ଟାଟା ଷ୍ଟିଲ ପକ୍ଷରୁ ୮୦ତମ ସ୍ଵାଧୀନତା ଦିବସ ପାଳିତ

0
Untitled

ଯୋଡ଼ା, ୧୫/୮:* ଟାଟା ଷ୍ଟିଲ ପକ୍ଷରୁ ସ୍ଥାନୀୟ ସେଣ୍ଟ୍ରାଲ ପ୍ଲେ ଗ୍ରାଉଣ୍ଡ ଠାରେ ଦେଶର ୮୦ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଡ଼ା ଇଷ୍ଟ ଆଇରନ ମାଇନ୍ ମୁଖ୍ୟ ଶ୍ରୀ ଜି.ଭି. ସତ୍ୟନାରାୟଣ ଜାତୀୟ ପତାକା ଉତ୍ତୋଳନ କରିଥିଲେ। 

ଏହି ଅବସରରେ ସେ ଉପସ୍ଥିତ ଥିବା ସମସ୍ତଙ୍କୁ ଉଦବୋଧନ ଦେଇଥିଲେ। ଦେଶ ସ୍ବାଧିନତା ପାଇଁ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେପକାଇବା ସହ ସେମାନଙ୍କର ଅସୀମ ତ୍ୟାଗ ଓ ସାହସର ସ୍ମୃତିଚାରଣ କରିଥିଲେ। ବିକଶିତ ଭାରତ କୌଣସି ପ୍ରଯୁକ୍ତି ବିଦ୍ୟା କିମ୍ବା ଉଦ୍ୟୋଗ ଦ୍ଵାରା ନୁହେଁ, ବରଂ କୋଟି କୋଟି ଦାୟିତ୍ବବାନ ନାଗରିକଙ୍କ ସାମୁହିକ ପ୍ରୟାସ ଦ୍ବାରା ସମ୍ଭବ ହୋଇ ପାରିବ ବୋଲି ସେ କହିଥିଲେ। ଆମ ମାତୃଭୂମିକୁ ନୂତନ ଶିଖରକୁ ନେବାର ଦାୟିତ୍ବ ଆମ ସମସ୍ତଙ୍କର ରହିଛି। ତେଣୁ ସମସ୍ତେ ଯୋଗଦାନ ଦେଇ ଆଗାମୀ ପିଢ଼ିଙ୍କୁ ଏକ ଅଧିକ ସଶକ୍ତ ତଥା ଉନ୍ନତ ଭାରତ ଦେବା ପାଇଁ ସେ ମତପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀ ଯୋଗଦେଇ ଉତ୍ସାହର ସହ ସ୍ୱାଧୀନତା ଦିବସ ପାଳନ କରିଥିଲେ। ସେହିପରି, ଟାଟା ମେନ୍ ହସ୍ପିଟାଲ, ଯୋଡ଼ା ଠାରେ ମଧ୍ୟ ହସ୍ପିଟାଲ୍ ପକ୍ଷରୁ ସ୍ବାଧିନତା ଦିବସ ପାଳନ କରାଯିବା ସହ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। 

ଏହିକ୍ରମରେ କମ୍ପାନୀର କଳମଙ୍ଗ ଆଇରନ ମାଇନ୍, ଖଣ୍ଡବନ୍ଧ ଆଇରନ ମାଇନ୍, ଏନ୍ଆଇଏନ୍ଏଲ ଆଇରନ ମାଇନ୍, ଯୋଡ଼ା ଇଷ୍ଟ ଆଇରନ ମାଇନ୍, ଟାଟା ଷ୍ଟିଲ ସ୍ପଞ୍ଜ ଆଇରନ, ଫେରୋ ଆଲଏଜ୍ ପ୍ଲାଣ୍ଟ ଓ ମାଙ୍ଗାନିଜ ଖଣି ଗୁଡ଼ିକରେ ମଧ୍ୟ ବିଭାଗୀୟ ମୁଖ୍ୟମାନଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗଣମାନ୍ୟ ବ୍ୟକ୍ତିଙ୍କ ସହ ଜନସାଧାରଣ ଓ ଟାଟା ଷ୍ଟିଲର ବହୁ ଅଧିକାରୀ, ସୁରକ୍ଷା କର୍ମୀ ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You may have missed