ଟାଟା ପାୱାରର ବଡ଼ ଅଭିଯାନ; ଓଡ଼ିଶାର ସମସ୍ତ ଡିସକମ୍ ପକ୍ଷରୁ ‘ବିଦ୍ୟୁତ ସୁରକ୍ଷା ସପ୍ତାହ 2026’ ପାଳିତ

ଭୁବନେଶ୍ୱର: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ ପକ୍ଷରୁ ସମଗ୍ର ରାଜ୍ୟରେ ‘ବିଦ୍ୟୁତ ସୁରକ୍ଷା ସପ୍ତାହ ୨୦୨୬\’ (୨୬ ଜୁନ୍ – ୨ ଜୁଲାଇ, ୨୦୨୬) ପାଳନ ଅବସରରେ ବିଭିନ୍ନ ଅଭିଯାନ ଆରମ୍ଭ କରାଯାଇଛି । ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଇଁ ଏକ ଜିରୋ-ହାର୍ମ ପରିବେଶ ସୃଷ୍ଟି କରିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଦିଗରେ ଡିସକମ୍ ଗୁଡ଼ିକର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ଆଭିମୁଖ୍ୟକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇ, ଓଡ଼ିଶା ଡିସକମ୍ ଗୁଡ଼ିକ ରାଜ୍ୟର ମୁଖ୍ୟ ବିଷୟବସ୍ତୁ \”ଟୁଡେଜ୍ ଆୱାରନେସ୍, ଟୁମୋରୋଜ୍ ପ୍ରିଭେନସନ୍’ ଅଧୀନରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି । ଏହି ସୁରକ୍ଷା ସପ୍ତାହ କର୍ପୋରେଟ୍ ପରିଚାଳନା ଏବଂ ଜନକଲ୍ୟାଣ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବରେ କାର୍ଯ୍ୟ କରୁଛି । ଏହା ସହିତ, ଜୀବନ ରକ୍ଷାକାରୀ ପଦକ୍ଷେପ ଯେପରିକି – ରେସିଡ୍ୟୁଆଲ୍ କରେଣ୍ଟ ସର୍କିଟ୍ ବ୍ରେକର୍ସ (ଆରସିସିବି) ଲଗାଇବା, ଆଇଏସଆଇ ମାର୍କଯୁକ୍ତ ପ୍ରମାଣିତ ବିଦ୍ୟୁତ ସରଞ୍ଜାମ ବ୍ୟବହାର କରିବା, ସକେଟ୍ରେ ଅତ୍ୟଧିକ ଲୋଡ୍ ନଦେବା ଏବଂ ବଜ୍ରପାତ ଓ ଘଡ଼ଘଡ଼ି ଭଳି ଖରାପ ପାଗ ସମୟରେ ସୁରକ୍ଷିତ ନିୟମ ପାଳନ କରିବା ଭଳି ସରକାରଙ୍କ ସୁରକ୍ଷା ସମ୍ବନ୍ଧୀୟ ପରାମର୍ଶ ଗୁଡ଼ିକୁ ଏହି ଅଭିଯାନ ମାଧ୍ୟମରେ ବ୍ୟାପକ ଭାବେ ପ୍ରଚାର ପ୍ରସାର କରାଯାଇଛି ।
ସୁରକ୍ଷା ଓ ସଚେତନତା ପାଇଁ ଗ୍ରହଣ କରାଯାଇଥିବା ପ୍ରମୁଖ ରାଜ୍ୟସ୍ତରୀୟ ପଦକ୍ଷେପ:
ଚା ସରକାରୀ ସୁରକ୍ଷା ନିର୍ଦ୍ଦେଶାବଳୀର ଅନୁପାଳନ: ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଦ୍ୱାରା ଜାରି କରାଯାଇଥିବା ଜରୁରୀକାଳୀନ ନିୟମାବଳୀ ଏବଂ ମୂଳ ସୁରକ୍ଷା ନିୟମଗୁଡ଼ିକୁ ପ୍ରମୁଖ ଖବରକାଗଜ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସାଧାରଣ ଜନତାଙ୍କ ପାଇଁ ସତର୍କତା ବାର୍ତ୍ତା ଭାବେ ସକ୍ରିୟ ଭାବରେ ପ୍ରସାର କରାଯାଉଛି ।
