ଟିପିସିଓଡିଏଲ୍ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ; ସବୁଜ ଶକ୍ତିକୁ ଆଗକୁ ବଢାଇବା ଦିଗରେ କାର୍ଯ୍ୟ କରୁଥିବା ସୋଲାର୍ ୱାରିୟର୍ସ ମାନେ ହେଲେ ସମ୍ମାନିତ

0
Untitled

ଭୁବନେଶ୍ୱର, ୧୬ ଅଗଷ୍ଟ ୨୦୨୬: ଟାଟା ପାୱାର୍ ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ଭୁବନେଶ୍ୱରସ୍ଥିତ କର୍ପୋରେଟ୍ କାର୍ଯ୍ୟାଳୟ ପରିସରେ ଦେଶଭକ୍ତି ଓ ଉତ୍ସାହର ସହିତ ୮୦ତମ ସ୍ୱାଧୀନତା ଦିବସ ପାଳନ କରିଛି ।

ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ବିଜନେସ୍‌ର ମୁଖ୍ୟ ତଥା ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଗଜାନନ୍ ଏସ୍‌. କାଲେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ କମ୍ପାନୀର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ ।

ଏହି ଅବସରରେ ଶ୍ରୀ କାଲେ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଥିଲେ । ସ୍ୱାଧୀନତା ଆନ୍ଦୋଳନର ଆଦର୍ଶକୁ ଆପଣାଇ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ଦୀର୍ଘସ୍ଥାୟୀ ଭାରତ ଗଠନ ଦିଗରେ ସମସ୍ତେ କାର୍ଯ୍ୟ କରିବାକୁ ସେ ଉପସ୍ଥିତ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ ।

କାର୍ଯ୍ୟକ୍ରମ ଶେଷରେ ଟିପିସିଓଡିଏଲ୍ ପକ୍ଷରୁ ‘ସୋଲାର ୱାରିୟର୍ସ’ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଯେଉଁଥିରେ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନାର କାର୍ଯ୍ୟାନ୍ୱୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଉପଭୋକ୍ତା, ସୋଲାର ଭେଣ୍ଡର ଓ ଅନ୍ୟ ଅଂଶୀଦାରମାନେ ସାମିଲ ଥିଲେ ।

ଏହି ସମ୍ମାନ ମାଧ୍ୟମରେ ଟିପିସିଓଡିଏଲ୍ ଉପଭୋକ୍ତାମାନଙ୍କୁ ସଶକ୍ତ କରିବା, ସୋଲାର ଭେଣ୍ଡର୍ ମାନଙ୍କ ସହ ସହଯୋଗକୁ ଦୃଢ଼ କରିବା ଏବଂ ରାଜ୍ୟରେ ନବୀକରଣୀୟ ଶକ୍ତିର ବ୍ୟବହାର ବୃଦ୍ଧି ପାଇଁ ସରକାରଙ୍କ ଦୃଷ୍ଟିକୋଣକୁ ସମର୍ଥନ କରିବା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି ।
ସ୍ୱଚ୍ଛ, ସବୁଜ ଓ ଶକ୍ତି ସୁରକ୍ଷିତ ଭାରତ ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ନୂତନ ସଂକଳ୍ପ ସହିତ ସ୍ୱାଧୀନତା ଦିବସ ଉତ୍ସବ ଶେଷ ହୋଇଥିଲା ।

Leave a Reply

Your email address will not be published. Required fields are marked *

You may have missed