେଷ୍ଟରରେ ଆୟୋଜିତ ଏକ ସମାରୋହରେ ତାଙ୍କୁ ‘ଶକ୍ତି ପବ୍ଲିକ ସର୍ଭିସ୍ ଷ୍ଟାର୍ ଆୱାର୍ଡ’ରେ ସମ୍ମାନିତ କରାଯାଇଛି। ଗତ କିଛି ବର୍ଷ ମଧ୍ୟରେ ସମାଜ ପ୍ରତି ତାଙ୍କର ମୂଲ୍ୟବାନ ଅବଦାନ ପାଇଁ ସେ ଅନେକ ପ୍ରତିଷ୍ଠିତ ପୁରସ୍କାର ହାସଲ କରିଛନ୍ତି।

ଗତ୨୫ ବର୍ଷରୁ ଅଧିକ ସମୟ ଧରି ସ୍ୱେଚ୍ଛାସେବୀ ଭାବରେ ସେ ହସ୍ପିସ୍‌ରେ ଚିକିତ୍ସାଧୀନ ରୋଗୀ, ବିଭିନ୍ନ ଜାତୀୟ ସମୁଦାୟର ମହିଳା, ଜଟିଳ ଅବସ୍ଥାରେ ଥିବା ଦିବ୍ୟାଙ୍ଗ ଶିଶୁ ଏବଂ ଅବହେଳିତ ବର୍ଗଙ୍କ ପାଇଁ କାର୍ଯ୍ୟ କରିଆସୁଛନ୍ତି। ସେ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଦାତବ୍ୟ ସଂସ୍ଥା ପାଇଁ ପାଣ୍ଠି ସଂଗ୍ରହ କରିବା ସହ ଗୃହହୀନ ଓ ଅସହାୟ ଲୋକଙ୍କ ପାଇଁ ଖାଦ୍ୟ ଯୋଗାଣ ଏବଂ ସାଂସ୍କୃତିକ ଓ ସୃଜନଶୀଳ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ସମାବେଶକୁ ପ୍ରୋତ୍ସାହିତ କରିଛନ୍ତି।

ତାଙ୍କ ନେତୃତ୍ୱ ଓ ସଂଗଠନ କ୍ଷମତା ଫଳରେରଥଯାତ୍ରା, ମାଞ୍ଚେଷ୍ଟର ଏବଂ ଉତ୍ତର-ପଶ୍ଚିମ ଇଂଲଣ୍ଡର ଏକ ପ୍ରମୁଖ ହିନ୍ଦୁ ଧାର୍ମିକ ଓ ସାଂସ୍କୃତିକ ଆୟୋଜନରେ ପରିଣତ ହୋଇପାରିଛି। ଗତ ୮ ବର୍ଷ ଧରି ଏହା ହିନ୍ଦୁ କ୍ୟାଲେଣ୍ଡରରେଏକ ପ୍ରମୁଖ ସ୍ଥାନ ଅଧିକାର କରିଆସିଛି। ଏହା ସହ ସେ ୨୦ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ପ୍ରତିଷ୍ଠିତ ମଞ୍ଚରେ ଗୀତ ଓ ନୃତ୍ୟ ପରିବେଷଣ କରିଆସୁଛନ୍ତି।

ସମ୍ମାନ ଗ୍ରହଣ କରିବା ସହ ଶ୍ରୀମତୀ ସେନାପତି କହିଛନ୍ତି, ଏହି ସମ୍ମାନ ପାଇ ମୁଁ ଅତ୍ୟନ୍ତ ଗର୍ବିତ ଓ କୃତଜ୍ଞ। ଏହି ସ୍ୱୀକୃତି ମୋତେ ଆହୁରି ନିଷ୍ଠା ଓ ସମର୍ପଣର ସହ ସମାଜସେବା ଜାରି ରଖିବାକୁ ପ୍ରେରଣା ଦେବ।”

ଶ୍ରୀମତୀ ସେନାପତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଶ୍ରୀମତୀ ସେନାପତି, ଶ୍ରୀ କୋଟନୀ ନିର୍ମଳ କୁମାର ଓ ଶ୍ରୀମତୀ କୋଟନୀ ପ୍ରଭାବତୀଙ୍କ କନ୍ୟା। ସେ ସ୍ୱର୍ଗତ ଶ୍ରୀ ସୋମନାଥ ସେନାପତି ଓ ସ୍ୱର୍ଗତ ଶ୍ରୀମତୀ ପଦ୍ମାବତୀ ସେନାପତିଙ୍କ ବୋହୂ। ତାଙ୍କ ସ୍ୱାମୀ ପ୍ରଫେସର ଶିବ ସେନାପତି ମାଞ୍ଚେଷ୍ଟରସ୍ଥିତ ଜଣେ ପ୍ରତିଷ୍ଠିତ ଓଜନ ହ୍ରାସ ଶଲ୍ୟଚିକିତ୍ସକ।

ତାଙ୍କ ଜୀବନର ମାର୍ଗଦର୍ଶକ ମନ୍ତ୍ରସର୍ବେ ସୁଖିନୋ ଭବନ୍ତୁ” – May all be happy।ଏହି ଜାତୀୟ ସ୍ତରର ସମ୍ମାନ କେବଳ ଭାରତୀୟ ପ୍ରବାସୀ ସମୁଦାୟ ପାଇଁ ଗୌରବର ବିଷୟ ନୁହେଁ, ବରଂ ବ୍ରିଟିଶ୍ ସମାଜ ପ୍ରତି ବିଦେଶରେ ରହୁଥିବା ଭାରତୀୟମାନଙ୍କ ମୂଲ୍ୟବାନ ଅବଦାନର ମଧ୍ୟ ଏକ ସ୍ୱୀକୃତି।

Leave a Reply

Your email address will not be published. Required fields are marked *

You may have missed