ଚା ବ୍ୟବସ୍ଥିତ ଆନ୍ତରିକ ପରିଚାଳନା ଓ ତାଲିମ: କର୍ମଚାରୀ ଏବଂ ବ୍ୟବସାୟିକ ସହଯୋଗୀମାନେ ଯେପରି ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ ଏବଂ ଆଗୁଆ ବିପଦକୁ ଏଡ଼ାଇ ପାରିବେ, ସେଥିପାଇଁ ସେମାନଙ୍କୁ ବିସ୍ତୃତ ବିଦ୍ୟୁତ ସୁରକ୍ଷା ତାଲିମ ଏବଂ ଆନ୍ତରିକ ଯୋଗାଯୋଗ ମାଧ୍ୟମରେ ସଚେତନ କରାଯାଉଛି ।
ଚା କ୍ଷେତ୍ର ସ୍ତରୀୟ ନେତୃତ୍ୱ ଓ କଡ଼ା ଯାଞ୍ଚ (ଅଡିଟ୍): ଫିଲ୍ଡ କର୍ମଚାରୀଙ୍କ ସହ ସିଧାସଳଖ ଆଲୋଚନା କରିବା ପାଇଁ ସର୍କଲ ସ୍ତରରେ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ପରିଦର୍ଶନ କରାଯିବା ସହ ହଠାତ୍ ଆକସ୍ମିକ ଯାଞ୍ଚ କରାଯାଉଛି । ଏହାସହ ବିଦ୍ୟୁତ ବ୍ୟବସ୍ଥାର ସଠିକ୍ କାର୍ଯ୍ୟକ୍ଷମତା ଏବଂ ରକ୍ଷଣାବେକ୍ଷଣ ସମୟରେ ସମ୍ପୂର୍ଣ୍ଣ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବିଦ୍ୟୁତ ସୁରକ୍ଷାର ବିସ୍ତୃତ ଅଡିଟ୍ ଏବଂ ନିୟମିତ ପରୀକ୍ଷା କରାଯାଉଛି ।
ଚା ତୃଣମୂଳ ସ୍ତରରେ ଜନସମ୍ପର୍କ ଓ ରାଲି: ସ୍ଥାନୀୟ ଲୋକଙ୍କୁ ବିଦ୍ୟୁତ ସୁରକ୍ଷାର ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବା ପାଇଁ ପ୍ରତି ଡିଭିଜନ ସ୍ତରରେ ଆକର୍ଷଣୀୟ ପଥପ୍ରାନ୍ତ ନାଟକ କରାଯାଉଛି । ଏହା ସହିତ ଲୋକଙ୍କ ମନରେ ସୁରକ୍ଷା ଭାବନା ଜଗାଇବା ପାଇଁ ବିଭିନ୍ନ ଅଞ୍ଚଳରେ ଜନସଚେତନତା ରାଲି ମଧ୍ୟ ଆୟୋଜନ କରାଯାଉଛି ।
ଚା ଆଗାମୀ ପିଢ଼ିକୁ ଶିକ୍ଷା: ସ୍କୁଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହାସହ ସାମାଜିକ ସ୍ତରରେ ପ୍ରାରମ୍ଭରୁ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଉପଭୋକ୍ତା ସଚେତନତା ବୈଠକ ମାନ ଆୟୋଜନ କରାଯାଉଛି । ଚା ସୁରକ୍ଷା କ୍ଷେତ୍ରରେ ନୂତନତା ଓ ସାମୂହିକ ସହଭାଗିତାକୁ ପ୍ରୋତ୍ସାହନ: ନୂତନ ଚିନ୍ତାଧାରା ସୃଷ୍ଟି କରିବା, ସାମୂହିକ ଭାବନା ଗଢ଼ିବା ଏବଂ ତୃଣମୂଳ ସ୍ତରରେ ବିଦ୍ୟୁତ ସୁରକ୍ଷାର ଉନ୍ନତି ପାଇଁ ଜ୍ଞାନ ଆଦାନପ୍ରଦାନ କରିବା ଉଦ୍ଦେଶ୍ୟରେ କର୍ମଚାରୀ, ସେମାନଙ୍କ ପରିବାର ଏବଂ ବ୍ୟବସାୟିକ ସହଯୋଗୀ ମାନଙ୍କ ପାଇଁ ଆନ୍ତରିକ ସୁରକ୍ଷା ପ୍ରତିଯୋଗିତା ଏବଂ ବିଭିନ୍ନ ସାମୂହିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି ସମନ୍ୱିତ ପ୍ରୟାସ ମାଧ୍ୟମରେ, ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ଗୁଡ଼ିକ ରାଜ୍ୟର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ସମଗ୍ର ଓଡ଼ିଶାରେ ଏକ ସୁରକ୍ଷିତ ଓ ବିପଦମୁକ୍ତ ପରିବେଶ ପ୍ରଦାନ କରିବାର ସରକାରୀ-ବେସରକାରୀ ମିଳିତ ଆଭିମୁଖ୍ୟକୁ ସଫଳତାର ସହ ଆଗକୁ ବଢ଼ାଉଛନ୍ତି ।
